ଚର୍ଚ୍ଚାରେ ୨ ନମ୍ବର ଜୋନ , ଫଳାଫଳ ନେଇ ସ୍ୱାଧୀନ ପ୍ରାର୍ଥୀ ନେବେ ନିର୍ଣ୍ଣାୟକ ଭୂମିକା

ଚର୍ଚ୍ଚାରେ ୨ ନମ୍ବର ଜୋନ , ଫଳାଫଳ ନେଇ ସ୍ୱାଧୀନ ପ୍ରାର୍ଥୀ ନେବେ ନିର୍ଣ୍ଣାୟକ ଭୂମିକା

ନୀଳଗିରି,(ଫୋକସ ପ୍ଲସ ):ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଅଧିନ ୨ ନମ୍ବର ଯୋନ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଧୁ ପାଲଟିଛି।ଦୁଇ ପ୍ରମୁଖ ଦଳର ପ୍ରାର୍ଥୀ ଙ୍କ ଫଳାଫଳ ନେଇ ସ୍ୱାଧୀନ ପ୍ରାର୍ଥୀ ନିର୍ଣ୍ଣାୟକ ଭୂମିକା ନେବେ ବୋଲି ଜଣାପଡ଼ିଛି।ସୂଚନାଯୋଗ୍ୟ ଦକ୍ଷିଣ ନରସିଂହପୁର,ବାଉଁଶବଣିଆ,ଶ୍ୟାମସୁନ୍ଦରପୁର,କାଣ୍ଡଗରଡ଼ିହି,ଈଶ୍ୱରପୁର ପଂଚାୟତ କୁ ନେଇ ୨ ନମ୍ବର ଯୋନ ଗଠିତ।ମୋଟ ୩୪ ହଜାର ୯୪ ଜଣ ଭୋଟର ଚଳିତ ପଂଚାୟତ ନିର୍ବାଚନରେ ମତଦାନ କରିବେ।ଗତ ନିର୍ବାଚନ ରେ ବହୁ କଡା ମୁକାବିଲା ଭିତରେ ବିଜେଡି ଦଳ ତରଫରୁ ଶୁଭେନ୍ଦୁ ଶେଖର ଜେନା ୯୧୮୪ ଟି ଭୋଟ ପାଇଁ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ।ବିଜେପି ଦଳ ତରଫରୁ ଗୌରାଙ୍ଗ ରାଉତ ୮୮୨୫ ଖଣ୍ଡ ଭୋଟ ପାଇଥିବା ବେଳେ ସିପିଆଇ ଦଳ ତରଫରୁ କମଳାକାନ୍ତ ବାରିକ ୨୫୯୯ ଖଣ୍ଡ, ସିପିଆଇଏମ ତରଫରୁ ଜ୍ୟୋତିର୍ମୟ ରାଉତ ୧୬୯୩ ଖଣ୍ଡ, କଂଗ୍ରେସ ତରଫରୁ ବିବେକାନନ୍ଦ ମହାନ୍ତି ୨୪୪୯ ଖଣ୍ଡ ଭୋଟ ପାଇଥିଲେ।ଚଳିତ ନିର୍ବାଚନ ରେ ବିଜେଡି ତରଫରୁ ତାଙ୍କ ଧର୍ମପତ୍ନୀ ଶ୍ରଦ୍ଧାଞ୍ଜଳି ଜେନା ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି।ବିଜେଡି ଦଳରୁ ଗତ ନିର୍ବାଚନ ରେ ନିର୍ବାଚିତ ହୋଇଥିବା ଶ୍ୟାମସୁନ୍ଦରପୁର ପଞ୍ଚାୟତର ସରପଞ୍ଚ ଉଷାରାଣୀ ରାଉଳ ଜିଲ୍ଲାପରିଷଦ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ।ସେହିପରି ସିପିଆଇଏମ ଦଳ ତରଫରୁ ସମିଲତା ନାୟକ,ସିପିଆଇ ତରଫରୁ ଅରୁଣା ବାରିକ,ଶିଶିର ମହାପାତ୍ର ଫାଉଣ୍ଡେସନ ତରଫରୁ ସ୍ୱାଧିନ ପ୍ରାର୍ଥୀ ଭାବେ ମୋନାଲିସା ମହାନ୍ତି ପ୍ରାର୍ଥୀ ହୋଇଛନ୍ତି।ତେବେ ଚଳିତ ନିର୍ବାଚନରେ ଅନେକ ସମିକରଣ ଦେଖିବାକୁ ମିଳିବ।ଉଷାରାଣୀ ରାଉଳ ଗତଥର ବିଜେଡି ସମର୍ଥନ ରେ ଜିତିଥିବା ବେଳେ ବିଧାୟକ ଇଂ ସୁକାନ୍ତ ନାୟକ ଙ୍କ ବିଜେପି ରେ ମିଶିବା ପରେ ସେ ମଧ୍ୟ ବିଜେପିରେ ମିଶିଥିଲେ।ତାଙ୍କ ସହିତ ସ୍ୱାମୀ ବସନ୍ତ ରାଉଳ, ଦୀପକ ରଞ୍ଜନ ଦାସ,ଭାଗବତ ଖିଲାର ଙ୍କ ସମେତ ବହୁ ତୁଙ୍ଗନେତା ବିଜେପି ରେ ମିଶିଥିଲେ।ପରେ ଏହି ଯୋନରେ ବିଜେପିର ଶକ୍ତି ବୃଦ୍ଧି ହୋଇଥିଲା।ଚଳିତ ନିର୍ଵାଚନରେ ବିଜେପି କୁ ବିଜୟୀ ପାଇଁ ଦୀପକ ରଞ୍ଜନ,ବସନ୍ତ ରାଉଳ ଓ ଭାଗବତ ଖିଲାର ସମେତ ବହୁ ନେତା ଅଣ୍ଟା ଭିଡିଛନ୍ତି।ବିଧାୟକ ଓ ସାଂସଦ ଙ୍କ ଜନହିତକର କାର୍ଯ୍ୟ ସାଙ୍ଗକୁ ପ୍ରଧାନମନ୍ତ୍ରୀ ଙ୍କ ସୁଶାନ କୁ ପାଥେୟ କରି ପ୍ରଚାର ଶେଷ କରିଛନ୍ତି।କୂଳଡିହା ପାହାଡ଼ ମୂଳରେ ରଙ୍ଗାମାଟିଆ,ହାତୀଖୁଲିଆ ଅଞ୍ଚଳରେ ରାସ୍ତା,ପାନୀୟ ଜଳ ସମସ୍ୟା ସାଙ୍ଗକୁ ବିଦ୍ୟୁତକରଣ ବିଧାୟକ ଙ୍କ ପ୍ରଚେଷ୍ଟାରେ ହେବା ପରେ ସେହି ଅଞ୍ଚଳରେ ଭୋଟର ଙ୍କୁ ଠାରୁ ଅନେକ ଆଶା ବାନ୍ଧି ରଖିଛି ବିଜେପି।ସେହିପରି ଶୁଭେନ୍ଦୁ ଶେଖର ଜେନା ମଧ୍ୟ ଅଂଚଳରେ ବିଜେଡି ଦଳ ତରଫରୁ ପତିଆରା ଜାହିର କରିଛନ୍ତି।ସେ ମଧ୍ୟ ଯୁବ ଗୋଷ୍ଠୀକୁ ଏକ କରିବା ସହ ତାଙ୍କ ସମୟରେ ବିକାଶ ସାଙ୍ଗକୁ ରାଜ୍ୟସରକାର ଙ୍କ ଜନ ମଙ୍ଗଳ କାର୍ଯ୍ୟକୁ ମୁଦ୍ଦା କରି ପ୍ରଚାର ଆଜି ଶେଷ କରିଛନ୍ତି।ସେହିପରି ସିପିଆଇଏମ ଓ ସିପିଆଇ ଦଳ ମଧ୍ୟ ପ୍ରଚାର ସାରିଛି।ହେଲେ ଏହି ଯୋନରେ ବିଜେଡି ପାଇଁ ଅସୁବିଧାର କାରଣ ପାଲଟି ପାରନ୍ତି ଶିଶିର ମହାପାତ୍ର ଫାଉଣ୍ଡେସନ ଦ୍ୱାରା ଦିଆଯାଇଥିବା ସ୍ୱାଧୀନ ପ୍ରାର୍ଥୀ।ଫାଉଣ୍ଡେସର ମୁଖ୍ୟ ସବ୍ୟସାଚୀ ମହାପାତ୍ର ବିଜେଡିରୁ ନିଲମ୍ବନ ପରେ ଏହି ଯୋନରେ ବହୁ କାର୍ଯ୍ୟକ୍ରମ କରି ତାଙ୍କର ସଂଗଠନ ସୁଦୃଢ଼ କରିଥିବାରୁ ସ୍ୱାଧୀନ ପ୍ରାର୍ଥୀ ବିଜେଡି ପାଇଁ ବୁମେରାଙ୍ଗ ପାଲଟିବେ।ତାଙ୍କ ଉପରୁ ବିଜେଡି ନିଲମ୍ବନ ଉଠାଇଥିଲେ ମଧ୍ୟ ସେ ଦେଇଥିବା ପ୍ରାର୍ଥୀପତ୍ର ପ୍ରତ୍ୟାହାର ନକରିବାରୁ ଆଜି ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଇଛି।ତେବେ ସବ୍ୟସାଚୀ ଏହି ଯୋନର ନିର୍ଣ୍ଣାୟକ ଭୂମିକା ନେଉଥିବା ବେଳେ ବିଜେପି କେତେ ଫାଇଦା ନେଉଛି ତାହା ଉପରେ ସମସ୍ତ ଙ୍କ ନଜର ରହିଛି।

