
ରାଜ୍ୟର ସମସ୍ତ ସହରାଞ୍ଚଳରୁ ଆଜିଠୁ ହଟିଲା ନାଇଟ୍ କର୍ଫ୍ୟୁ।
- ମୁଖ୍ୟ ଖବରରାଜ୍ୟ
- February 18, 2022
- No Comment
- 152
ହଟିଲା ନାଇଟ୍ କର୍ଫ୍ୟୁ। ରାଜ୍ୟର ସମସ୍ତ ସହରାଞ୍ଚଳରୁ ଆଜିଠୁ ହଟିଲା ନାଇଟ୍ କର୍ଫ୍ୟୁ। ନାଇଟ୍ କର୍ଫ୍ୟୁ ହଟିବା ନେଇ SRCଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
କୋରନା ସଂକ୍ରମଣକୁ ବୃଦ୍ଧିରେ ଦୃଷ୍ଟି ରଖି ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲଗାଯାଇଥିଲା। ରାଜ୍ୟରେ କୋଭିଡ୍ ସଂକ୍ରମଣ କମିବାରେ ଲାଗିଥିବାରୁ ରାଜ୍ୟ ସରକାର ଧୀରେ ଧୀରେ କଟକଣା ସବୁ କୋହଳ କରିବାରେ ଲଗିଛନ୍ତି । ଏଥିସହ ଏବେ ରାତ୍ରିକାଳୀନ କର୍ଫ୍ୟୁକୁ ହଟାଇ ଦିଆଯାଇଛି ।ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାରୁ କଟକଣାକୁ କୋହଳ କରିଛନ୍ତି ରାଜ୍ୟ ସରକାର । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।