ଆପଣଙ୍କ କେଶକୁ ମୂଳରୁ ମଜଭୁତ କରିବ ହେୟାର ପ୍ୟାକ୍

ଆପଣଙ୍କ କେଶକୁ ମୂଳରୁ ମଜଭୁତ କରିବ ହେୟାର ପ୍ୟାକ୍

ଆପଣଙ୍କ କେଶକୁ ମୂଳରୁ ମଜଭୁତ କରିବ ହେୟାର ପ୍ୟାକ୍..ଏହି ପେଷ୍ଟକୁ ମୁଣ୍ଡରେ ଲଗାଇବା ଦ୍ୱାରା ଚୁଟି ଚମକଦାର ହୋଇଥାଏ..
ସୁନ୍ଦର ତଥା ମୁଲାୟମ୍‌ କେଶ ପାଇବାକୁ ସମସ୍ତେ ଚାହାନ୍ତି। କିନ୍ତୁ ଯତ୍ନ ଅଭାବରୁ ପ୍ରାୟତଃ ଚୁଟି ରୁକ୍ଷ ଓ ତେଲିଆ ହୋଇଯାଏ। ଫଳରେ ଲୁକ୍‌ ଖରାପ ହେବା ସହ ଚୁଟି ବି ଉପୁଡ଼େ। ବିଭିନ୍ନ ରାସାୟନିକ ପ୍ରଡକ୍ଟ ବ୍ୟବହାର କରି ଲୋକେ ଏହି କେଶ ଜନିତ ସମସ୍ୟାରୁ ମୁକ୍ତି ପାଇଥାନ୍ତି। କିନ୍ତୁ ଆପଣ ଚାହିଁଲେ ପ୍ରାକୃତିକ ଉପାୟରେ ବି ଚୁଟିକୁ ଚମକଦାର ବନାଇପାରିବେ। ଚୁଟିରେ ଡାଲଚିନି ଓ ଅଲିଭ ଅଏଲର ପ୍ୟାକ୍‌ ଲଗାଇ ଆପଣ କୋମଳ କେଶ ପାଇପାରିବେ। ଆସନ୍ତୁ ଜାଣିବା..ଏହି ପ୍ୟାକ୍‌କୁ ତିଆରି କରିବା ପାଇଁ ବେକିଂ ସୋଡ଼ା, ଅଲିଭ ଅଏଲ, ଡାଲଚିନି ନିଅନ୍ତୁ। ଏବେ ଏକ ପାତ୍ରରେ ସବୁ ଜିନିଷ ମିଶାନ୍ତୁ। ଏହି ପେଷ୍ଟକୁ ବ୍ରଶ୍‌ ସାହାଯ୍ୟରେ ଚୁଟିରେ ଲଗାନ୍ତୁ। ଏହା ଶୁଖିବା ପରେ ସାଦା ପାଣିରେ ଚୁଟି ଧୋଇ ଦିଅନ୍ତୁ। ଆପଣ ଚାହିଁଲେ ଚୁଟିକୁ ଧୋଇବା ପାଇଁ ମାଇଲ୍ଡ ସାମ୍ପୁ ବ୍ୟବହାର କରିପାରିବେ।ଆପଣଙ୍କ ଚୁଟି ମୂଳରୁ ମଜଭୁତ ହୋଇ ଥାଏ । ଏହି ପ୍ୟାକ୍‌କୁ ଆପଣ ସପ୍ତାହକୁ ଦୁଇ ଥର ଲଗାଇ ପାରିବେ।

 

 

Related post

ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଆଶାରାମ ବାପୁ

ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଆଶାରାମ ବାପୁ

ଫୋକସ ପ୍ଲସ ୩୧/୧/୨୩(ବ୍ୟୁରୋ):ଆତ୍ମଘୋଷିତ ବାବା ଆଶାରାମ ବାପୁ ୧୦ ବର୍ଷ ପୁରୁଣା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁଜରାଟର ଗୋଟିଏ କୋର୍ଟ ଆଶାରାମକୁ ଦୋଷୀ ସାବ୍ୟସ୍ତ…
ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ପ୍ରିୟଙ୍କାଙ୍କ ଝିଅ ମାଳତୀର ଫଟୋ

ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ପ୍ରିୟଙ୍କାଙ୍କ ଝିଅ ମାଳତୀର ଫଟୋ

ଫୋକସ ପ୍ଲସ ୩୧/୧/୨୩(ବ୍ୟୁରୋ):ଅଭିନେତ୍ରୀ ପ୍ରିୟଙ୍କାଙ୍କ ଝିଅ ଅବିକଳ ନିକ ଜୋନାସଙ୍କ ଭଳି ଦେଖାଯାଉଛନ୍ତି | ପ୍ରିୟଙ୍କା ସୋସିଆଲ ମିଡିଆରେ ଝିଅ ମାଳତୀର ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି।…
ପ୍ରଶ୍ନପତ୍ର ଲିକ ଘଟଣାରେ ଶିକ୍ଷକ ଗିରଫ

ପ୍ରଶ୍ନପତ୍ର ଲିକ ଘଟଣାରେ ଶିକ୍ଷକ ଗିରଫ

ଫୋକସ ପ୍ଲସ ୩୧/୧/୨୩(ମାଲକାନଗିରି):ପ୍ରଶ୍ନ ପତ୍ର ଲିକ ଘଟଣାରେ ଗିରଫ ହେଲେ ମାଲକାନଗିରି ଶିକ୍ଷକ l ଗୁଜରାଟରୁ ମାଲକାନଗିରି ଲମ୍ବିଛି ବଡ ଧରଣର ପ୍ରଶ୍ନପତ୍ର ସ୍କାମ। ଗୁଜରାଟ ପଞ୍ଚାୟତ ସର୍ଭିସ…

Leave a Reply

Your email address will not be published.