
ୟୁକ୍ରେନ୍-ରୁଷିଆ ବିବାଦ ନେଇ ଆମେରିକା ଆକ୍ସନ ମୁଡ଼ରେ, କଟକଣା କଲେ ବାଇଡେନ୍
- ଦେଶ ବିଦେଶମୁଖ୍ୟ ଖବର
- February 23, 2022
- No Comment
- 162
ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଦ୍ବାରା ପୂର୍ବ ୟୁକ୍ରେନ୍କୁ ୨ ଅଞ୍ଚଳକୁ ୨ଟି ରାଜ୍ୟ ଘୋଷଣା କରିବା ପରେ ବିଶ୍ବବ୍ୟାପୀ ପ୍ରତିକ୍ରିୟା ଦେଖାଯାଇଛି।ୟୁକ୍ରେନ୍-ରୁଷିଆ ବିବାଦ ବଢ଼ିଚାଲିଛି। ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଦେଶବାସୀକୁ ସମ୍ବୋଧନ କରିଛନ୍ତି। ରାଷ୍ଟ୍ରପତି ବାଇଡେନ କହିଛନ୍ତି ଯେ, ଆମେ ପରିସ୍ଥିତି ଉପରେ ନଜର ରଖିଛୁ। ଏହି ପରିସ୍ଥିତି ମୁକାବିଲା କରିବା ପାଇଁ କଡ଼ା ପଦକ୍ଷେପ ନେବାକୁ ଯାଉଛୁ। ଆମେରିକା ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି ଯେ, ଆମ ତରଫରୁ ରକ୍ଷାତ୍ମକ ପଦକ୍ଷେପ ନିଆଯାଉଛି। ୨ଟି ରୁଷୀୟ ଆର୍ଥିକ ସଂସ୍ଥା ଉପରେ କଟକଣା ଲଗାଇ ବାଇଡେନ କହିଛନ୍ତି ଯେ, ରୁଷିଆ, ପଶ୍ଚିମ ଦେଶଗୁଡ଼ିକ ସହିତ ବ୍ୟବସାୟ କରିପାରିବ ନାହିଁ। ଆମ ପାଖରେ ଏକାଧିକ ପଦକ୍ଷେପ ନେବାର ଯୋଜନା ରହିଛି। ସେ ରୁଷିଆକୁ ପଶ୍ଚିମ ଦେଶଗୁଡ଼ିକରୁ ମିଳିବାକୁ ଥିବା ସହାୟତା ଉପରେ ମଧ୍ୟ କଟକଣା ଲଗାଯିବ। ରୁଷିଆ ତରଫରୁ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ କରାଯାଇଛି। ୟୁକ୍ରେନ୍ ସୀମାରେ ରୁଷିଆ ସେନା ଛାଉଣୀ କରିଛି।