ଭାରତରେ ବ୍ୟାନ ହେଲା ଲୋକପ୍ରିୟ ଗେମ୍‌ ଫ୍ରି ଫାୟାର

ଭାରତରେ ବ୍ୟାନ ହେଲା ଲୋକପ୍ରିୟ ଗେମ୍‌ ଫ୍ରି ଫାୟାର

ନୂଆଦିଲ୍ଲୀ-ଭାରତରେ ବ୍ୟାନ ହେଲା ବହୁ ଲୋକପ୍ରିୟ ଗେମ୍‌ ଫ୍ରି ଫାୟାର। ସୋମବାର ଭାରତ ସରକାର ୫୪ ଟି ଚାଇନିଜ୍ ମୋବାଇଲ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ।ଏହି ତାଲିକାରେ ଲୋକପ୍ରିୟ ମୋବାଇଲ୍ ଗେମ୍ ଗାରେନା ଫ୍ରି ଫାୟାର୍ ମଧ୍ୟ ସାମିଲ ରହିଛି। ଏହି ମୋବାଇଲ୍ ଆପ୍ ଆପଲ୍ ପ୍ଲେ ଷ୍ଟୋର ଏବଂ ଗୁଗଲ୍ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି।

ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ମୋଦି ସରକାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏଯାବତ୍ ଦେଶରେ ସମୁଦାୟ ୨୭୦ଟି ଚୀନି ଆପ୍‌ ବ୍ୟାନ୍ ହୋଇସାରିଛି। ଏହି ସବୁ ଆପ୍ ଗୁଡ଼ିକୁ ସରକାର ପୂର୍ବରୁ ବ୍ୟାନ୍ କରିଥିଲେ। ଚୀନ୍ ଏହାର ନାମ ପରିବର୍ତ୍ତନ କରି ରିଲଞ୍ଚ୍ କରିଥିଲା। ଜୁନ୍ ୨୦୨୦ରେ ଲଦାଖ ସୀମାରେ ଚୀନ ସହ ହୋଇଥିବା ହିଂସାକାଣ୍ଡ ହେବାର କିଛି ଦିନ ପରେ ସୁରକ୍ଷା ଦୃଷ୍ଟିରୁ ଏହି ଆପ୍ ଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।ତେବେ ଆପଣ ଗାରେନା ଫ୍ରି ଫାୟାର ବଦଳରେ ଏହି ୩ ଟି ମୋବାଇଲ୍ ଗେମ୍ ଖେଳିପାରିବେ, ଯାହା ଆପଣଙ୍କୁ ବହୁତ ମଜା ଦେବ।୧. ନ୍ୟୁ ଷ୍ଟେଟ୍ ମୋବାଇଲ୍ (ପବ୍‌ଜି ନ୍ୟୁ ଷ୍ଟେଟ୍)
୨. କଲ୍ ଅଫ୍ ଡ୍ୟୁଟି -ପିସିରେ ଖୁବ୍‌ ଲୋକପ୍ରିୟ ଗେମ୍‌ ହେଉଛି କଲ୍‌ ଅଫ୍ ଡ୍ୟୁଟି
୩. ବ୍ୟାଟଲଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ (BGMI) ବ୍ୟାଟଲଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ ହେଉଛି ଭାରତୀୟ ଭର୍ସନ

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *