ପ୍ରଥମ ଥର ପାଇଁ ୫୦ ବର୍ଷରେ କାନାଡାରେ ଜରୁରୀକାଳୀନ ଆଇନ୍‌,

ପ୍ରଥମ ଥର ପାଇଁ ୫୦ ବର୍ଷରେ କାନାଡାରେ ଜରୁରୀକାଳୀନ ଆଇନ୍‌,

ଓଟାୱା,- ପ୍ରଥମ ଥର ପାଇଁ ୫୦ ବର୍ଷରେ କାନାଡାରେ ଜରୁରୀକାଳୀନ ଆଇନ୍‌, ବିରୋଧ ପ୍ରଦର୍ଶନ ରୋକିବାକୁ ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ପଦକ୍ଷେପ.. କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ସୋମବାର ଜରୁରୀକାଳୀନ ଆଇନ୍ ଲାଗୁ କରିଦେଇଛନ୍ତି । ଟ୍ରୁଡୋ ଏହି ପଦକ୍ଷେପ କୋଭିଡ-୧୯ ମହାମାରୀ କଟକଣାକୁ ବିରୋଧରେ ଚାଲିଥିବା ଟ୍ରକ୍ ଚାଳକଙ୍କ ନାକାବନ୍ଦୀ ଓ ବିରୋଧ ପ୍ରଦର୍ଶନକୁ ରୋକିବା ପାଇଁ ସଂଘୀୟ ସରକାରକୁ ଅତିରିକ୍ତ ଅଧିକାର ଦେବାକୁ ହିଁ ନେଇଛନ୍ତି । କାନାଡାରେ ଗତ ୫୦ ବର୍ଷ ମଧ୍ୟରେ ପ୍ରଥମ ଥର ଜରୁରୀକାଳୀନ ଆଇନ ଲାଗୁ ହୋଇଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜରୁରୀକାଳୀନ ଆଇନକୁ ଅଚାନକ ଲାଗୁ କରାଯିବା ଫଳରେ ପୋଲିସକୁ ଅକ୍ଷକ କ୍ଷମତା ଓ କାର୍ଯ୍ୟ କରିବାକୁ ପଡ଼ିଥାଏ । ସର୍ବସାଧାରଣ ସଭା ବେଆଇନ ହୋଇଥାଏ । ସମ୍ଭାବିତ ବିପରିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସକୁ ନାକାବନ୍ଦୀ କରିବାକୁ ପଡ଼ିଥାଏ । ସରକାର ସୀମା ଓ ବିମାନ ଚଳାଚଳ ଉପରେ ମଧ୍ୟ ଗୁରୁତ୍ୱ ଦେଇଥାନ୍ତି । ପାର୍ଲିଆମେଣ୍ଟ ହିଲରେ ସାମ୍ବାଦିକ ସମ୍ମିଳନୀରେ ଟ୍ରୁଡୋ କହିଛନ୍ତି, ଏବେ ଏହା ସ୍ପଷ୍ଟ ହୋଇଯାଇଛି ଯେ, ଆଇନକୁ ପ୍ରଭାବୀ ଶୈଳୀରେ ଲାଗୁ କରିବା ଲାଗି ଆଇନ ପ୍ରବର୍ତ୍ତନର କ୍ଷମତା ପାଇଁ ଗମ୍ଭୀର ଚ୍ୟାଲେଞ୍ଜିଂ ସମୟ ଆସିଛି । ସେ କହିଛନ୍ତି ଯେ, ଏହି ପଦକ୍ଷେପ କାନାଡାର ଲୋକଙ୍କୁ ସୁରକ୍ଷିତ ରଖିବା, ଲୋକଙ୍କ ଚାକିରି ରକ୍ଷା କରିବା ଏବଂ ଜନସାଧାରଣଙ୍କର ନିକଟରେ ବିଶ୍ୱାସ ସୃଷ୍ଟି କରିବା । ଓଟାୱା ପୋଲିସ ଅନୁସାରେ କାନାଡାର ରାଜଧାନୀରେ ଭ୍ୟାକ୍ସିନ ଜନାଦେଶ ବିରୋଧରେ ଭିଡ ଅପେକ୍ଷା ପ୍ରଦର୍ଶନକାରୀଙ୍କ ସଂଖ୍ୟା ଅଧିକ । ଗିରଫ ଓ ଜେଲକୁ ପ୍ରଦର୍ଶନକାରୀମାନେ ଭୟ କରୁନାହାନ୍ତି । ପ୍ରଦର୍ଶନକାରୀମାନେ ବିଭିନ୍ନ ସଡ଼କରେ ତମ୍ବୁ, ମଂଚ ଓ ଏକ ବଡ଼ ଭିଡିଓ ସ୍କ୍ରିନ ଲଗାଇଛନ୍ତି । ସ୍ଥିତି ନିୟନ୍ତ୍ରିତ ହୋଇ ନପାରିବାରୁ ସରକାର ଜରୁରୀକାଳୀନ ଆଇନ୍ ଲାଗୁ କରିଛନ୍ତି ।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *