ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦

ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦

ଆଜି ଭାରତ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି -20 ଖେଳାଯିବ .. ବିଜୟ ଧାରା ବଜାୟ ଲକ୍ଷ୍ୟରେ ରୋହିତ ସେନା.. ଲକ୍ଷ୍ନୌ ସ୍ଥିତ ‘ଭାରତ ରତ୍ନ’ ଅଟଳ ବିହାରୀ ବାଜପେୟୀ ଏକନ କ୍ରିକେଟ୍‌ ଷ୍ଟାଡିୟମରେ ଏହି ମୁକାବିଲା ଖେଳାଯିବ । ଉଭୟ ଦଳ ଏହି ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଅଛନ୍ତି। ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଉଭୟ ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ ମୂଳପୋଛ କରିବା ପରେ ଭାରତୀୟ ଦଳର ମନୋବଳ ଦ୍ୱିଗୁଣିତ ହୋଇଛି । କିନ୍ତୁ ଆହତ ସମସ୍ୟା ଦଳକୁ ଚିନ୍ତାରେ ପକାଇଛି । ମ୍ୟାଚ୍‌ର ଦିନକ ପୂର୍ବରୁ ଇନ୍‌ ଫର୍ମ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ସମ୍ପୂର୍ଣ୍ଣ ସିରିଜରୁ ବାଦ ପଡ଼ିଛନ୍ତି । ଇଣ୍ଡିଜ ବିପକ୍ଷ ଅନ୍ତିମ ଟି-ଟ୍ୱେଣ୍ଟିରେ ତାଙ୍କ ହାତରେ ଆଘାତ ଲାଗିଥିଲା । ତାଙ୍କ ପୂର୍ବରୁ ଦୀପକ ଚହର ମଧ୍ୟ ବାଦ ପଡ଼ିଥିଲେ । ଭ୍ରମଣକାରୀ ଶ୍ରୀଲଙ୍କା ଦଳ ଘରୋଇ ଦଳକୁ କଡ଼ା ଟକ୍କର ଦେବାକୁ ରଣନୀତି ପ୍ରସ୍ତୁତ କରିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଅନ୍ତିମ ଟି-ଟ୍ୱେଣ୍ଟି ଜିତିବା ପରେ ଦଳ ଫର୍ମକୁ ଫେରିଛି । ପୂର୍ବ ପ୍ରଦର୍ଶନ ଭାରତ ବିପକ୍ଷରେ ଦୋହରାଇବା ନେଇ ଦଳ ଲକ୍ଷ୍ୟ ରଖିଛି ।ଆଜି ଏହି ମ୍ୟାଚ୍‌ ରାତି ୭.୦୦ଟାରୁ ଆରମ୍ଭ ହେବ । ଆଗକୁ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ରହିଛି । ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଦଳକୁ ଫେରିଥିବାରୁ ୟୁଝବେନ୍ଦ୍ର ଚହଲ ଓ ରବି ବିଷ୍ଣୋଇଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବ। ରୋହିତ, ଭେଙ୍କଟେଶଙ୍କ ଉପରେ ସମସ୍ତଙ୍କ ନଜର ରହିବ ।ତେବେ ଏହି ମ୍ୟାଚ ଉପରେ ସମସ୍ତଙ୍କର ନଜର ରହିବ ..

Related post

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର  ସ୍ଥାନ ପାଇଛି ମୋ ଓଡିଶା

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ…

ସବୁଜ ସୁନ୍ଦର ଶସ୍ୟ ଶ୍ୟାମଳା ମୋ ଜନମ ଭୂଇଁ ଉତ୍କଳ,କଳା ଧର୍ମ ସଂସ୍କୃତି ଆଉ ନିଆରା ପରମ୍ପରା ପାଇଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ମୋ…
ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ଫୋକସ ପ୍ଲସ 1/4/23(ବ୍ୟୁରୋ): ଆମେ କହୁଛୁ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ରାଉତରାୟପୁର ସରପଂଚ ସ୍ୱର୍ଣଲତା ସାହୁ ଙ୍କ କଥା। ଅଭିଯୋଗ ଅନୁଯାୟୀ ସରପଞ୍ଚ ସ୍ୱର୍ଣଲତା ସାହୁ ପଞ୍ଚାୟତ…
ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…

Leave a Reply

Your email address will not be published. Required fields are marked *