ୟୁକ୍ରେନ୍- ଋଷ ବିବାଦ ଉଗ୍ର , ଚିନ୍ତାରେ ଭାରତ

ୟୁକ୍ରେନ୍- ଋଷ ବିବାଦ ଉଗ୍ର , ଚିନ୍ତାରେ ଭାରତ

ଆମେରିକାର ରୁଷର ଯୁଦ୍ଧ ଘୋଷଣାକୁ କଡା ନିନ୍ଦା । ୟୁକ୍ରେନ ବିରୋଧରେ ରୁଷର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ନେଇ ଚିନ୍ତା ପ୍ରକଟ କରିଛି ଭାରତ । ଏଥିସହ ଦୁଇ ଦେଶକୁ ଯୁଦ୍ଧରୁ ବିରତ ରହି ଶାନ୍ତି ପ୍ରତିଷ୍ଠା ପାଇଁ ଆହ୍ୱାନ କରିଛି । ମିଳିତ ଜାତିସଂଘରେ ଥିବା ଭାରତ ସ୍ଥାନୀୟ ସଦସ୍ୟ ଟିଏସ୍ ତିରୁମୂର୍ତ୍ତି ରୁଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ନିଜର ମତ ରଖିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏହାର ସମାଧାନ ତୁରନ୍ତ ହେବା ଜରୁରୀ ..ସେପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରୁଷର ଏପରି ପଦକ୍ଷେପକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ସେ କହିଛନ୍ତି, ସବୁ ସ୍ଥିତି ପାଇଁ ପୂରା ବିଶ୍ୱ ରୁଷକୁ ଉତ୍ତରଦାୟୀ କରିବ । ୟୁକ୍ରେନ ଉପରେ ରୁଷର ହମଲା ଆଦୌ ଗ୍ରହଣୀୟ ନୁହେଁ । ଏହାଦ୍ୱାରା ଅନେକ ଲୋକଙ୍କ ଜୀବନ ଯିବ । ହ୍ୱାଇଟ ହାଉସ୍ ପକ୍ଷରୁ ଜାରି ପ୍ରେସ ରିଲିଜ୍‌ରେ କୁହାଯାଇଛି ଯେ ରାଷ୍ଟ୍ରପତି ବାଇଡେନ ସ୍ଥିତି ଉପରେ ନଜର ରଖିଛନ୍ତି ।ସ୍ଥିତିକୁ ଦେଖି ଆମେରିକା ଠିକଣା ସମୟରେ ଉଚିତ ପଦକ୍ଷେପ ନେବ। । ଆସନ୍ତାକାଲିଜି-୭ ରାଷ୍ଟ୍ରନେତାମାନଙ୍କୁ ନେଇ ବାଇଡେନ ବୈଠକ ମଧ୍ୟ କରିବେ। ଏଥିସହ ନାଟୋ ସହଯୋଗୀ ରାଷ୍ଟ୍ରଙ୍କ ସହ ବି ସେ ସ୍ଥିତି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି । ସେପଟେ ଅଶୋଧିତ ତୈଳ ଦର ବଢ଼ିଲା । ବ୍ୟାରେଲ ପିିଛା ୧୦୦ ଡ଼ଲାର ବଢ଼ିଲା ତୈଳ ଦର । ୟୁକ୍ରେନକୁ ଘେରି ରହିଛନ୍ତି ୨ଲକ୍ଷ ରୁଷ ସୈନ୍ୟ ।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *