ଚାରା ଘୋଟାଲାରେ ଲାଲୁ ଯାଦବ ଦୋଷୀ ସାବ୍ୟସ୍ତ – ଫେବୃଆରୀ ୧୮ରେ ଦଣ୍ଡ ଶୁଣାଣି..

ଚାରା ଘୋଟାଲାରେ ଲାଲୁ ଯାଦବ ଦୋଷୀ ସାବ୍ୟସ୍ତ – ଫେବୃଆରୀ ୧୮ରେ ଦଣ୍ଡ ଶୁଣାଣି..

ରାଞ୍ଚି – ବିବାଦ ଉପରେ ବିବାଦରେ ଛନ୍ଦି ହୋଇ ପଡୁଛନ୍ତି ଲାଲୁ ଯାଦବ ..ପୁଣି ଚାରା ଘୋଟାଲାର ଆଉ ଏକ ମାମଲାରେ ଲାଲୁ ଯାଦବ ଦୋଷୀ ସାବ୍ୟସ୍ତ, ଖାଲି ସେତିକି ନୁହେଁ ଫେବୃଆରୀ ୧୮ରେହେବ ଦଣ୍ଡ ଶୁଣାଣି..ଗୋ ଖାଦ୍ୟ ଦୁର୍ନୀତି ମାମଲାରେ ସିବିଆଇ ସ୍ଵତନ୍ତ୍ର ଅଦାଲତରୁ ବହୁପ୍ରତୀକ୍ଷିତ ରାୟ ପ୍ରକାଶ ପାଇଛି। କୋର୍ଟ ଲାଲୁ ଯାଦବଙ୍କ ସମେତ ୭୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ପ୍ରମାଣ ଅଭାବରୁ ଛଅ ମହିଳା ସମେତ ୨୪ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଏହି ମାମଲାରେ ଅଦାଲତ ଫେବୃଆରୀ ୧୮ରେ ଲାଲୁ ଏବଂ ଅନ୍ୟ ଦୋଷୀଙ୍କ ବିରୋଧରେ ଦଣ୍ଡ ଶୁଣାଇବେ।କୋର୍ଟଙ୍କ ନିଷ୍ପତ୍ତି ଆସିବା ମାତ୍ରେ କୋର୍ଟ ବାହାରେ ଥିବା ଆରଜେଡି ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ନିରାଶ ଛାଇ ଯାଇଛି। କୋର୍ଟର ନିଷ୍ପତ୍ତି ସମୟରେ ଲାଲୁ ଯାଦବଙ୍କ ଝିଅ ତଥା ସାଂସଦ ସୀମା ଭାରତୀ ଲାଲୁଙ୍କ ସହ ଉପସ୍ଥିତ ଥିଲେ। ଦୋଷୀ ସାବ୍ୟସ୍ତ ଅଭିଯୁକ୍ତଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୭୫ ବର୍ଷରୁ ଉର୍ଦ୍ଧ୍ଵ ହେବ। ବହୁ ଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଝାଡଖଣ୍ଡର ଡୋରଣ୍ଡା କୋଷାଗାରରୁ ବେଆଇନ ଭାବେ ୧୩୯ କୋଟି 35 ଲକ୍ଷ ଟଙ୍କା କଢାଯିବା ସାମିଲ୍ ଥିଲା। ଏହି ମାମଲା ଉପରେ ଆଜି ରାଞ୍ଚିରେ ସିବିଆଇର ସ୍ଵତନ୍ତ୍ର ଅଦାଲତ ନିଷ୍ପତ୍ତି ଶୁଣାଇଛନ୍ତି।ଏଥିପାଇଁ ଲାଲୁ ଯାଦବ ପାଟନାରୁ ରାଞ୍ଚି ପହଞ୍ଚିଥିଲେ। ରାଞ୍ଚି ବିମାନ ବନ୍ଦରରେ ତାଙ୍କର ସମର୍ଥନ ଲାଲୁଙ୍କୁ ଜୋରଦାର ସ୍ଵାଗତ କରିଥିଲେ। ଲାଲୁ ଏ ପର୍ଯ୍ୟନ୍ତ କୋଟି କୋଟି ଟଙ୍କାର ଚାରା ଘୋଟାଲା ସଂପର୍କିତ ପାଞ୍ଚରୁ ଚାରି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଲାଲୁଙ୍କୁ ଚାରା ଘୋଟାଲାର ଚାରି ମାମଲା- ଦେବଗଢ, ଚାଇବାସା, ରାଞ୍ଚିର ଡୋରଣ୍ଡା କୋଷାଗାର ଏବଂ ଦୁମକା ମାମଲାରେ ଜାମିନରେ ପାଇ ସାରିଛନ୍ତି।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *