ମଦ ଦୋକାନ ରେ ସିଲ ସତ୍ୟେ ନିର୍ଵାଚନ ପାଇଁ ବାହାରେ ମିଳୁଛି ବ୍ୟାପକ ମଦ, ଅବକାରୀ ବିଭାଗର ଚଢ଼ାଉ

ମଦ ଦୋକାନ ରେ ସିଲ ସତ୍ୟେ ନିର୍ଵାଚନ ପାଇଁ ବାହାରେ ମିଳୁଛି ବ୍ୟାପକ ମଦ, ଅବକାରୀ ବିଭାଗର ଚଢ଼ାଉ


ନୀଳଗିରି (ଫୋକସ ପ୍ଲସ) ସରକାର ଙ୍କ ନିର୍ଦେଶରେ ମଦ ଦୋକାନ ନିର୍ବାଚନ ପାଇଁ ସିଲ କରାଯାଇଛି।ହେଲେ ବାହାରେ ବ୍ୟାପକ ପରିମାଣରେ ମଦ ମିଳୁଥିବା ଦେଖିବାକୁ ମିଳୁଛି।ବହୁ ବିଳମ୍ବରେ ଅବକାରୀ ବିଭାଗର ଚେତା ପଶିଥିବା ବେଳେ ଚଢ଼ାଉ କରି ବ୍ୟାପକ ପରିମାଣ ରେ ମଦ ଜବତ ହୋଇଥିବା ଜଣାପଡିଛି।ଆଜି ଏକ ଟିମ ଅଚାନକ ଚଢ଼ାଉ କରି ବରମପୁର ଥାନା ଅଧିନ ଡ଼ାଳିମ୍ବପାଳ ଗ୍ରାମର ରତିକାନ୍ତ ସାହୁ ଙ୍କ ଠାରୁ ୧୧୯ ବୋତଲ ନକଲି ମଦ ଜବତ କରିଥିବା ଦେଖିବାକୁ ମିଳିଛି।ସେହିପରି ନୀଳଗିରି ଥାନା ଅଧିନ ଗାଙ୍ଗପୁରା ଅଞ୍ଚଳରେ ଭାଗିରଥି ମହାଳିକ ଙ୍କ ପାଖରୁ ୮୦ ଲିଟର ଦେଶୀ ମଦ ଜବତ କରିଥିବା ଜଣା ପଡ଼ିଛି।ଏନେଇ ପୃଥକ ଦୁଇଟି ମାମଲା ରୁଜୁ ହେବା ସହ ଦୁଇ ଗିରଫ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି।ଏହି ଚଢ଼ାଉରେ ଅବକାରୀ ଅଧିକାରୀ ଅଶୋକ କୁମାର ଶତପଥୀ, ସୁଶାନ୍ତ କୁମାର ପାଢୀ,ନାରାୟଣ ବେହେରା,ଲକ୍ଷସାଧଵ ପ୍ରଧାନ ପ୍ରମୁଖ ସାମିଲ ଥିଲେ।

Related post

ପୋଲ ନିର୍ମାଣରେ ବିଳମ୍ବ ନେଇ ଅଞ୍ଚଳରେ ତୀବ୍ର ପ୍ରତିବାଦ

ପୋଲ ନିର୍ମାଣରେ ବିଳମ୍ବ ନେଇ ଅଞ୍ଚଳରେ ତୀବ୍ର ପ୍ରତିବାଦ

ଫୋକସ ପ୍ଲସ(ବରଗଡ଼): ବରଗଡ଼ ସହରରୁ ଅମ୍ବାପାଲିକୁ ସଂଯୋଗ କରୁଥିବା ପୁରୁଣା ଜୀରାନଦୀ ପୋଲ ଭାଙ୍ଗି ନୂତନ ପୋଲ ନିର୍ମାଣ ଚାଲିଛି। ୨୦୧୮ରୁ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା…
ମହିଳା ମହାବିଦ୍ୟାଳୟରେ ଅବସରକାଳୀନ ସଭା

ମହିଳା ମହାବିଦ୍ୟାଳୟରେ ଅବସରକାଳୀନ ସଭା

ଫୋକସ ପ୍ଲସ(ରାଇରଙ୍ଗପୁର): ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗ ପ୍ରମୁଖ ପ୍ରାଧ୍ୟ୍ୟାପିକା ମୋନିକା ଦାସଙ୍କ ଅବସଳକାଳୀନ ସଭା ଅନୁଷ୍ଠିତ ହୋଇ ଯାଇଛି। 1987 ମସିହାରେ ଶୁଭାରମ୍ଭ ହୋଇ ଥିବା…
ପତ୍ନୀଙ୍କ ଫିଲ୍ମ ରିଲିଜ୍ ନେଇ ଭୁଲ ଟ୍ୱିଟ କଲେ ଅଭିଷେକ ବଚ୍ଚନ

ପତ୍ନୀଙ୍କ ଫିଲ୍ମ ରିଲିଜ୍ ନେଇ ଭୁଲ ଟ୍ୱିଟ କଲେ ଅଭିଷେକ ବଚ୍ଚନ

ଫୋକସ ପ୍ଲସ(ବ୍ୟୁରୋ): ସେପ୍ଟେମ୍ବର ୩୦ ଶୁକ୍ରବାର ଦିନ ଅଭିଷେକ ବଚ୍ଚନ ଟ୍ୱିଟରରେ ପତ୍ନୀ ଏଶ୍ୱର୍ଯ୍ୟାଙ୍କୁ ତାଙ୍କର ନୂତନ ଫିଲ୍ମ ରିଲିଜ୍ ପୋନିୟିନ୍ ସେଲଭାନ୍ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସେ…

Leave a Reply

Your email address will not be published.