ଆଜିଠାରୁ ବିନା କଟକଣାରେ ଶ୍ରୀମନ୍ଦିରରେ ଭକ୍ତ ମାନେ କରିପାରିବେ ଦର୍ଶନ

ଆଜିଠାରୁ ବିନା କଟକଣାରେ ଶ୍ରୀମନ୍ଦିରରେ ଭକ୍ତ ମାନେ କରିପାରିବେ ଦର୍ଶନ

ଆଜିଠାରୁ ବିନା କଟକଣାରେ ଶ୍ରୀମନ୍ଦିରରେ ଭକ୍ତ ମାନେ କରିପାରିବେ ଦର୍ଶନ
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ହଟିଲା କଟକଣା । ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆଉ ଲାଗିବନି କୋଭିଡ୍ ନେଗେଟିଭ୍ ରିପୋର୍ଟ କିମ୍ବା ଟିକା ପ୍ରମାଣପତ୍ର । ଆଉ କିଓସ୍କର ମଧ୍ୟ ଆବଶ୍ୟକତା ପଡ଼ିବ ନାହିଁ । କରୋନା ସଂକ୍ରମଣ ହ୍ରାସ ପାଇବା କାରଣରୁ ଏପରି ନିଶ୍ପତି ନିଆଯାଇଛି । ଗତ ୧୪ ତାରିଖରେ ଛତିଶା ନିଯୋଗ ବୈଠକରେ କଟକଣା କୋହଳ ନେଇ ନିଷ୍ପତି ହୋଇଥିଲା ।କୋଭିଡ୍ ସଂକ୍ରମଣ ହାର ସଂପୂର୍ଣ୍ଣ ବନ୍ଦ ହୋଇନଥିବାରୁ ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । କୋଭିଡ୍ ସଂକ୍ରମଣ ବଢିବା ପରେ ୨୦୨୦ ଫେବ୍ରୁଆରୀ ୨୨ ତାରିଖରେ ଶ୍ରୀମନ୍ଦିର ଦର୍ଶନ ବନ୍ଦ କରାଯାଇଥିଲା । ଏହା ପରେ କଟକଣାରେ ଦର୍ଶନ ଆରମ୍ଭ ହେଇଥିଲା । ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ କୋଭିଡ୍ ନେଗେଟିଭ୍ ରିପୋର୍ଟ କିମ୍ବା ଟିକାର ଦୁଇଟି ଡୋଜ୍ ପ୍ରମାଣପତ୍ର ଦେଖାଇବାକୁ ପଡ଼ୁଥିଲା । ଯାହାକୁ ଆଜିଠାରୁ ବନ୍ଦ କରାଯାଇଛି । ଏହି କଟକଣା ହଟିଲା ପରେ ଭକ୍ତ ମାନେ ବେଶ ଖୁସି ହୋଇଛନ୍ତି

Related post

ଘାତକ ହୋଇପାରେ ଡାର୍କ ଚକୋଲେଟ |

ଘାତକ ହୋଇପାରେ ଡାର୍କ ଚକୋଲେଟ |

ଫୋକସ ପ୍ଲସ ୬/୨/୨୩(ବ୍ୟୁରୋ):ଚକୋଲେଟ ଖାଇବା କାହାର ପସନ୍ଦ ନଥାଏ | ଡାର୍କ ଚକୋଲେଟ୍‌ ଖାଇବା ତ ପ୍ରାୟ ସମସ୍ତଙ୍କୁ ପସନ୍ଦ। ଏହାର ନାଁ ଶୁଣିବା ମାତ୍ରେ ପାଟିରେ ପାଣି…
ଭାରତରେ ବ୍ୟାନ ହେବ ଚାଇନିଜ ଆପ

ଭାରତରେ ବ୍ୟାନ ହେବ ଚାଇନିଜ ଆପ

ଫୋକସ ପ୍ଲସ ୬/୨/୨୩(ବ୍ୟୁରୋ):ଚୀନ ବିରୋଧରେ ଭାରତର ବଡ଼ ପଦକ୍ଷେପ । ଚୀନ୍ ଅନଲାଇନ୍ ଆପଗୁଡିକୁ ହଟେଇବା ପାଇଁ ଭାରତ ବିଭିନ୍ନ କସରତ କରୁଛି | ଏକାବେଳେ ୨୩୨ ଆପ୍…
ସୁସ୍ଥ ହେଲେ ଅଭିନେତା ସାତ୍ୟକି ମିଶ୍ର

ସୁସ୍ଥ ହେଲେ ଅଭିନେତା ସାତ୍ୟକି ମିଶ୍ର

ଫୋକସ ପ୍ଲସ 05/02/2023(ବ୍ୟୁରୋ ) ଆଉ ଜଣେ ଓଲିଉଡ୍‌ କଳାକାର ଅସୁସ୍ଥ ଥିବା ଜଣାପଡିଛି । ବରିଷ୍ଠ ଅଭିନେତା ସାତ୍ୟକି ମିଶ୍ର ଏବେ ଅସୁସ୍ଥ ହୋଇ ଦିଲ୍ଲୀରେ ଚିକିତ୍ସିତ…

Leave a Reply

Your email address will not be published.