
୧୬ ଫେବୃଆରୀରେ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିପାରେ!
- ଦେଶ ବିଦେଶମୁଖ୍ୟ ଖବର
- February 15, 2022
- No Comment
- 64
୧୬ ଫେବୃଆରୀରେ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିପାରେ!ଫେବୃଆରୀ ୧୬ରେ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିପାରେ ବୋଲି ଆମେରିକା ଚେତାଇ ଦେବା ପରେ ଆଜି ଏଭଳି ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷରେ ରୁଷିଆ ସହ ଯୁଦ୍ଧ ଏଡ଼ାଇବା ଲାଗି ୟୁକ୍ରେନ୍ ନାଟୋରେ ଯୋଗଦେବା ଯୋଜନା ଛାଡ଼ିପାରେ ବୋଲି ବ୍ରିଟେନରେ ଅବସ୍ଥାପିତ ୟୁକ୍ରେନ୍ର ରାଷ୍ଟ୍ରଦୂତ କହିଛନ୍ତି। ରାଷ୍ଟ୍ରଦୂତ ବାଦିମ ପ୍ରିଷ୍ଟେକୋ କହିଛନ୍ତି, ୟୁକ୍ରେନ୍ ଚାହୁଁଥିଲା ନାଟୋ ସହ ଯୋଗ ଦେବା ପାଇଁ। କିନ୍ତୁ ସେପରି କଲେ ରୁଷିଆ ସହ ଯୁଦ୍ଧର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଧମକ ଦେଇଛନ୍ତି ।ଗତକାଲି ଋଷ ଆକ୍ରମଣ ପାଇଁ ପ୍ରସ୍ତୁତ ବୋଲି ଆମେରିକା ଚେତାବନୀ ଦେବା ପରେ ଏବେ ନୂଆ ଖବର ସାମ୍ନାକୁ ଆସିଛି । ଆକ୍ରମଣ ପାଇଁ ୧.୩୦ଲକ୍ଷ ସୈନ୍ୟ ଓ ମିସାଇଲ ସହ ୟୁକ୍ରେନକୁ ଘେରିଲାଣି ଋଷ। ୟୁକ୍ରେନ ସୀମାରେ ୧ ଲକ୍ଷ ୩୦ହଜାରରୁ ଅଧିକ ସୈନିକ ନିୟୋଜିତ କରିଛି ଋଷ । ତା ସହିତ ମଧ୍ୟ ଋଷ ଭାରୀ ଅସ୍ତ୍ରଶସ୍ତ୍ର ଏବଂ କ୍ଷେପଣାସ୍ତ୍ର ମଧ୍ୟ ନିୟୋଜିତ କରିଥିବା ଜଣାପଡ଼ିଛି। ତଥ୍ୟ ଅନୁସାରେ,ଋଷ ୟୁକ୍ରେନକୁ ତିନି ପାଶ୍ୱର୍ରୁ ଘେରି ରହିଛି।