Related post

ପୋଲ ନିର୍ମାଣରେ ବିଳମ୍ବ ନେଇ ଅଞ୍ଚଳରେ ତୀବ୍ର ପ୍ରତିବାଦ

ପୋଲ ନିର୍ମାଣରେ ବିଳମ୍ବ ନେଇ ଅଞ୍ଚଳରେ ତୀବ୍ର ପ୍ରତିବାଦ

ଫୋକସ ପ୍ଲସ(ବରଗଡ଼): ବରଗଡ଼ ସହରରୁ ଅମ୍ବାପାଲିକୁ ସଂଯୋଗ କରୁଥିବା ପୁରୁଣା ଜୀରାନଦୀ ପୋଲ ଭାଙ୍ଗି ନୂତନ ପୋଲ ନିର୍ମାଣ ଚାଲିଛି। ୨୦୧୮ରୁ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା…
ମହିଳା ମହାବିଦ୍ୟାଳୟରେ ଅବସରକାଳୀନ ସଭା

ମହିଳା ମହାବିଦ୍ୟାଳୟରେ ଅବସରକାଳୀନ ସଭା

ଫୋକସ ପ୍ଲସ(ରାଇରଙ୍ଗପୁର): ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗ ପ୍ରମୁଖ ପ୍ରାଧ୍ୟ୍ୟାପିକା ମୋନିକା ଦାସଙ୍କ ଅବସଳକାଳୀନ ସଭା ଅନୁଷ୍ଠିତ ହୋଇ ଯାଇଛି। 1987 ମସିହାରେ ଶୁଭାରମ୍ଭ ହୋଇ ଥିବା…
ପତ୍ନୀଙ୍କ ଫିଲ୍ମ ରିଲିଜ୍ ନେଇ ଭୁଲ ଟ୍ୱିଟ କଲେ ଅଭିଷେକ ବଚ୍ଚନ

ପତ୍ନୀଙ୍କ ଫିଲ୍ମ ରିଲିଜ୍ ନେଇ ଭୁଲ ଟ୍ୱିଟ କଲେ ଅଭିଷେକ ବଚ୍ଚନ

ଫୋକସ ପ୍ଲସ(ବ୍ୟୁରୋ): ସେପ୍ଟେମ୍ବର ୩୦ ଶୁକ୍ରବାର ଦିନ ଅଭିଷେକ ବଚ୍ଚନ ଟ୍ୱିଟରରେ ପତ୍ନୀ ଏଶ୍ୱର୍ଯ୍ୟାଙ୍କୁ ତାଙ୍କର ନୂତନ ଫିଲ୍ମ ରିଲିଜ୍ ପୋନିୟିନ୍ ସେଲଭାନ୍ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସେ…

Leave a Reply

Your email address will not be published.