
ଏନସିପି ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
- Breaking newsଦେଶ ବିଦେଶମୁଖ୍ୟ ଖବର
- February 23, 2022
- No Comment
- 363
ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଏନସିପି ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକଙ୍କୁ ଡାୱଡ ଇବ୍ରାହିମ ଏବଂ ଅଣ୍ଡରୱାର୍ଲ୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଯାଞ୍ଚ କରିବା ପରେ ଗିରଫ କରିଛି।ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ନୱାବ ମଲ୍ଲିକଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଥ ହେରଫେର ଏବଂ ଆତଙ୍କବାଦୀ ଦାଉଦ୍ ଇବ୍ରାହିମ ଏବଂ ଅଣ୍ଡରୱାଲଡ୍ଙ୍କ ସହ ଲିଙ୍କ ଅଭିଯୋଗରେ ଇଡି ଆଜି ନବାବଙ୍କୁ ଗିରଫ କରିଛି । ଆଜି ସକାଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ କିଛି ଅଫିସର ନୱାବ ମଲ୍ଲିକଙ୍କ ଘରେ ପହଂଚି ତାଙ୍କୁ ଜେରା କରିଥିଲେ ।ଅଣ୍ଡର ୱାର୍ଲ୍ଡ ସହ ଏକ ଜମି କିଣାବିକା ମାମଲାରେ ଇଡି ପକ୍ଷରୁ ତାଙ୍କୁ ପ୍ରଥମେ ନୋଟିସ କରାଯାଇଥିଲା ଏହା ସହ ଫେବୃଆରୀ ୧୫ ରେ ଇଡି ମୁମ୍ବାଇରେ ଅଣ୍ଡରୱାର୍ଲ୍ଡ ସହ ଜଡିତ ଲୋକଙ୍କ ଠିକଣା ଉପରେ ଚଢାଉ କରିଥିଲା । ୧୯୯୩ ବୋମା ବିସ୍ପୋରଣର ମୁଖ୍ୟ ଷଡଯନ୍ତ୍ରକାରୀର ଦାଉଦ ଇବ୍ରାହିମର ଭଉଣି ହସିନା ପାର୍କର, ଭାଇ ଇଳବାଲ କାସକର ଏବଂ ଛେଟା ଶକିଲଙ୍କ ସମ୍ପର୍କୀୟ ସଲିମ କୁରେଶି ଘର ସହ ୭ଟି ସ୍ଥାନରେ ଚଡାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ହସିନା ପାର୍କରଙ୍କ ପୁଅକୁ ମଧ୍ୟ ପଚରା ଉଚରା କରିଥିଲା ଇଡି । ଏକ ଘଣ୍ଟାରୁ ଅଧିକ ସମୟ ଜେରା କରିବା ପରେ ଇଡି ତାଙ୍କୁ ସାଥିରେ ନେଇ ମୁମ୍ବାଇ ସ୍ଥିତ କାର୍ୟ୍ୟାଳୟକୁ ନେଇଯାଇଥିଲେ । ଅଣ୍ଡରୱାଲ୍ଡ ସହ ବେଆଇନ୍ ଜମିକିଣାବିକା ମାମଲାରେ ନୱାବ ମଲ୍ଲିକଙ୍କ ସମ୍ପୃକ୍ତିଥିବା ପ୍ରମାଣ ପାଇବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଛି