ପାଇକଯମୁନା ପଞ୍ଚାୟତରେ ଜିଲ୍ଲା ପରିଷଦ ପାର୍ଥି ଙ୍କ ସହ ସରପଞ୍ଚ ପ୍ରାର୍ଥୀ ହେମନ୍ତ ଗୌଡ଼ ଙ୍କ ହାଇ ଭୋଲଟେଜ୍ ପ୍ରଚାର ।

 

ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବହୁ ଉଚ୍ଚ ଶିକ୍ଷିତ ଯୁବକ ଓ ସମାଜସେବୀ ରାଜନୀତି ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି ।ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଳକ ଅନ୍ତର୍ଗତ ପାଇକଯମୁନା ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି ଜଣେ ଯୁବ ସମାଜସେବୀ ହେମନ୍ତ କୁମାର ଗୌଡ଼ । ଉକ୍ତ ପଞ୍ଚାୟତରେ ବିଗତ ଯୋଜନାରେ ସେଭଳି କିଛି ଆଖିଦୃଶିଆ ଉନ୍ନତି ହୋଇ ନଥିବା ବେଳେ ଲୋକେ ଏବେବି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ରହିଛନ୍ତି । ଜଣେ ଯୁବ ସମାଜସେବୀ ଭାବେ ହେମନ୍ତ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବେ ଏବଂ ଲୋକକଂ ସ୍ବାର୍ଥକୁ ଦୃଷ୍ଟିରେ ରଖି ପଞ୍ଚାୟତର ଉର୍ନତି ଓ ପ୍ରଗତି କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ପରି ମୌଳିକ ସୁବିଧାକୁ ପ୍ରାଧାନ୍ୟ ଦେବେ ବୋଲି ଶ୍ରୀ ଗୌଡ଼ କହିଛନ୍ତି। ଶନିବାର ହେମନ୍ତ ଏକ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ସାହିକୁ ସାହି ବୁଲି ପ୍ରଚାର କରିଥିବା ଦେଖିବାକୁ ମିଳିଛି। ହେମନ୍ତକୁଂ ପ୍ରତି ସାହିରେ ମହିଳା ମାନେ ବନ୍ଦାପନା ପୂର୍ବକ ସ୍ବାଗତ କରିଥିବା ବେଳେ ତାଙ୍କ ସହ ସମିତି ସଭ୍ୟ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରୁଥିବା ତ୍ରିଲୋଚନ ପାତ୍ର ଏବଂ ଏହି ୫ନଂ ଜୋନ୍ ର ବିଜୁ ଜନତା ଦଳର ସମର୍ଥୀତ ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀ ବଳରାମ ପ୍ରଧାନ ମଧ୍ୟ ଏହି ଶୋଭାଯାତ୍ରାରେ ସାମିଲ ହୋଇ ଲୋକକୁଂ ଭୋଟ୍ ମାଗିଥିଲେ ।

Related post

ନିଳମାଧବ ପାଇଲେ ବିଶ୍ଵବିଦ୍ୟାଳୟ ସ୍ତରୀୟ ଏନ୍ଏସ୍ଏସ୍ ଆୱାର୍ଡ଼

ନିଳମାଧବ ପାଇଲେ ବିଶ୍ଵବିଦ୍ୟାଳୟ ସ୍ତରୀୟ ଏନ୍ଏସ୍ଏସ୍ ଆୱାର୍ଡ଼

ଫୋକସ ପ୍ଲସ (ସୋରଡ଼ା): ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଅଧୀନରେ ଓଡ଼ିଶା ରାଜ୍ୟ ଜାତୀୟ ସେବା ଯୋଜନାର ୫୩ ତମ ପ୍ରତିଷ୍ଠା ଦିବସ ସମାରୋହରେ ବ୍ରହ୍ମପୁର…
ବିବାହ କରିବେ ରିଚା ଚଢା ଏବଂ ଅଲି ଫୈସଲ

ବିବାହ କରିବେ ରିଚା ଚଢା ଏବଂ ଅଲି ଫୈସଲ

ଫୋକସ ପ୍ଲସ(ବ୍ୟୁରୋ): ବହୁ ବର୍ଷର ପ୍ରେମ ସମ୍ପର୍କ ପରେ ଏବେ ବିବାହ କରିବାକୁ ଯାଉଛନ୍ତି ବଲିଉଡ଼ର ଏହି ଚର୍ଚ୍ଚିତ ଯୋଡି ରିଚା ଚଢା ଏବଂ ଅଲି ଫୈସଲ |ସେପ୍ଟେମ୍ବର…
ନଦୀରେ ଭାସୁଛି ମହିଳାଙ୍କ ଅର୍ଦ୍ଧଦଗ୍ଧ ଗଳିତ ଶବ

ନଦୀରେ ଭାସୁଛି ମହିଳାଙ୍କ ଅର୍ଦ୍ଧଦଗ୍ଧ ଗଳିତ ଶବ

ଫୋକସ ପ୍ଲସ(ଅସ୍ତରଙ୍ଗ): ଅସ୍ତରଙ୍ଗ ଦେଵୀ ନଦୀରେ ଭାସୁଛି ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ଗଳିତ ଶବ |କେହି ହତ୍ୟା କରି ନଦୀରେ ଫିଙ୍ଗିଦେବା ସନ୍ଦେହ ।ଖବର ପାଇ ଅସ୍ତରଙ୍ଗ ମେରାଇନି…

Leave a Reply

Your email address will not be published.