ରିଲିଜ୍ ପୂର୍ବରୁ ବିବାଦରେ ‘ଗଙ୍ଗୁବାଇ କାଠିଆୱାଡି’

ରିଲିଜ୍ ପୂର୍ବରୁ ବିବାଦରେ ‘ଗଙ୍ଗୁବାଇ କାଠିଆୱାଡି’

ପୁଣି ଅଡୁଆରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ । ତାଙ୍କୁ ନେଇ ଏବେ ଦେଖିବାକୁ ମିଳିଛି ବିବାଦ । ରିଲିଜ୍ ହେବାକୁ ଯାଉଛି ଆଲିଆଙ୍କ ଅପକମିଙ୍ଗ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ । ଆଉ ରିଲିଜ ପୂର୍ବରୁ ହିଁ ଫିଲ୍ମ କୁ ନେଇ ବିବାଦ ଦେଖିବାକୁ ମିଳିଛି । ଗାଙ୍ଗୁବାଈଙ୍କ ପରିବାର ସଦସ୍ୟ ଏହି ଫିଲ୍ମ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ବିରୋଧରେ ସେମାନେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ପରିବାର ସଦସ୍ୟ କହିଛନ୍ତି ଯେ ଏହି ଚଳଚ୍ଚିତ୍ରରେ ଗାଙ୍ଗୁବାଈଙ୍କ ପରିବାରକୁ ଅତ୍ୟନ୍ତ କଦର୍ୟ୍ୟ ଭାବେ ଚିତ୍ରଣ କରାଯାଇଛି। ଗାଙ୍ଗୁବାଈଙ୍କୁ ଜଣେ ସମାଜସେବୀ ବଦଳରେ ଦେହଜୀବୀ ଭାବେ ଦର୍ଶାଯାଇଛି ବୋଲି ଅଭିଯୋଗ ହୋଇଛି।ଗାଙ୍ଗୁବାଈଙ୍କ ପରିବାର ସଦସ୍ୟ ଏହି ଫିଲ୍ମ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ବିରୋଧରେ ସେମାନେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଫିଲ୍ମରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଆଲିଆ ଏବଂ ଫିଲ୍ମର ନିର୍ଦ୍ଦେଶକଙ୍କ ନାଁରେ ଗାଙ୍ଗୁବାଈଙ୍କ ପୋଷ୍ୟପୁତ୍ର ବାବୁ ରାଓଜୀ ଶାହା ଅଭିଯୋଗ ଆଣିଛନ୍ତି..ତେବେ ଚଳିତ ଫେବୃଆରୀ ୨୫ରେ ‘ଗଙ୍ଗୁବାଇ କାଠିଆୱାଡି’ ରିଲିଜ୍ ହେବ ବୋଲି ଘୋଷଣା ହୋଇ ସାରିଛି । ବର୍ତ୍ତମାନ ଫିଲ୍ମର ଟିମ୍ ମେମ୍ବର ଏହାର ଜୋରଦାର ପ୍ରମୋଶନରେ ବ୍ୟସ୍ତ ରହିଛନ୍ତି । ତେବେ ଆଗକୁ ଫିଲ୍ମକୁ ନେଇ ସୃଷ୍ଟି ହେଉଥିବା ବିବାଦ କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା ।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *