ଭାରତକୁ ସହାୟତା ମାଗିଲା ଋଷ

ଭାରତକୁ ସହାୟତା ମାଗିଲା ଋଷ

।ଭାରତକୁ ସହାୟତା ମାଗିଲା ଋଷ .. ଡୋଣ୍ଟସ୍କ ଏବଂ ଲୁହାନସ୍କର ଦୁଇଟି ସହରକୁ କବଜା କରିବା ପାଇଁ ରୁଷିଆ ଚଳାଇଛି ଚେଷ୍ଟା ।ୟୁକ୍ରେନ ରୁଷ ମଧ୍ୟରେ ପରିସ୍ଥିତି ଖରାପ ହେବାରେ ଲାଗିଛି। ୟୁକ୍ରେନ ସୀମା ଅତିକ୍ରମ କରିଛି ରୁଷ ୧୦୦ରୁ ଅଧିକ ସାମରିକ ଟ୍ରକ୍ ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହରରେ ପ୍ରବେଶ କରିଛି । ଅନ୍ୟପକ୍ଷରେ, ୟୁକ୍ରେନ ସୀମାରେ ଅବସ୍ଥାପିତ ସୈନିକମାନଙ୍କ ପାଇଁ ପୁଟିନ ମଧ୍ୟ ଚିକିତ୍ସା ସହାୟତା ପଠାଇବା ଆରମ୍ଭ କରିଛନ୍ତି। ଆମେରିକା ମଧ୍ୟ ସୈନ ଏବଂ ଅସ୍ତ୍ରଶସ୍ତ୍ର ୟୁକ୍ରେନକୁ ପଠାଇବା ଆରମ୍ଭ କରିଛି। ହ୍ୱାଇଟ ହାଉସ ରୁଷର ସମସ୍ତ କାର୍ଯକଳାପକୁ ନିନ୍ଦା କରିଛି ।ରୁଷିଆ ନିଶ୍ଚିତ ଯେ ସମସ୍ତ ଯୋଜନା ସଫଳତାର ସହିତ କାର୍ୟ୍ୟକାରୀ ହେବ । ତେଣେ ସରକାରୀ ମାନ୍ୟତା ପାଇଁ ଡଣ୍ଟସ୍କ ଏବଂ ଲୁହାନସ୍କ ଆବେଦନ କରିଛନ୍ତି । ଡୋଣ୍ଟସ୍କ ଏବଂ ଲୁହାନସ୍କକୁ ରୁଷ ସ୍ୱାଧୀନ ଦେଶ ଭାବରେ ଘୋଷଣା କରିବା ପରେ ଆଜି ଉଭୟ ଦେଶ ସରକାରୀ ମାନ୍ୟତା ପାଇଁ ଆବେଦନ କରିଛନ୍ତି । ଦିଲ୍ଲୀରେ ଥିବା ରୁଷିଆ ଦୂତାବାସର ଡେପୁଟି ହେଡ୍ ଏହାକୁ ସ୍ୱୀକାର କରିଛନ୍ତି । କିନ୍ତୁ ଆରମ୍ଭରୁ ୟୁକ୍ରେନ ସମେତ ସୋଭିଏତ୍ ୟୁନିଅନର ଦେଶଗୁଡିକର ବକ୍ତିଗତ କାର୍ଯ୍ୟରେ ଆମେରିକା ହସ୍ତକ୍ଷେପ କରିଛି ବୋଲି ସେ କହିଛନ୍ତି ।ୟୁକ୍ରେନ ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିବା ରୁଷ ଉପରେ ୟୁରୋପୀୟ ଦେଶ ସମୂହ ଖପ୍ପା । ରୁଷ ବିରୋଧରେ ଏହି ଦେଶଗୁଡିକ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେପଟେ ରୁଷ ସହଯୋଗ ପାଇବା ପାଇଁ ଭାରତକୁ ନିବେଦନ କରିଛି। ନୂଆଦିଲ୍ଲୀରେ ଥିବା ରୁଷ ଦୂତାବାସ ପକ୍ଷରୁ କୁହାଯାଇଛି, ରୁଷ ଆଶା କରୁଛି ଦୁଇ ଦେଶର ସହଭାଗିତା ବର୍ତ୍ତମାନ ସ୍ଥିତିରେ ସମାନ ସ୍ତରରେ ଚାଲିବ । ଦୂତାବାସ କହିଛି ୨୦୨୧ ଡିସେମ୍ବରରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଆଲୋଚନାର ଫଳାଫଳକୁ ଦୃଷ୍ଟି ଦିଆଯିବା ଉଚିତ୍। ପ୍ରତିରକ୍ଷା କ୍ଷେତ୍ରରେ ରୁଷ ଭାରତକୁ୧୦ ବର୍ଷ ସହଯୋଗ କରିବା ପାଇଁ ଦ୍ୱିପାକ୍ଷିକ ଆଲୋଚନାରେ ସ୍ୱାକ୍ଷର କରିଛି ।

Related post

ଭାରତ ସମୁଦ୍ରର ସମ୍ରାଟ ହେଲା, ପୁଣିଥରେ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ ପରିଷଦରେ ଦେଶର ପତାକା ଉତ୍ତୋଳନ କଲା |

ଭାରତ ସମୁଦ୍ରର ସମ୍ରାଟ ହେଲା, ପୁଣିଥରେ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ ପରିଷଦରେ…

ଭାରତ02/12/2023; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ କ୍ରମାଗତ ଭାବେ ଅନ୍ତର୍ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରୁଛି | ଭାରତ ପ୍ରତି ବିଶ୍ୱର ଅନ୍ୟ ଦେଶର ବିଶ୍…
ପ୍ରିୟଙ୍କାକୁ ଜଣା ନାହିଁ ଇଂଲିଶ ଗ୍ରାମାର

ପ୍ରିୟଙ୍କାକୁ ଜଣା ନାହିଁ ଇଂଲିଶ ଗ୍ରାମାର

ମୁମ୍ବାଇ: ଅଭିନେତା ତଥା ଷ୍ଟାଣ୍ଡଅପ କମେଡିଆନ ବୀର ଦାସ ନିକଟରେ ନେଟଫ୍ଲିକ୍ସ ଷ୍ଟାଣ୍ଡଅପ ସ୍ପେଶାଲିଷ୍ଟ ଏମି ପୁରସ୍କାର ଜିତିଥିଲେ। ତାଙ୍କର ଏହି ସଫଳତା ପାଇଁ ସମସ୍ତେ ତାଙ୍କୁ ଅଭିନନ୍ଦନ…
ଚଳିତ ମାସରେ ଆକାଶରୁ ହେବ ତାରା ବର୍ଷା, ପ୍ରତି ଘଣ୍ଟାରେ ପଡ଼ିବ ୧୦୦-୧୫୦ ତାରା

ଚଳିତ ମାସରେ ଆକାଶରୁ ହେବ ତାରା ବର୍ଷା, ପ୍ରତି ଘଣ୍ଟାରେ ପଡ଼ିବ…

ନୂଆଦିଲ୍ଲୀ: ଆପଣ ନିଶ୍ଚୟ ଦେଖିଥିବେ, ଶୁଣିଥିବେ ଆକାଶରେ ପଡୁଥିବା ତାରା ବିଷୟରେ। ଯଦି ଶହ ଶହ ତାରକା ଏକାଠି ପଡ଼ିବା ଆରମ୍ଭ କରିବେ ତେବେ କ’ଣ ହେବ ଅନୁମାନ…

Leave a Reply

Your email address will not be published. Required fields are marked *