ୟୁକ୍ରେନରେ ଭୟଙ୍କର ବୋମା ବିସ୍ଫୋରଣ-ବଢିଲା ଯୁଦ୍ଧ ଆଶଙ୍କା

ୟୁକ୍ରେନରେ ଭୟଙ୍କର ବୋମା ବିସ୍ଫୋରଣ-ବଢିଲା ଯୁଦ୍ଧ ଆଶଙ୍କା

ଯୁଦ୍ଧ ହେବ ନାହିଁ ବୋଲି ଉଭୟ ଦେଶ ଦାବି କରୁଥିବା ବେଳେ କିନ୍ତୁ ପ୍ରକୃତ ସ୍ଥିତି ଓଲଟା । ପୁଣି କିଛି ଦିନର ନୀରବତା ପରେ ଋଷ ଓ ୟୁକ୍ରେନ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଗତ ଶୁକ୍ରବାର ୟୁକ୍ରେନରେ ଏକ କାର ମଧ୍ୟରେ ବଡ ବିସ୍ଫୋରଣ ହୋଇଛି । ପୂର୍ବ ୟୁକ୍ରେନର ଡାନେଟସ୍କ ଅଞ୍ଚଳରେ ଏହା ଘଟିଛି । ଯେଉଁଠାରେ ଋଷ ସମର୍ଥିତ ବିଛିନ୍ନତାବାଦୀମାନେ ଆଡ୍ଡା ଜମାଇଛନ୍ତି । ଏହି ଗାଡି ଆଞ୍ଚଳିକ ସୁରକ୍ଷା ଅଧିକାରୀ ଡେନିସ୍ ସିନେକୋଭଙ୍କର ବୋଲି କୁହାଯାଉଛି । ସେହିପରି ଏକ ଗ୍ୟାସ୍ ପାଇପଲାଇନରେ ମଧ୍ୟ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି ।ଶୁକ୍ରବାର ଘଟିଥିବା କାର୍ ବୋମା ବିସ୍ଫୋରଣ ପାଇଁ ଋଷ ୟୁକ୍ରେନକୁ ଦାୟୀ କରିଛି । ସେହିପରି ଯେଉଁ ଅଞ୍ଚଳକୁ ବିଛିନ୍ନତାବାଦୀମାନେ କବଜା କରିଛନ୍ତି, ସେଠାରୁ ଶିଶୁ ଓ ମହିଳାମାନେ ପଳାୟନ ଆରମ୍ଭ କରିଦେଲେଣି । ଯୁଦ୍ଧ ହେବ କହି ସମସ୍ତଙ୍କୁ ଦୂର ସ୍ଥାନକୁ ପଠାଇ ଦିଆଯାଉଛି । ତେବେ ୟୁକ୍ରେନ ଋଷର ସମସ୍ତ ଦାବିକୁ ଖାରଜ କରିଦେଇଛି । ଓଲଟା ଋଷ ଉପରେ ଅଭିଯୋଗ କରିଛି ୟୁକ୍ରେନ ।ତେବେ ଏହି ଘଟଣାକୁ ନେଉ ଅଧିକ ସୂଚନା ମିଳିପାରି ନାହିଁ । କିନ୍ତୁ ଆମେରିକା ଦାବି କରୁଛି ଯେ, ଋଷ ଧିରେଧିରେ ୟୁକ୍ରେନରେ ଅଶାନ୍ତି ସୃଷ୍ଟି କରିପାରେ । ଅର୍ଥାତ ଋଷ ନିଜ ଦେଶରେ ବିସ୍ଫୋରଣ କରି ୟୁକ୍ରେନ ଉପରେ ଦୋଷ ଲଦିପାରେ । ଏହାକୁ ଆଧାର କରି ୟୁକ୍ରେନ ଉପରେ ଆକ୍ରମଣ କରିପାରେ ।ଆମେରିକା ଋଷର ଆକ୍ରମଣ ନେଇ ଚେତାବନୀ ଦେଇ ସାରିଛି । ଭ୍ଲାଦିମିର ପୁଟିନ କେତେବେଳେ ବି ୟୁକ୍ରେନ ଉପରେ ଆକ୍ରମଣ କରିପାରନ୍ତି ବୋଲି କହିଛନ୍ତି ଜୋ ବାଇଡେନ୍ । ତେବେ ସେ ୟୁକ୍ରେନ ସୀମାକୁ ନିଜ ସୈନ୍ୟ ନ ପଠାଇଲେ ବି ୟୁକ୍ରେନକୁ ସମର୍ଥନ କରିବେ ବୋଲି କହିଛନ୍ତି

Related post

ନିଳମାଧବ ପାଇଲେ ବିଶ୍ଵବିଦ୍ୟାଳୟ ସ୍ତରୀୟ ଏନ୍ଏସ୍ଏସ୍ ଆୱାର୍ଡ଼

ନିଳମାଧବ ପାଇଲେ ବିଶ୍ଵବିଦ୍ୟାଳୟ ସ୍ତରୀୟ ଏନ୍ଏସ୍ଏସ୍ ଆୱାର୍ଡ଼

ଫୋକସ ପ୍ଲସ (ସୋରଡ଼ା): ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଅଧୀନରେ ଓଡ଼ିଶା ରାଜ୍ୟ ଜାତୀୟ ସେବା ଯୋଜନାର ୫୩ ତମ ପ୍ରତିଷ୍ଠା ଦିବସ ସମାରୋହରେ ବ୍ରହ୍ମପୁର…
ବିବାହ କରିବେ ରିଚା ଚଢା ଏବଂ ଅଲି ଫୈସଲ

ବିବାହ କରିବେ ରିଚା ଚଢା ଏବଂ ଅଲି ଫୈସଲ

ଫୋକସ ପ୍ଲସ(ବ୍ୟୁରୋ): ବହୁ ବର୍ଷର ପ୍ରେମ ସମ୍ପର୍କ ପରେ ଏବେ ବିବାହ କରିବାକୁ ଯାଉଛନ୍ତି ବଲିଉଡ଼ର ଏହି ଚର୍ଚ୍ଚିତ ଯୋଡି ରିଚା ଚଢା ଏବଂ ଅଲି ଫୈସଲ |ସେପ୍ଟେମ୍ବର…
ନଦୀରେ ଭାସୁଛି ମହିଳାଙ୍କ ଅର୍ଦ୍ଧଦଗ୍ଧ ଗଳିତ ଶବ

ନଦୀରେ ଭାସୁଛି ମହିଳାଙ୍କ ଅର୍ଦ୍ଧଦଗ୍ଧ ଗଳିତ ଶବ

ଫୋକସ ପ୍ଲସ(ଅସ୍ତରଙ୍ଗ): ଅସ୍ତରଙ୍ଗ ଦେଵୀ ନଦୀରେ ଭାସୁଛି ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ଗଳିତ ଶବ |କେହି ହତ୍ୟା କରି ନଦୀରେ ଫିଙ୍ଗିଦେବା ସନ୍ଦେହ ।ଖବର ପାଇ ଅସ୍ତରଙ୍ଗ ମେରାଇନି…

Leave a Reply

Your email address will not be published.