ସରପଞ୍ଚ ଲଡ଼ୁ ପାଇଁ ବେଶି ବ୍ୟାକୁଳ, ହାଇବଜେଟକୁ ହାଇଭୋଲଟେଜ୍‌ ରାଜନୀତି

ସରପଞ୍ଚ ଲଡ଼ୁ ପାଇଁ ବେଶି ବ୍ୟାକୁଳ, ହାଇବଜେଟକୁ ହାଇଭୋଲଟେଜ୍‌ ରାଜନୀତି

ଭୁବନେଶ୍ଵର: ସବୁଠି ବଢ଼ିଛି ପଞ୍ଚାୟତ ନିର୍ବାଚନର ଉଷ୍ମତା । ଜିଲ୍ଲା ପରିଷଦ ଅବା ଅଧ୍ୟକ୍ଷ ପଦ ପାଇଁ ଯେତିକି ପ୍ରତିଯୋଗିତା ହେଉନି ସରପଞ୍ଚ ପଦ ପାଇଁ ପ୍ରାର୍ଥୀମାନଙ୍କ ପାଇଁ ଆଗ୍ରହ ସବୁଠୁ ଅଧିକ । ଫଳରେ ଜିଲ୍ଲାସାରା ପ୍ରତ୍ୟେକ ବ୍ଲକରେ ଏବେ ଏକାଧିକ ଆଶାୟୀ ପ୍ରାର୍ଥୀ ସରପଞ୍ଚ ପଦ ପାଇଁ ଲଢ଼ୁଛନ୍ତି । ଅନ୍ୟପଟେ ସମିତି ସଭ୍ୟ ପାଇଁ ଅଧିକାଂଶ ପଞ୍ଚାୟତରେ ହିମୁଖୀ ଲଢେଇ ହେଉଛି । ସରପଞ୍ଚ ପାଇଁ ଆଗ୍ରହୀ ହେବା ପଛର କାରଣ ରାଜ୍ୟ ସରକାର ଏବେ ପ୍ରତ୍ୟେକ ପଞ୍ଚାୟତକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ପଞ୍ଚାୟତର ମୁଖୁଆ ସରପଞ୍ଚକୁ ସର୍ବାଧୂକ ଖୋଜା ପଡୁଥିବା ବେଳେ ପଞ୍ଚାୟତର ନ୍ୟସ୍ତ ରହିଥାଏ । ନିର୍ବାଚନ ସମୟରେ ଜଣେ ସମିତି ସଭ୍ୟ ପ୍ରାର୍ଥୀ ସମ୍ପର୍କରେ ଜାଣିପାରନ୍ତି । ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପରେ ଧୀରେ ଧୀରେ ତାଙ୍କର ପତିଆରା ହ୍ରାସ ପାଏ । ଏମିତିକି ସେମାନଙ୍କ ମୁହଁକୁ ଲୋକମାନେ ଭୁଲି ଯାଆନ୍ତି । ମାତ୍ର ୫ ବର୍ଷ ଧରି ସରପଞ୍ଚଙ୍କ ଉପରେ ସାଧାରଣ ଲୋକ ନିର୍ଭର କରନ୍ତି । ଗାଁ ଗୁଡିକରେ ରାସ୍ତା ନିର୍ମାଣଠାରୁ ଆରମ୍ଭ କରି ନଳକୂପ ଖୋଳା ପର୍ଯ୍ୟନ୍ତ ସବୁଥରେ ସରପଞ୍ଚଙ୍କୁ ଖୋଜାପଡେ । ଏମିତିକି ବିଭିନ୍ନ ପ୍ରମାଣପତ୍ର ପାଇଁ ସରପଞ୍ଚଙ୍କ ଦସ୍ତଖତ ମଧ୍ୟ ଆବଶ୍ୟକ ହୁଏ । ଏଣୁ ସବୁ କ୍ଷେତ୍ରରେ ଜଣେ ସରପଞ୍ଚଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଓ ସେହିପରି ସରପଞ୍ଚଙ୍କ ମାସିକ ଭତ୍ତା ୨୩୭୦ ଟଙ୍କା । ସରପଞ୍ଚଙ୍କ ବ୍ୟକ୍ତଗତ ପାଣ୍ଠିକୁ ବାର୍ଷିକ ୫୦ରୁ ୬୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ମିଳେ । ଏହାପରେ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ବିଧାୟକଙ୍କ ପାଣିରେ ମଧ୍ୟ ସେମାନଙ୍କ ଭାଗ ରହିଥାଏ । ଫଳରେ ଗୋଟିଏ ସରପଞ୍ଚ ହାରା ୫ ବର୍ଷରେ ପ୍ରାୟ କୋଟିଏରୁ ଉର୍ଜ୍ ଟଙ୍କା ଖର୍ଚ୍ଚ ହୁଏ । ଅନ୍ୟପଟେ ସମିତି ସଭ୍ୟମାନଙ୍କ ପାଣି ଢେର୍ କମ୍ । ପାଞ୍ଚ ବର୍ଷରେ ମାତ୍ର ୨ ଲକ୍ଷ ଟଙ୍କା ସେମାନଙ୍କୁ ଖର୍ଚ୍ଚ କରିବାକୁ ସୁଯୋଗ ଥାଏ । ଫଳରେ ସେମାନଙ୍କର ରୋକଗାଇ ମଧ୍ୟ ସେହି ଅନୁପାତରେ ହୋଇଥାଏ । ଅଧିକାଂଶ ସରପଞ୍ଚ ହେବା ପରେ ସେମାନଙ୍କର ଅଧିକ ସ୍ଥିତି ବେଶ୍ ସୁଦୃଢ ହେଉଥିବା ଅନେକ ଉଦାହରଣ ରହିଛି ।

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *