ଐତିହାସିକ ମହାବିଜୟ ଆଡକୁ ଅଗ୍ରସର ବିଜେଡ଼ି : ପ୍ରଥମ ଦିନରେ ଅନୁଗୁଳ ଜିଲ୍ଲାରେ ୭ ଆସନରେ ବିଜେଡି ଆଗୁଆ

ଐତିହାସିକ ମହାବିଜୟ ଆଡକୁ ଅଗ୍ରସର ବିଜେଡ଼ି : ପ୍ରଥମ ଦିନରେ ଅନୁଗୁଳ ଜିଲ୍ଲାରେ ୭ ଆସନରେ ବିଜେଡି ଆଗୁଆ

ଅନୁଗୁଳ : ଆରମ୍ଭ ହୋଇଛି ପଞ୍ଚାୟତ ଭୋଟ ଗଣତି । ଆଉ ଆରମ୍ଭରୁ କ୍ଷମତା ଦଖଲ ପାଇଁ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଛି । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଅନୁଗୁଳ ଜିଲ୍ଲାରେ ବିଜେଡି ୫ ଟି ଓ ବିଜେପି ୩ ଟି ଲେଖାଏଁ ଆସନରେ ଆଗୁଆ ରହିଛି । ।ଆଜି ସକାଳ ୮ଟାରେ ପଞ୍ଚାୟତ ଭୋଟ ଗଣତି ଆରମ୍ଭ ହୋଇଥିଲା । କଡ଼ା ସୁରକ୍ଷା ଭିତରେ ଆରମ୍ଭ ହୋଇଥିବା ଏହି ଗଣତିରେ ପ୍ରଥମେ ୱାର୍ଡ ମେମ୍ବର ପାଇଁ ଭୋଟ ଗଣତି କରାଯାଇଥିଲା । ପରେ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭୋଟ ଗଣନା କରାଯାଇଥିଲା । ତେଣୁ ଫଳାଫଳ ଆସିବାରେ ବିଳମ୍ବ ହୋଇଥିଲା । ଅନୁଗୁଳ ୧ ନମ୍ବର ଜିଲ୍ଲା ପରିଷଦ ଜୋନରେ ଆରମ୍ଭରୁ ବିଜେଡି ଆଗୁଆ ରହିଥିଲା । ଚତୁର୍ଥ ରାଉଣ୍ଡ ଗଣତି ସୁଦ୍ଧା ଏହି ଜୋନରେ ବିଜେଡି ପ୍ରାର୍ଥୀ କାଜଲ ପଟ୍ଟନାୟକ ୧୯୩୪ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି । ତାଳଚେର ବ୍ଳକର ୧୮ ନମ୍ବର ଜୋନରେ ବିଜେଡି ଆଗୁଆ ରହିଛି । ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ଅମୀୟ ପ୍ରଧାନ ୭୪୦ ଖଣ୍ଡ ଭୋଟ ରେ ବିଜେପି ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କ ଠାରୁ ଆଗୁଆ ଅଛନ୍ତି । କଣିହାଁ ବ୍ଳକ ୮ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ରଶ୍ମିତା ସେଠୀ ୩୫୮ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ଚନ୍ଦନ ସ୍ୱରାଜଙ୍କ ପାଖରୁ ଆଗୁଆ ଅଛନ୍ତି । ବଅଁରପାଳ ବ୍ଳକ ୨୫ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ୪୨୩ ଖଣ୍ଡ ଭୋଟରେ ଆଗରେ ଅଛନ୍ତି । ଆଠମଲ୍ଲିକ ୫ ନମ୍ବର ଜୋନରେ ବିଜେଡି ଆଗୁଆ ରହିଛି । ଛେଣ୍ଡିପଦା ବ୍ଲକର ୧୪ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ନଗେନ୍ଦ୍ର କୁମାର ପ୍ରଧାନ ବିଜେପି ପ୍ରାର୍ଥୀ ଅଖିଳ କୁମାର ଗଡ଼ନାୟକ ଙ୍କଠାରୁ ଚତୁର୍ଥ ରାଉଣ୍ଡ ସୁଦ୍ଧା ୭୪ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି । ପାଳଲହଡ଼ାରେ ୨୨ ନମ୍ବରେ ଜୋନରେ ବିଜେଡି ଆଗରେ ରହିଛି । ସେହିପରି କିଶୋରନଗର ବ୍ଳକ ୧୧ ନମ୍ବର ଜୋନରେ ବିଜେପି ଆଗୁଆ ଅଛି ।

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *