
ପର୍ଯ୍ୟଟକ ସମୁଦ୍ରରେ ଗାଧୋଉଥିଲାବେଳେ ଉପରୁ ଖସିପଡିଲା ହେଲିକପ୍ଟର
- ଦେଶ ବିଦେଶମୁଖ୍ୟ ଖବର
- February 23, 2022
- No Comment
- 129
ପର୍ଯ୍ୟଟକ ସମୁଦ୍ରରେ ଗାଧୋଉଥିଲାବେଳେ ଉପରୁ ଖସିପଡିଲା ହେଲିକପ୍ଟର ..ଆମେରିକାର ପ୍ରସିଦ୍ଧ ମିୟାମି ସମୁଦ୍ର କୂଳରେ ଏକ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ସମୟରେ ହଜାର ହଜାର ଲୋକେ ସମୁଦ୍ର କୂଳରେ ଗାଧୋଇ ମସ୍ତି କରୁଥିଲେ। ଏହି ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି। ଭିଡିଓରେ ଦେଖିବାକୁ ମିଳିଛି , ହଜାର ହଜାର ଲୋକେ ସମୁଦ୍ର କୂଳରେ ମସ୍ତି କରୁଥିଲେ। ଲୋକମାନେ ଗାଧୋଇବା ସମୟରେ ଆକାଶରେ ଏକ ହେଲିକପ୍ଟର ଦେଖିବାକୁ ମିଳିଥିଲା। ଆଉ ହଠାତ୍ ଆସି ଲୋକଙ୍କ ଭିତରେ ଖସି ପଡ଼ିଲା।ଏହି ଦୁର୍ଘଟଣାରେ ଲୋକମାନେ ଖୁବ୍ ଭୟଭୀତ ହୋଇ ପଡ଼ିଥିଲେ। ହେଲିକପ୍ଟର କ୍ରାସ୍ ପରେ ସମସ୍ତେ ଛାନିଆ ।ଆଶ୍ୱସ୍ତିକର ଖବର ହେଉଛି ଏହି ଦୁର୍ଘଟଣାରେ କାହରି କିଛି ବିଶେଷ କ୍ଷତି ହୋଇନି । କେବଳ ୨ ଜଣଙ୍କୁ ସାମାନ୍ୟ ଆଘାତ ଲାଗିଛି। ଏହି ଦୁର୍ଘଟଣା ପରେ ଇମର୍ଜେନ୍ସି କ୍ରୁ ମେମ୍ବର ସେଠାରେ ପହଞ୍ଚି ଯାଇଥିଲେ। ହେଲିକପ୍ଟରରେ ୩ ଜଣ ୨ଜଣଙ୍କ ଅବସ୍ଥା ଗୁରୁତର ହେତୁ ତାଙ୍କୁ ମେଡିଆଲ୍ ନିଆଯାଇଥିଲା। ପୋଲିସ୍ ଘଟଣାର ତଦନ୍ତ କରୁଛି।