
ବିସ୍ଫୋରଣରେ ଥରିଲା ରାଜଧାନୀ କିଭ୍
- Breaking newsଦେଶ ବିଦେଶମୁଖ୍ୟ ଖବର
- February 25, 2022
- No Comment
- 146
ବିସ୍ଫୋରଣରେ ଥରିଲା ରାଜଧାନୀ କିଭ୍ ..ରୁଷିଆର ଆକ୍ରମଣ ପରେ ୟୁକ୍ରେନ୍ର ରାଷ୍ଟ୍ରପତି ଜେଲେନସ୍କି ବେବସ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପୁଣି ରୁଷିଆର ୨ଟି ଏୟାରକ୍ରାଫ୍ଟ ଉପରେ ଆକ୍ରମଣ କରାଯାଇଛି। ଅନ୍ୟପଟେ ରୁଷିଆର ଆକ୍ରମଣରେ ୟୁକ୍ରେନ୍ର ରାଜଧାନୀ କିଭ୍ ଥରି ଉଠିଛି। ରୁଷିଆର ଆକ୍ରମଣରେ ୧୩୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛନ୍ତି। ୩୧୬ ଜଣ ଗୁରୁତର ହୋଇଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ୟୁକ୍ରେନ୍ର ରାଜଧାନୀରେ ସ୍ଥିତି ବିଗିଡ଼ିଛି। ସୁରକ୍ଷା ଉପରେ ସମଗ୍ର ବିଶ୍ବ ନଜର ରଖିଛି। ରୁଷିଆର କୁଟନୀତିଜ୍ଞଙ୍କୁ ଏବେ ଇୟୁ ଭିସା ମିଳିପାରିବ ନାହିଁ।
ୟୁକ୍ରେନ୍ର ପ୍ରତିରକ୍ଷା ମନ୍ତ୍ରୀ ହନ୍ନା ମଲୟାର କହିଛନ୍ତି ଯେ, ରୁଷିଆର ୭ଟି ଏୟାରକ୍ରାଫ୍ଟ ଓ ୬ଟି ହେଲିକପ୍ଟର ନଷ୍ଟ କରାଯାଇଛି। ସେହିଭଳି ୩୦ ଟ୍ୟାଙ୍କ ନଷ୍ଟ ହୋଇଛି। ବାଇଡେନ ପୁଣି ଥରେ ସ୍ପଷ୍ଟ କରିଦେଇଛନ୍ତି ଯେ, ୟୁକ୍ରେନକୁ ନିଜର ସେନା ପଠାଇବେ ନାହିଁ। ନାଟୋ ଦେଶର ଜମିକୁ ସୁରକ୍ଷା ଦେବେ। ଏତଦ ବ୍ୟତୀତ ରୁଷୀୟ ରାଷ୍ଟ୍ରପତିଙ୍କ ସହିତ ଆଲୋଚନା କରିବାର କୌଣସି ଯୋଜନା ନାହିଁ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ଆମେରିକା ଉପରେ ଏହି ଯୁଦ୍ଧର ପ୍ରଭାବ ପଡ଼ିପାରେ।