ଆଜି ଭୋଟ ଗଣତି ଆରମ୍ଭ,ବିଜେଡି ସପକ୍ଷରେ ଯାଇପାରେ ଜନମତ:୨୬ ଆସନ ସହ ଅନୁଗୁଳ ଜିଲ୍ଲାପରିଷଦ ଗଠନ କରିପାରେ ବିଜେଡି

ଆଜି ଭୋଟ ଗଣତି ଆରମ୍ଭ,ବିଜେଡି ସପକ୍ଷରେ ଯାଇପାରେ ଜନମତ:୨୬ ଆସନ ସହ ଅନୁଗୁଳ ଜିଲ୍ଲାପରିଷଦ ଗଠନ କରିପାରେ ବିଜେଡି

ଅନୁଗୁଳ :ଶେଷ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଫଳାଫଳ ଘୋଷଣା ନ ହେବା ପୂର୍ବରୁ ଚା ଖଟିଠାରୁ ଆରମ୍ଭ କରି ଗାଁ କ୍ଲବ ଘର ପର୍ଯ୍ୟନ୍ତ ଜିଲ୍ଲା ପରିଷଦ ସଭାପତି ଆସନ କେଉଁ ଦଳ ଦଖଲ କରିବ ସେନେଇ ଚାଲିଛି ଜୋରଦାର ଚର୍ଚ୍ଚା । ଆଜିଠୁ ଭୋଟ ଗଣତି ଆରମ୍ଭ ହୋଇ ତିନିଦିନ ଧରି ଚାଲିବ । ଫଳାଫଳ ଆସିବା ପରେ କେଉଁ ଦଳ ଜିଲ୍ଲା ପରିଷଦ ସଭାପତି ପଦ ଅଳଙ୍କୃତ କରିବ ତାହା ସ୍ପଷ୍ଟ ହୋଇଯିବ । କିନ୍ତୁ ଲୋକଙ୍କ ମତାମତ ଏବଂ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ଆଲୋଚନାରୁ ଯାହା ଜଣାପଡୁଛି ଏଥର ଅନୁଗୁଳ ଜିଲ୍ଲାରେ ୨୫ରୁ ଉର୍ଦ୍ଧ୍ୱ ଜିଲ୍ଲା ପରିଷଦ ଆସନ ଜିତି ବିଜେଡି ଜିଲ୍ଲା ପରିଷଦ ସଭାପତି ଆସନ ଅଳଙ୍କୃତ କରିବା ସମ୍ଭାବନା ଅଧିକ ରହିଛି ।ଅନୁଗୁଳ ଜିଲ୍ଲା ପରିଷଦ ନିର୍ବାଚନରେ ଗତ ଦୁଇ ପାଳିରେ ବିଜେଡିର ପ୍ରଭାବ ଅଧିକ ରହିଛି । ଏବେ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଅପେକ୍ଷା । ଆଠ ଲକ୍ଷ ୮୬ ହଜାର ୨୧୩ ଭୋଟରଙ୍କୁ ନେଇ ସମ୍ପନ୍ନ ହୋଇଥିବା ଏହି ମତଦାନରେ ୧୦୫ ଜିଲା ପରିଷଦ ପ୍ରାର୍ଥୀ, ୬୯୮ ସମିତିଉଜ୍ୟ, ୮୫୫ ସରପଞ୍ଚ ୫୨୬୭ ୱାର୍ଡସଭ୍ୟଙ୍କ ଭାଗ୍ୟ ନିର୍ବାରଣ ହେବାକୁ ଯାଉଛି । ମତଦାନ ଶେଷ ସହ ଶେଷ ହୋଇଛି ଗ୍ରାମାଞ୍ଚଳର କୋଚିରାତ, ରାତିଅଧୂଆ ଏକତ୍ରକରଣ, ସ୍ଥଳ ବଜାରର ସେ ହାରା । ଗତ ଦୁଇ ମାସ ପୂର୍ବରୁ ଆରମ୍ଭ ହୋଇଥିବା ଏହି ନିର୍ବାଚନ ପ୍ରକ୍ରିୟାର ପ୍ରମୁଖ ଅଂଶ ଶେଷ ହୋଇଥିବା ବେଳେ ଅବଶିଷ୍ଟ ଅଂଶ ଆସନ୍ତା ଏକ ମାସ ମଧ୍ୟରେ ସମ୍ପନ୍ନ ହେବ । ଶୃଙ୍ଖଳାର ସହ ଜିଲାରେ ମତଦାନ ସମ୍ପନ୍ନ ହୋଇଥିବା ବେଳେ ସମିତ ଗଠନ ଓ ଜିଲା ପରିଷଦ ଗଠନ ନେଇ ରହିଥିବା ଏହି ବ୍ୟବସ୍ଥାର ଅବଶିଷ୍ଟ କାର୍ଯ୍ୟରେ ରାଜନୈତିକ ଦନଗୁଡ଼ିକ ପ୍ରତ୍ୟକ୍ଷ ସଂଶ୍ଳିଷ୍ଟ ହେବାର ଅବକାଶ ଆରମ୍ଭ ହୋଇସାରିଛି । ସେ ଦୃଷ୍ଟିରୁ ବିଜୟ ସମ୍ଭାବନା ରହିଥିବା ପ୍ରାର୍ଥୀମାନେ ଏବେ ଦଳ ପ୍ରତି ଦଳର ବଡପଣ୍ଡାମାନଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରିବା ଲାଗି ପ୍ରତିଯୋଗିତାରେ ଲାଗିପଡ଼ିବା ମଧ୍ୟ ଆରମ୍ଭ କରିସାରିଲେଣି । ଚଳିତ ପଞ୍ଚାୟତ ନିର୍ବାଚନ ପରିଚାଳନା ଲାଗି ପ୍ରଶାସନ ପକ୍ଷରୁ ଜିଲାସ୍ତରରେ ୩୦୨୮ ବୁଥ କରାଯାଇଥିବା ବେଳେ ୯୦୭ ଟିକୁ ଉତ୍ତେଜନାପ୍ରବଣ, ୫୪୯ଟିକୁ ଅତ୍ୟନ୍ତ ଉତ୍ତେଜନାପ୍ରବଣ ଚିହ୍ନଟ କରାଯାଇ ସେ ଦିଗରେ ବ୍ୟବସ୍ଥା କରାଯାଇଥିଲା । ୧୬ ତାରିଖରେ ଅନୁଗୋଳ, ବଅଁରପାଳ ବ୍ଳକର ମତଦାନ କରାଯାଇଥିଲା । ଅନୁଗୋଳ ବ୍ଲକର ୬୬୩୪୨ ପୁରୁଷ ଓ ୬୧୪୨୨ ମହିଳା ଭୋଟରଙ୍କ ମଧ୍ୟରୁ ୫୩୪୦୫ ପୁରୁଷ ଓ ୫୨୭୯୦ ମହିଳାଙ୍କୁ ମିଶାଇ ୧୦୬୧୯୫ ମତଦାତା ମତଦାନ ସାବ୍ୟସ୍ତ କରିଥିଲେ । ଶତକଡା ହିସାବରେ ଏହା ୮୩ରୁ ସାମାନ୍ୟ ଅଧିକ ରହିଥିଲା । ବଅଁରପାଲ ବ୍ଲକରେ ୭୫୯୮୬ ପୁରୁଷ ଓ ୬୮୭୬୩ ମହିଳା ମହୋତାଙ୍କ ମଧ୍ୟରୁ ୬୨୨୨୩ ପୁରୁଷ ଓ ୫୬୧୮୫ ମହିଳାଙ୍କୁ ମିଶାଇ ୧୧୮୪୦୮ ମତଦାତା ଅର୍ଥାତ ୮୧ ଶତକଡାରୁ ସାମାନ୍ୟ ଅଧିକ ମତଦାନ ସାବ୍ୟସ୍ତ କରିଥିଲେ । ୧୮ ତାରିଖରେ ଛେଣ୍ଡିପଦା ଓ କଣିହାରେ ମତଦାନ ହୋଇଥିଲା । ଛେଣ୍ଡିପଦାରେ ୬୫୬୨୫ ପୁରୁଷ ଓ ୬୦୯୧୪ ମହିଳାଙ୍କ ମଧ୍ୟରୁ ୫୪୩୪୩ ପୁରୁଷ ଓ ୫୦୬୨୭ ମହିଳାଙ୍କୁ ମିଶାଇ ୧୦୪୯୭୦ ମତଦାତା ଶତକଡା ୮୨ରୁ ଅଧିକ ମତଦାନ କରିଥିଲେ । କଣିହାରେ ୫୯୪୨୮ ପୁରୁଷ ଓ ୫୪୦୫୧ ମହିଳାଙ୍କ ମଧ୍ୟରୁ ୪୬୦୧୫ ପୁରୁଷ ଓ ୪୨୧୫୨ ମହିଳାଙ୍କୁ ମିଶାଇ ୮୮୧୬୭ ଜଣ ଅର୍ଥାତ୍ ଶତକଡା ୭୭ ୬୯ ନିଜର ମତଦାନ ସାବ୍ୟସ୍ତ କରିଥିଲେ । ୨୦ ତାରିଖରେ ପାଳଲହଡା ଓ ଆଠମଲିକ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ପାଳଲହଡାରେ ୪୮୨୯୦ ପୁରୁଷ ଓ ୪୭୦୨୪ ମହିଳାଙ୍କ ମଧ୍ୟରୁ ୪୨୦୨୬ ପୁରୁଷ ଓ ୩୮୭୯୩ ମହିଳାଙ୍କୁ ୮୦୮୯୧ ଆତ୍ ଶତକତାରେ ୮୪୭୯ ମତଦାତା ମତଦାନ କରିଥିଲେ । ଆଠମଲ୍ଲିକର ୪୨୫୪୧ ପୁରୁଷ ଓ ୪୦୯୭୪ ମହିଳାଙ୍କ ମଧ୍ୟରୁ ୩୫୯ ୩୭ ପୁରୁଷ ଓ ୩୫୫୩୬ ମହିଳାଙ୍କୁ ମିଶାଇ ମିଶାଇ ୭୧୪୭୩ ଅର୍ଥାତ୍ ଶତକଡା ୮୫.୫୮ ମତଦାନ କରିଥିଲେ । ୨୨ ତାରିଖରେ କିଶୋରନଗରରେ ୪୨୫୬୦ ପୁରୁଷ ଓ ୪୦୨୪୭ ମହିଳାଙ୍କ ମଧ୍ୟରୁ ୩୫୩୫୭ ପୁରୁଷ ଓ ୩୪୨୮୩ ମହିଳାଙ୍କୁ ମିଶାଇ ୬୯୬୪୦ ଅର୍ଥାତ୍ ଶତକଡାରେ ୮୩. ୮୦ ମତଦାନ କରିଥିଲେ । ତାଳଚେରରେ ୬୦୩୮୩ ପୁରୁଷ ଓ ୫୩୫୬୮ ମହିଳାଙ୍କ ମଧ୍ୟରୁ ୪୪୧୧୭ ପୁରୁଷ ଓ ୩୭୫୯୮ ମହିଳାଙ୍କୁ ମିଶାଇ ୮୧୭୧୫ ଅର୍ଥାତ୍ ଶତକଡାରେ ୭୧. ୭୧ ମତଦାନ କରିଛନ୍ତି ।୨୦୧୨ରେ ହୋଇଥିବା ନିର୍ବାଚନରେ ବିଜେଡି ୨୧ଟି ଆସନ ହାତେଇ ଜିଲ୍ଲା ପରିଷଦ ଗଠନ କରିଥିଲା । କଂଗ୍ରେସ ୪ଟି ଆସନ ପାଇଥିଲାବେଳେ ବିଜେପିକୁ ୨ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ୨୮ ଆସନ ବିଶିଷ୍ଟ ଏହି ଜିଲ୍ଲା ପରିଷଦର ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନ ହାତେଇଥିଲେ ହେଲେ ୨୦୧୭ରେ ଦୃଶ୍ୟ ସାମାନ୍ୟ ବଦଳିଥିଲା । କଂଗ୍ରେସ ଅତି ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲାବେଳେ ବିଜେପି ଆଖିଦୃଶିଆ ସଫଳତା ଯାଇଥିଲେ । ତେବେ ବିଜେଟ କମ ସଂଖ୍ୟା ଗରିଷ୍ଠତା ହାସଲ କରି ଲଗାତାର ଦ୍ୱିତୀୟ ଥର ପାଇଁ ଜିଲ୍ଲା ପରିଷଦ ସଭାପତି ପଦ ନିଜ ପାଖରେ ରଖିଥିଲା । ସମୁଦାୟ ୨୮ଟି ଆସନରୁ ବିଜେଡିକୁ ୨୬ଟି ଆସନ ମିଳିଥିଲାବେଳେ ବିଜେପିରୁ ୧୨ଟି ଆସନ ମିଳିଥିଲା । ଏଥର ପୁଣି ସଫଳତା ଆଶାରେ ରହିଛି ବିଜେଡି । ଆଉ ପୂର୍ବ ପ୍ରଦର୍ଶନରେ ସୁଧାର ଆଣି ବିଜେପି ମ୍ୟାନିକ ଫିଗର ଛୁଇଁବ ବୋଲି ଦଳର ନେତାମାନେ ଦାବି କରୁଛନ୍ତି ।ବିଜେଡିର ଅନ୍ଦରମହଲର ହିସାବ ଅନୁସାରେ ସେମାନେ ଏହି ପଞ୍ଚାୟତ ନିର୍ବାଚନରେ ପାଖାପାଖି ୨୦ରୁ ୨୨ଟି ଆସନ ଜିତିବେ । କିଛି ନେତାଙ୍କ ହିସାବ ଅନୁସାରେ ଏହା ୨୬ବି ଛୁଇଁପାରେ । ଗତ ନିର୍ବାଚନ ତୁଳନାରେ ସେମାନେ ଏଥର ଭଲ କରିଥିବାରୁ ସଫଳତା ନେଇ ବେଶ୍ ଆଶାବାଦୀ ଅଛନ୍ତି । ଅପରପକ୍ଷରେ ବିଜେପି ନେତାଙ୍କ ହାବି ଜିଲ୍ଲା ପରିଷଦରେ ସେମାନଙ୍କ ଆସନ ୨୦ ତଳକୁ ଖସିବାର ନାହିଁ । ଲୋକମାନେ ପରିବର୍ତ୍ତନ ମୁହାଁ ହୋଇଥିବାରୁ ବିଜେପି ଗତ ନିର୍ବାଚନ ତୁଳନାରେ ଅଧିକ ଭୋଟ ପାଇବ ବୋଲି ସେମାନଙ୍କର ମତ ଏମିତି ହେଲେ ଦଳକୁ ୧୮ରୁ ୨୨ଟି ଆସନ ମିଳିଯାଇପାରେ ବୋଲି ଦଳର କିଛି ନେତା ହିସାବ କରୁଛନ୍ତି । ଅପରପକ୍ଷରେ କଂଗ୍ରେସ ଶିବିର ଏକଦମ ନୀରବ । ଦଳ ଗୋଟିଏ ହେଲେ ବି ଜିଲ୍ଲା ପରିଷଦ ଆସନ ଜିତିବାର ସମ୍ଭାବନା ନାହିଁ । କିଛି ସ୍ଥାନରେ ଦଳ ଭଲ ପ୍ରତିଦ୍ୱନ୍ଦିତା କରିଥିଲେ ମଧ୍ୟ ଜିତିବାର ଆଶା ନ ଥିବା ଦଳର ନେତାମାନେ କହୁଛନ୍ତି ।

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *