ସ୍ୱପ୍ନରେ ଦର୍ଶନ ଦେଲେ ଭଗବାନ ଶ୍ରୀକୃଷ୍ଣ, ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଭବ୍ୟ ମନ୍ଦିର ନିର୍ମାଣ କରୁଛନ୍ତି ମୁସଲିମ  ବ୍ୟବସାୟୀ

ସ୍ୱପ୍ନରେ ଦର୍ଶନ ଦେଲେ ଭଗବାନ ଶ୍ରୀକୃଷ୍ଣ, ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଭବ୍ୟ ମନ୍ଦିର ନିର୍ମାଣ କରୁଛନ୍ତି ମୁସଲିମ ବ୍ୟବସାୟୀ

ଝାଡ଼ଖଣ୍ଡ -ଝାଡ଼ଖଣ୍ଡ ଦୁମ୍‌କାରେ ସାଂପ୍ରଦାୟିକ ସଦ୍‌ଭାବର ଏକ ହୃଦୟକୁ ଛୁଇଁବା ଭଳି ମାମଲା ସାମ୍ନାକୁ ଆସିଛି । ସେଠାକାର ରାନିଶ୍ୱରର ହାମିଦ୍‌ପୁରରେ ରହୁଥିବା ଜଣେ ମୁସଲିମ ବ୍ୟକ୍ତି ନୌଶାଦ୍‌ ଶେଖ୍‌ ଭଗବାନ ଶ୍ରୀକୃଷ୍ଣଙ୍କର ଭବ୍ୟ ମନ୍ଦିର ନିର୍ମାଣ କରାଉଛନ୍ତି । ମନ୍ଦିର ନିର୍ମାଣର କାମ ଅନ୍ତିମ ପର୍ଯ୍ୟାୟରେ ରହିଛି । ଏଥିଲାଗି ପ୍ରାୟ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।ଏ ସଂପର୍କରେ ନୌଶାଦ୍‌ କହିଛନ୍ତି, ୨୦୧୯ରେ ମୁଁ ପଶ୍ଚିମବଙ୍ଗର ମାୟାପୁରୀ ବୁଲିବାକୁ ଯାଇଥିଲି । ଏହି ସମୟରେ ଭଗବାନ ଶ୍ରୀକୃଷ୍ଣ ମୋ’ ସ୍ୱପ୍ନରେ ଆସିଥିଲେ । ଏହାପରେ ମୁଁ ରାନିଶ୍ୱରରେ ଶ୍ରୀକୃଷ୍ଣଙ୍କର ମନ୍ଦିର ବନାଇବା ଲାଗି ଚିନ୍ତା କଲି । ପ୍ରଥମେ ସେଠାରେ ମୁକ୍ତାକାଶ ତଳେ ଠାକୁର ପୂଜା ହେଉଥିବାବେଳେ ମନ୍ଦିର ନିର୍ମାଣ ଲାଗି ମୁଁ ଉଦ୍ୟମରତ ଅଛି । ଇସଲାମ ଧର୍ମରେ ଦୀନଦୁଃଖୀମାନଙ୍କର ସେବା କରିବା ଲାଗି କୁହାଯାଇଛି । ଏହାସହ ସବୁ ଧର୍ମର ସମ୍ମାନ କରିବାକୁ ବି କୁହାଯାଏ । ମୁଁ ତାକୁ ହିଁ କର୍ମରେ ପରିଣତ କରୁଛି । ମନ୍ଦିର ସହ ସେ କୀର୍ତ୍ତନ ମଣ୍ଡପ, ରୋଷେଇ ଘର ଓ ପୁରୋହିତଙ୍କ ଲାଗି ସ୍ୱତନ୍ତ୍ର କୋଠରୀ ବି ତିଆରି କରାଉଛନ୍ତି ।ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଦର୍ଶନ ..

Related post

କାଳ ବୈଶାଖୀ ରେ ଭାଙ୍ଗିଲା ବାସଗୃହ

କାଳ ବୈଶାଖୀ ରେ ଭାଙ୍ଗିଲା ବାସଗୃହ

ଫୋକସ ପ୍ଲସ 25/5/22(ପାତ୍ରପୁର): ଗତ କାଲି ର ପ୍ରଚଣ୍ଡ କାଳବୈଶାଖୀ ରେ ପାତ୍ରପୁର ବ୍ଲକ ଜରଡ଼ା ପଞ୍ଚାୟତ ଅନ୍ତର୍ଗତ ବଂଶୀ ଗାଁ ରାଧା ଶବର ଙ୍କ ଘର ସମ୍ପୂର୍ଣ୍ଣ…
ଅସହାୟ ବିକୃତ ମାନସିକ ଯୁବକ ର ଯତ୍ନ କଲେ ମାତୃଭୂମି ଫାଉଣ୍ଡେସନ

ଅସହାୟ ବିକୃତ ମାନସିକ ଯୁବକ ର ଯତ୍ନ କଲେ ମାତୃଭୂମି ଫାଉଣ୍ଡେସନ

ଫୋକସ ପ୍ଲସ 25/5/22(ଡେରା): ତାଳଚେର ହାଣ୍ଡିଧୂଆଁ ଗ୍ରାମର ଅସହାୟ ବିକୃତ ମାନସିକ ଯୁବକ ଟୁକୁନା ବେହେରାର ଯତ୍ନ ନେଲା ମାତୃଭୂମି ଫାଉଣ୍ଡେସନ।ସୂଚନା ଥାଉକି ଦୀର୍ଘ ପାଞ୍ଚ ବର୍ଷ ହେବ…
ବଢୁଛି ଡ୍ରପ ଆଉଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା, ଚିନ୍ତାରେ ଶିକ୍ଷା ବିଭାଗ

ବଢୁଛି ଡ୍ରପ ଆଉଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା, ଚିନ୍ତାରେ ଶିକ୍ଷା ବିଭାଗ

ଫୋକସ ପ୍ଲସ 25/5/22(ଅନଗୁଳ):ଚଳିତ ବର୍ଷ ଅନୁଗୋଳ ଜିଲ୍ଲାରେ ୮୮୪ ଜଣ ଛାତ୍ରଛାତ୍ରୀ ୧୦ମ ପରୀକ୍ଷା ଦେଇନାହାନ୍ତି । ସେହିପରି ପ୍ରାୟ ୨ହଜାରରୁୁ ଅଧିକ ୯ମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲକୁ…

Leave a Reply

Your email address will not be published.