ପୁରୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

 

ପୁରୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବାପରେ ପୁରୀ ଗସ୍ତ କରିଥିଲେ । ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ । । ସଂଧ୍ୟା ୫ଟାରୁ ୫ଟା ୪୫ ମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।ସୁରକ୍ଷା ଦୃଷ୍ଟିରୁ ୪୦ପ୍ଲାଟୁନ ଫୋର୍ସ ଓ ୨ଶହ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ହେଲିପ୍ୟାଡଠାରୁ ଆରମ୍ଭ କରି ବଡଦାଣ୍ଡ ଓ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡିଂ କରାଯାଇଛି । ବ୍ଲୁ-ବୁକ୍ ସୁରକ୍ଷା ବ୍ୟବସ୍ଥା ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦୁଇଦିନିଆ ଗସ୍ତ କାର୍ୟ୍ୟକ୍ରମରେ ଆସି ରାଜଭବନରେ ରାତ୍ରୀଯାପନ କରିବେ ରାଷ୍ଟ୍ରପତି । ରାଜଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ରାଷ୍ଟ୍ରପତିଙ୍କ ପତ୍ନୀ ତଥା ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ ଏବଂ ତାଙ୍କ ଝିଅଜ୍ୱାଇଁ ଓ ରାଜ୍ୟପାଳ ଗଣେଶୀ ଲାଲ ରହିବେ ।। ଦୁଇଦିନିଆ ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି । ଦିଲ୍ଲୀରୁ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ସପରିବାର ପହଞ୍ଚିଥିଲେ ରାଷ୍ଟ୍ରପତି। ବିମାନବନ୍ଦରରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ ଜଣାଇଥିଲେ । ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଡିଜିପି ସୁନୀଲ ବଂଶଲ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ଭୁବନେଶ୍ୱର ଏୟାରପୋର୍ଟରୁ ଏକ ସ୍ୱତନ୍ତ୍ର ହେଲିକପ୍‌ଟର ଯୋଗେ ପୁରୀ ଗସ୍ତ କରିଥିଲେ। ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବା ପରେ କେନ୍ଦ୍ରାଞ୍ଚଳ ଆରଡିସି, ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସପି କେ ବିଶାଲ ସିଂହ ସ୍ୱାଗତ ଜଣାଇଥିଲେ। ସେଠାରୁ ସିଧାସଳଖ ପୁରୀ ରାଜଭବନ ଯାଇଛନ୍ତି

 

 

 

Related post

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବେ ଭାରତର ବିଶିଷ୍ଟ ବ୍ୟକ୍ତି ବିଶେଷ, ଜାଣନ୍ତୁ କାହା କାହା ଦିଆଯାଇଛି ନିମନ୍ତ୍ରଣ

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବେ ଭାରତର ବିଶିଷ୍ଟ ବ୍ୟକ୍ତି…

ଉତ୍ତର ପ୍ରଦେଶ: ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ୨୨ ଜାନୁଆରୀରେ ହେବ । ଏଥିପାଇଁ ସମସ୍ତଙ୍କୁ ନିମନ୍ତ୍ରଣ ପଠାଯାଉଛି । ଏହି ଉତ୍ସବର…
ଦୁର୍ଗମ ଅଞ୍ଚଳ ରେ ଫାଇଦା ନେଉଛନ୍ତି ଅଙ୍ଗନୱାଡ଼ି ଦିଦି!!!

ଦୁର୍ଗମ ଅଞ୍ଚଳ ରେ ଫାଇଦା ନେଉଛନ୍ତି ଅଙ୍ଗନୱାଡ଼ି ଦିଦି!!!

ରାୟଗଡ଼ା: ଦୁର୍ଗମ ଅଞ୍ଚଳ ରେ ଫାଇଦା ନେଉଛନ୍ତି ଅଙ୍ଗନୱାଡ଼ି ଦିଦି, ହେଲପର୍ କୁ କିଛି ମିଳିଲା ନାଇଁ ସେଥିପାଇଁ ସିଧା ସିଧା ବଖାଣିଲେ ଦିଦିଙ୍କ ଭିତିରି କଥା ଏ…
ଚାଇନାର ନିମୋନିଆ ଭାରତକୁ ପ୍ରଭାବିତ କରିଛି କି? AIIMS ଦିଲ୍ଲୀରେ 7 ଟି ମାମଲା ମିଳିଲା କି?

ଚାଇନାର ନିମୋନିଆ ଭାରତକୁ ପ୍ରଭାବିତ କରିଛି କି? AIIMS ଦିଲ୍ଲୀରେ 7…

ଭାରତରେ ଚାଇନା ନିମୋନିଆ07/12(ଫୋକସ ପ୍ଲସ); ଚାଇନାରେ ବ୍ୟାପିଥିବା ରହସ୍ୟମୟ ନିମୋନିଆକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢିଛି। ମାଇକୋପ୍ଲାଜମା ନିମୋନିଆରେ ପୀଡିତ ପିଲାମାନଙ୍କ ସହିତ ଚାଇନାର ଡାକ୍ତରଖାନାଗୁଡ଼ିକ ଭରି…

Leave a Reply

Your email address will not be published. Required fields are marked *