ନବରଙ୍ଗପୁର ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) ତରଫରୁ ଏକ ଦାବିପତ୍ର

ନବରଙ୍ଗପୁର ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) ତରଫରୁ ଏକ ଦାବିପତ୍ର

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ୨୦ ତାରିଖରେ ଯାଜପୁର ଜିଲ୍ଳା ବିଞ୍ଜାରପୁର ଅଞ୍ଚଳରେ ଚାରିଜଣ ସାମ୍ବାଦିକଙ୍କୁ ଆକ୍ରମଣ ସହିତ ଜଣେ ସାମ୍ବାଦିକଙ୍କୁ ଅପହରଣ ଘଟଣା ସଂପର୍କରେ ଆଇନ ସୁରକ୍ଷା ବ୍ୟବସ୍ଥାକୁ ନେଇ ସାମ୍ବାଦିକ ମହଲରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ଏହାସହିତ ଗତ ୧୬ ଓ ୧୮ ତାରିଖ ମଧ୍ୟରେ ବଲାଙ୍ଗୀର ଜିଲ୍ଲାର ସଇଁତଳା ବ୍ଲକର ଭୂଷକିମାଳ , କଟକ ଜିଲ୍ଲାର ସଦର ଅଞ୍ଚଳ ଚାନ୍ଦବାଲି ପୁରୀ ଜିଲ୍ଲାର କଣାସ ଓ ପିପିଲି ,ଏପରି ଅନେକ ଅନେକାଂଶ ରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଆକ୍ରମଣ ପ୍ରତିବାଦ କରିବା ଦିଗରେ ପୋଲିସ ଓ ପ୍ରଶାସନର ଜୀଲା କାର୍ଯ୍ୟ ବ୍ୟବସ୍ଥା ଲୋକଲୋଚନକୁ ଆସିଛି। ଗଣତନ୍ତ୍ରର ସଂଘୀୟ ବ୍ୟବସ୍ଥା କୁ ସୁଦୃଢ କରିବା ପଥରେ ସାମ୍ବାଦିକ ମାନେ ଅଗତର ହୋଇ ସରକାରଙ୍କ ବିଧି ବଧ ବ୍ୟବସ୍ଥାକୁ ସହଯୋଗ କରିବାକୁ ଯାଇ ସାମ୍ବାଦିକ ମାନେ ଆକ୍ରମଣର ଶିକାର ହୋଇଛନ୍ତି। ତେଣୁ କ୍ଷେତ୍ର ସ୍ଥଳରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ସୁରକ୍ଷା ପ୍ରଦାନ କରିବା ସହିତ ଚଳିତ ନିର୍ବାଚନ ସମୟରେ ଆକ୍ରମଣ, ହିଂସା ଓ ପ୍ରତିହିଂସା ଭିଆଇ ଥିବା ଅସାମାଜିକ ବ୍ୟକ୍ତି ଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନଷ୍ଠାନ ଗ୍ରହଣ କରିବା ପାଇଁ ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) ତରଫରୁ ଦାବି କରାଯାଇଛି। ଆଜି ଓଜେୟୁ ନବରଙ୍ଗପୁର ତରଫରୁ ସଂଘର ରାଜ୍ୟ ସମ୍ପାଦକ ଶ୍ରୀ ବାଙ୍କ ବିହାରୀ ବିଷୋୟୀ, ଉପ ସଭାପତି ରଞ୍ଜନ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ଜ୍ୟୋତି ପ୍ରକାଶ ଦାଶ, କୋଷାଧ୍ୟକ୍ଷ ଶିବ ଶଙ୍କର ତ୍ରିପାଠୀ, ଉପ ସଭାପତି ଜାନକୀ କାନ୍ତ ବିଷୋୟୀ, ବେଣୁ ଗୋପାଳ ରାଓ, ପର୍ବିନ ଗୁପ୍ତା, ଶିଶିର ଖୁରା,ବିଲିହନ୍ ସାବନ୍ ଖୁରା ଖଗେଶ୍ୱର ବିଶୋୟୀ, ଜିତେନ୍ଦ୍ର, ଉପସ୍ଥିତ ରହି ଜିଲ୍ଲାପାଳଙ୍କ ଅନୁପ୍ଥିତିରେ ଅତରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତଙ୍କୁ ଏହି ଦାବିପତ୍ର ପ୍ରଦାନ କରିଥିଲେ।

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ରୁ ବିଲିହନ୍ ସାବନ୍ ଖୁରା ଙ୍କ ରିପୋର୍ଟ FOCUS PLUS

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *