ଯାତ୍ରୀବାହୀ ଜାହାଜରେ ନିଆଁ -10 ନିଖୋଜ

ଯାତ୍ରୀବାହୀ ଜାହାଜରେ ନିଆଁ -10 ନିଖୋଜ

ଯାତ୍ରୀବାହୀ ଜାହାଜରେ ନିଆଁ -10 ନିଖୋଜ.. ଗ୍ରୀସ୍‌ରୁ ଇଟାଲି ଅଭିମୁଖେ ଆସୁଥିବା ୟୁରୋଫେରି ଅଲିମ୍ପିଆ ଯାତ୍ରୀ ବାହୀ ଜାହଜରେ ନିଆଁ ଲାଗିଯାଇଛି। ଫେରିରୁ ଶତାଧିକ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଆହତ ହୋଇଥିବା ଗ୍ରୀସ୍‌ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି।
୨୯୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଜାହାଜରେ ଅଧିକାଂଶ ଇଟାଲିଆନ୍‌ ଯାତ୍ରୀ ଥିଲେ। ଉଦ୍ଧାର କାର୍ଯ୍ୟ ଶେଷ ହେଲା ବେଳକୁ ଜଣାପଡିଥିଲା ଯେ, ଫେରିରେ ଆଉ ଦୁଇଜଣ ଯାତ୍ରୀ ଫସି ରହିଛନ୍ତି। ସୁପର ପୁମା ହେଲିକପ୍ଟର ସାହାଯ୍ୟରେ ସେମାନଙ୍କୁ ଉଦ୍ଧାର କରାଯାଇଛି। ଏ ପ୍ରକାର ଆକସ୍ମିକ ଦୁର୍ଘଟଣା ପରେ ପାଖାପାଖି ୧୦ ଜଣ ନିଖୋଜ ଥିବା କୁହାଯାଉଛି। ସେମାନଙ୍କ ଉଦ୍ଧାର ପାଇଁ ଅପରେଶନ୍‌ ଜାରି ଥିବା କହିଛିକୋଷ୍ଟଗାର୍ଡ। ଇଟାଲିର ୟୁରୋଫେରି ଅଲିମ୍ପିଆ ଗ୍ରୀସ୍‌ର ସର୍ବବୃହତ ବନ୍ଦର ଇଗୋଉମେନିଟସରୁ ଶୁକ୍ରବାର ବାହାରିଥିଲା। ଫେରିରେ ନିଆଁ ଲାଗିବାର କାରଣ ବର୍ତ୍ତମାନ ଅସ୍ପଷ୍ଟ ଥିବାବେଳେ ଜାହାଜରେ ସ୍ପିକରରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *