800 ଶକ୍ତିଶାଳୀ ଋଷ ସୈନ୍ୟଙ୍କୁ ମାରି ସାରିଲାଣି ୟୁକ୍ରେନ୍

800 ଶକ୍ତିଶାଳୀ ଋଷ ସୈନ୍ୟଙ୍କୁ ମାରି ସାରିଲାଣି ୟୁକ୍ରେନ୍

କଡା ଜବାବ ଦେଉଛି ୟୁକ୍ରେନ୍‌ । ଶକ୍ତିଶାଳୀ ଋଷ ସହ ଏକା ଲଢୁଛି ୟୁକ୍ରେନ । ଯୁଦ୍ଧ ଆରମ୍ଭ ହେବାର ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ହାର୍‌ ନମାନି ମୈଦାନରେ ଏକାକି ଲଢୁଛି ୟୁକ୍ରେନ୍‌ । ବିଶ୍ବର ଦ୍ବିତୀୟ ଶକ୍ତିଶାଳୀ ସେନାକୁ ଜବରଦସ୍ତ ଜବାବ ଦେଉଛି ସେନା । ଏହାରି ମଧ୍ୟରେ ଏକ ବଡ ଖବର ଆସିଛି । ଋଷର ୮୦୦ ସୈନ୍ୟଙ୍କୁ ନିପାତ କରିଛି ୟୁକ୍ରେନ୍‌ ସେନା । ଅନ୍ୟପଟେ ୟୁକ୍ରେନ୍‌ ର ଏକ ୯ ମହଲା ବିଲଡିଂରେ ମିସାଇଲ ମାଡ କରିଛି ଋଷିଆ । ବିଲଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ସେଥିରେ ଅନେକ ଲୋକ ଥିବା କୁହାଯାଉଛି । ଅନେକଙ୍କ ମୃତ୍ୟୁ ଘଟିଛି । ସବୁଠାରୁ ବଡ କଥା ହେଉଛି ୟୁକ୍ରେନ୍‌ ଏକାକି ଲଢୁଛି ଏବଂ ଋଷର ୭ଶହ ସୈନ୍ୟଙ୍କୁ ହତ୍ୟା କରିଥିବା ଦାବି କରୁଛି । ଏ ନେଇ କିନ୍ତୁ ଋଷ ପକ୍ଷରୁ କୌଣସି ସ୍ପଷ୍ଟିକରଣ ଦିଆଯାଇନାହିଁ । ତାଜା ସୂଚନା ଅନୁସାରେ ଋଷର ଆଉ ୨ଟି ଫାଇଟର୍‌ ଜେଟ୍‌ କୁ ମିସାଇଲ ମାଡ କରି ଖସାଇଛି ୟୁକ୍ରେନ୍‌ ଏ ନେଇ ଦାବି କରିଛି ୟୁକ୍ରେନ୍‌ ସେନା । ଏହା ସହିତ ଋଷର ୭ଟି ଯୁଦ୍ଧ ବିମାନ ଏବଂ ୬ଟି ହେଲିକପ୍ଟରଙ୍କୁ ମଧ୍ୟ ମିସାଇଲ ମାଡ କରି ଖସାଇଦେଇଛି ୟୁକ୍ରେନ୍‌ ।

 

 

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *