ଦାମଙ୍କୁ ଆକ୍ରମଣ

ଦାମଙ୍କୁ ଆକ୍ରମଣ

ତିର୍ତ୍ତୋଲ।ଆଙ୍କର:ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କୁଜଙ୍ଗ ବ୍ଲକ ସାଇଲୋ ପଞ୍ଚାୟତରେ ଗତକାଲି ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ଗାଡି ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଛି।ଏହି ଘଟଣାକୁ ନେଇ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ସମେତ ତିର୍ତ୍ତୋଲ ଥାନାରେ ୬ଜଣ ଅଟକ ଅଛନ୍ତି ।ଗତକାଲି ସନ୍ଧ୍ୟାରେ ସାଇଲୋ ପଞ୍ଚାୟତରେ ଦୁଇ ପ୍ରତିଦ୍ବନ୍ଦି ପ୍ରାର୍ଥୀଙ୍କ ପ୍ରଚାର ଶୋଭାଯାତ୍ରା ମୁହାଁ ମୁହିଁ ହେବାରୁ ସୃଷ୍ଟି ହୋଇଥିଲା ଉତ୍ତେଜନା ।କେତେକ ଦୁର୍ବୁତ୍ତ ଦାମଙ୍କ ଗାଡିର ମିରର ଭାଙ୍ଗି ଦେବା ସହ ଦୁବ୍ୟବହାର କରିଥିବାର ଅଭିଯୋଗ ହୋଇଛି ।ନବୋଦୟ ବିଦ୍ୟାଳୟ ପାଖ ତେରମାଣପୁର-ସାଇଲୋ ରାସ୍ତାରେ ସରୋଜ ସେଠି ନାମକ ସରପଞ୍ଚ ପ୍ରାର୍ଥୀଙ୍କ ପ୍ରଚାର ଶୋଭାଯାତ୍ରା ଯାଉଥିବା ବେଳେ ବିପରୀତ ଦିଗରୁ ଦାମୋଦର ରାଉତ ଅନ୍ୟଜଣେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଯାଉଥିବା ବେଳେ ଶୋଭାଯାତ୍ରା ମଝିରେ ଦାମବାବୁଙ୍କ ଗାଡିକୁ ଭଙ୍ଗାରୁଜା କରିବା ସହ ତାଙ୍କୁ ଅଶ୍ଳୀଳ ଭାଷାରେ କେତେକ ଗାଳିଗୁଲଜ କରିଥିଲେ।ଏସମ୍ପର୍କରେ କୁଜଙ୍ଗ ବିଡ଼ିଓ ତଥା ନିର୍ବାଚନ ଅଧିକାରୀଙ୍କୁ ଡାକ୍ତର ଦାମୋଦର ରାଉତ ଅଭିଯୋଗ କରିଥିଲେ।ଅଭିଯୋଗ ସମ୍ପର୍କରେ ତିର୍ତ୍ତୋଲ ଥାନାରେ ନିର୍ବାଚନ ଅଧିକାରୀ ଜଣାଇବା ପରେ ତିର୍ତ୍ତୋଲ ଥାନା ପକ୍ଷରୁ ସରପଞ୍ଚ ପ୍ରାର୍ଥୀ ସରୋଜ ସେଠୀଙ୍କ ସମେତ ଆଠଜଣଙ୍କୁ କୋର୍ଟ ଚାଲାଣ । ଜାମିନୀ ନାମାଞୁର ପରେ ଜେଲ ହାଜାଦ ପଠାଯାଇଛି ।ତିର୍ତ୍ତୋଲ ଥାନା କେସ ନମ୍ବର ୧୨୬/୨୦୨୨ ରେ କୋଟଚାଲାଣ କରାଯାଇଛି ।
:ତିର୍ତ୍ତୋଲରୁ ନିଶାକର ଦାସ, ଫୋକସ ପ୍ଲସ ନ୍ୟୁଜ ।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *