ୟୁକ୍ରେନ୍ ସହରରେ ତାଳଚେରର ଡ଼ାକ୍ତରୀ ଛାତ୍ର, ଫେରାଇ ଆଣିବାକୁ ପିତାମାତାଙ୍କର ଆକୁଳ ନିବେଦନ

ୟୁକ୍ରେନ୍ ସହରରେ ତାଳଚେରର ଡ଼ାକ୍ତରୀ ଛାତ୍ର, ଫେରାଇ ଆଣିବାକୁ ପିତାମାତାଙ୍କର ଆକୁଳ ନିବେଦନ

ତାଳଚେର :ୟୁକ୍ରେନ ଓ ରୁଷ ମଧ୍ୟମରେ ଘୋମାଘୋଟ ଯୁଦ୍ଧ ପରିସ୍ଥିତି ଦେଖା ଦେଇଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟଙ୍କୁ ୟୁକ୍ରେନ୍ ସହର ଛାଡ଼ିବାକୁ ଅପିଲ୍ କରିଛନ୍ତି । ତେବେ ସେମାନଙ୍କୁ ସେଠାରୁ ଉଦ୍ଧାର କରିବାପାଇଁ ସରକାରଙ୍କର ଚେଷ୍ଟା ଜାରି ରହିଥିବା ବେଳେ ଶିଳ୍ପନଗରୀ ତାଳଚେର ସାଉଥବଲଣ୍ଡା ଅଂଚଳର ୪ର୍ଥବର୍ଷର ଡ଼ାକ୍ତରୀ ଛାତ୍ର ୟୁକ୍ରେନ୍ ସହରରେ ଅଟକି ରହିଛନ୍ତି । ସାଉଥବଲଣ୍ଡା ଅଂଚଳର ଶିଶିର କୁମାର ଦାସଙ୍କ ପୁତ୍ର ଶିତାଂଶୁ ଦାସ ରହିଯାଇଥିବା ବେଳେ ସେହିପରି ଅନ୍ୟ କିଛି ଡା଼କ୍ତରୀଛାତ୍ର ରହିଥିବା ଜଣାପଡ଼ିଥିଲେ ମଧ୍ୟ ସେମାନଙ୍କ ସଠିକତା ମିଳିପାରି ନଥିବା କୁହାଯାଉଛି । ଏଭଳି ଭୟାବହ ଯୁଦ୍ଧର ବାତାବରଣ ଦେଖାଦେଇଥିବାରୁ ଛାତ୍ର ପିତାମାତା ଓ ପରିବାର ବର୍ଗଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି । ଶ୍ରୀ ଦାସଙ୍କ ପିତା ଏଥିପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଳଚେର ମାଟିର ପୁଅ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୁରକ୍ଷିତଭାବେ ତାଙ୍କ ପିଲାମାନଙ୍କୁୁ ଫେରାଆଣିବାକୁ ଆକୁଳ ନିବେଦନ କରିଛନ୍ତି । ଏଘଟଣା ଶୁଣି ପିତାମାତା ଭାଙ୍ଗି ପଡ଼ିଥିବା ବେଳେ ଜଗତରନାଥ ଜଗନ୍ନାଥ ଓ ମା’ହିଙ୍ଗୁଳାଙ୍କୁ ପୁଅମାନଙ୍କର ଶୁଭମନାସୀ କିପରି ସୁରକ୍ଷିତ ଅବସ୍ଥାରେ ଘରକୁ ଫେରି ଆସନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ।

Related post

ଯୁବ ଓଡିଶା, ନବୀନ ଓଡିଶା

ସୁନ୍ଦରଗଡ଼: ସାରରାଜ୍ୟ ରେ ଉଦଘାଟନ ହୋଇଛି ଯୁବ ଓଡିଶା ନବୀନା ଓଡିଶା କାର୍ଯ୍ୟକ୍ରମ | ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସରବତୀ ଦେବୀ ମହିଳା ମହାବିଦ୍ୟାଳୟ ମଧ୍ୟ ଏହି କାର୍ଯ୍ୟକ୍ରମ…

ନଭେମ୍ବର ୨୯ ରେ ୨ୟ ଥର ଭିସିଆଇ କେମିକାଲ ର ଜନଶୁଣାଣି।

ଯାଜପୁର28/11/2023; ଯାଜପୁର ଜିଲ୍ଲା କଲିଙ୍ଗନଗର ରେ ଏକାଧିକ କାରଖାନା ଗଢ଼ି ଉଠିବା ଫଳରେ କଲିଙ୍ଗନଗର ର ପରିବେଶ ପ୍ରଦୂଷଣ ହୋଇଥିବାର ପ୍ରଦୂଷଣ ବିଭାଗ ସିକ୍ବାର କରୁଛନ୍ତି।ତାପରେ କଲିଙ୍ଗନଗର ରେ…
ରେଭେନ୍‌ସାକୁ ମିଳିଲା ନାକ୍‌ର  A++ ଗ୍ରେଡ୍‌, ଗ୍ରେଡ୍‌ ପାଇବାରେ ରାଜ୍ୟର ‌ପ୍ରଥମ ବିଶ୍ୱବିଦ୍ୟାଳୟ ହେଲା ରେଭେନ୍‌ସା  |

ରେଭେନ୍‌ସାକୁ ମିଳିଲା ନାକ୍‌ର A++ ଗ୍ରେଡ୍‌, ଗ୍ରେଡ୍‌ ପାଇବାରେ ରାଜ୍ୟର ‌ପ୍ରଥମ…

କଟକ26/11/2023; ରେଭେନ୍ସା ବିଶ୍ବବିଦ୍ୟାଳୟକୁ ନାକ୍‌ (ନ୍ୟାସନାଲ ଆସେସ୍‌ମେଣ୍ଟ ଆଣ୍ଡ ଆକ୍ରେଡିଟେସନ୍‌ କାଉନ୍‌ସିଲ) ପକ୍ଷରୁ ‘ଏ ପ୍ଲସ୍ ପ୍ଲସ୍‌’ ଗ୍ରେଡ୍‌ ମିଳିଛି। ରାଜ୍ୟର ସରକାରୀ ଅଥବା ବେସରକାରୀ ବିଶ୍ବବିଦ୍ୟାଳୟ ମଧ୍ୟରେ…

Leave a Reply

Your email address will not be published. Required fields are marked *