କଂଗ୍ରେସ ପାଇଁ ସଭାପତି ହିଁ ଦଦରା ଦଙ୍ଗାର ନାଉରୀ

କଂଗ୍ରେସ ପାଇଁ ସଭାପତି ହିଁ ଦଦରା ଦଙ୍ଗାର ନାଉରୀ

ତାଳଚେର : ପଞ୍ଚାୟତ ନିର୍ବାଚନ ଲାଗି ଜିଲାର ତାଳଚେର ବ୍ଲକ ଅଧୀନ ୪ଟି ଜିଲ୍ଲା ପରିଷଦ ଜୋନ୍‌ର ମତଦାନ ଆସନ୍ତା ୨୨ ତାରିଖରେ ହେବ । ବିଜେଡି, ବିଜେପି କଥା ଏହି ନିର୍ବାଚନରେ ଭିନ୍ନ ରହିଥିବା ବେଳେ କଂଗ୍ରେସର ଗତିବିଧୂ ସମ୍ପୂର୍ଣ୍ଣ ଅଲଗା ପରିଲକ୍ଷିତ ହୋଇଛି । ଦଳର ବିଭିନ୍ନ ପଦାଧୂକାରୀ କ୍ଷେତ୍ର ଉପରକୁ ଯାଉ ନଥିବା କିମ୍ବା ଯାଉ ନଥିବା ବେଳେ ବ୍ଲକ ସଙ୍ଗଠନର ମଙ୍ଗ ଧରିଥିବା ଦଳର ବ୍ଲକ ସଭାପତି ଜ୍ଞାନରଞ୍ଜନ ପାଣି ପ୍ରାର୍ଥୀମାନଙ୍କର ଏକମାତ୍ର ଭରସା ସଦୃଶ ହୋଇଛନ୍ତି ।ବ୍ଲକର ସମସ୍ତ୪ଟି ଯାକ ଜିଲା ପରିଷଦ,୨୧ ଟି ସରପଞ୍ଚ ଓ ୨୧ ସମିତିସଭ୍ୟ କଂଗ୍ରେସ ପ୍ରାର୍ଥୀଙ୍କ ଲାଗି ସେ ହିଁ କେବଳ ଆଲୋକବର୍ତ୍ତିକା ପାଳଟିଥିବା ଅନେକ ପ୍ରାର୍ଥୀ ପ୍ରକାଶ କରିଛନ୍ତି । ସେହିପରି ଦଳର ବିଭିନ୍ନ ପଦପଦବୀ ମାଡି ବସି ଏତେବଡ ରାଜନୈତିକ ସମର ସମୟରେ ଆତ୍ମଗୋପନକୁ ଶ୍ରେୟ ମଣିଥିବା ଦଳୀୟ ନେତାଙ୍କୁ ତ ଅନେକ ପ୍ରାର୍ଥୀ ‘ସାଇବେରିଆନ୍ ପକ୍ଷା’ ସଦୃଶ ବର୍ଣ୍ଣନା କରିଛନ୍ତି । ପଦପଦବୀଧାରୀ ସେହିଭଳି ନେତାଙ୍କୁ ରାଜନୀତି ସେମାନଙ୍କର ‘ଫ୍ୟାସନ’ ବୋଲି କହିବାକୁ ମଧ୍ୟ କେତେକ ଭୁଲି ନାହାନ୍ତି । ସେ ଦୃଷ୍ଟିରୁ ତଥାପି ଦଳ ଚଳିତ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି ପ୍ରାର୍ଥୀମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Related post

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ଫୋକସ ପ୍ଲସ 28/3/23(ବ୍ୟୁରୋ): ବିଭିନ୍ନ ସମୟରେ ଗଣମାଧ୍ୟମ ରେ ନିଜର ସ୍ୱର କୁ ଶାଣିତ କରି ଅନେକ ଜୀବନ ଜୀବିକା କୁ ବସାଇ ପାରିଥିବା ଫୋକସ ପ୍ଲସ ମୁଖ୍ୟ…
ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଫୋକସ ପ୍ଲସ 28/3/23(ବ୍ୟୁରୋ): ଦାଦନ ର ମୃତଦେହ ରଖି ଜାତୀୟ ରାଜପଥ ୨୬ ଅବରୋଧ।ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ର ୩…
ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଫୋକସ ପ୍ଲସ 28/3/23(ବ୍ୟୁରୋ): ଖରାଦିନରେ ଅନେକ ଜାଗାରେ ଦେଖିବାକୁ ମିଳିଥାଏ ଜଳ ର ସଙ୍କଟ | ମଣିଷ ଠୁ ପଶୁ ପକ୍ଷୀ ମଧ୍ୟ ଜଳ ପାଇଁ ଆଉଟ ପାଉଟୁ…

Leave a Reply

Your email address will not be published. Required fields are marked *