ୟୁକ୍ରେନରେ ଫଶିଛନ୍ତି ଓଡ଼ିଆ ଛାତ୍ରଛାତ୍ରୀ

ୟୁକ୍ରେନରେ ଫଶିଛନ୍ତି ଓଡ଼ିଆ ଛାତ୍ରଛାତ୍ରୀ

ୟୁକ୍ରେନ ଉପରେ ଋଷର ଆକ୍ରମଣ ଆଜିକି 4 ଦିନ,ଲଗାତାର ଯୁଦ୍ଧ ଚାଲିରହିଛି ଓ ଏହି ଯୁଦ୍ଧ ମଧ୍ୟରେ ୟୁକ୍ରେନ ରେ ଫଶିରହିଛନ୍ତି ଓଡ଼ିଆ ଛାତ୍ରଛାତ୍ରୀ I
ୟୁକ୍ରେନ ରେ ଯେଉଁ ଛାତ୍ର ଛାତ୍ରୀ ଫଶିରହିଛନ୍ତି ସେମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଛାତ୍ରଛାତ୍ରୀଙ୍କ ଉଦ୍ଧାର ଅଭିଯାନ I
ଏବଂ ବର୍ତ୍ତମାନ ସୁଦ୍ଧା ରୋମିନିଆ ସୀମାରେ ଫଶି ରହିଛନ୍ତି ଓଡ଼ିଆ ଛାତ୍ରଛାତ୍ରୀ I ସେଠାରେ ଫଶିଥିବା ଏକ ମେଡିକାଲ ଛାତ୍ର ଏକ ପ୍ରତିକ୍ରିୟା ଦେଇ ଗଣମାଧ୍ୟମ କୁ କହିଛନ୍ତି ଯେ ରୋମିନିଆ ସୀମାରେ ପାଖାପାଖି 80 ଜଣ ଛାତ୍ରଛାତ୍ରୀ ଫଶିରହିଛନ୍ତି ବର୍ତ୍ତମାନ ଓଡିଶା ସରକାରଙ୍କ ସହ ଯୋଗାଯୋଗ ଚାଲିଥିବା ବେଳେ ସରକାରଙ୍କ ତରଫରୁ ଆବଶ୍ୟକ ସହାୟତା ମିଳିଛି I ଏବଂ ବର୍ତ୍ତମାନ ସୁଦ୍ଧା 24 ଘଣ୍ଟା ଧରି କାଯ୍ୟ କରୁଛି ଭାରତୀୟ ଦୂତାବାସ,ୟୁକ୍ରେନ ଭାରତୀୟ ସମ୍ପ୍ରଦାୟକୁ ସହାୟତା କରିବା ପାଇଁ ଏବଂ ମିଳିତ ଭାବେ ଉଦ୍ଧାରକାଯ୍ୟ ପାଇଁ କାମ କରୁଛନ୍ତି ରୋମିନିଆ ଓ ହଙ୍ଗେରି I ଉଦ୍ଧାର ଖର୍ଚ୍ଚ ଛାତ୍ରଛାତ୍ରୀ ଙ୍କ ପାଇଁ ସରକାର ବହନ କରିବେ I

ଖବର ଅନୁଯାୟୀ,ୟୁକ୍ରେନ-ରୋମିନିଆ ପାଖରୁ ପ୍ରଥମେ ସେମାନଙ୍କୁ ରୋମିନିଆର ରାଜଧାନୀକୁ ନିଆଯିବ ଓ ପରେ ଭାରତକୁ ସେଠାରୁ ଅଣାଯିବ I କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅଭିଯାନ ଜାରି ରହିଥିବା ବେଳେ ରବିବାର ଦିନ କେତେଜଣ ଛାତ୍ରଛାତ୍ରୀ ବିମାନ ବନ୍ଦରରେ ପହଞ୍ଚିଛନ୍ତି, ଓ ଶନିବାର ରାତିରେ ୟୁକ୍ରେନରୁ ଭାରତୀୟ ଙ୍କୁ ନେଇ ୨ଟି ବିମାନ ଦିଲ୍ଲୀ ଓ ମୁମ୍ବାଇ ରେ ଅବତରଣ କରିଥିଲା ଏବଂ ମୁମ୍ବାଇରେ ପହଞ୍ଚିଥିବା ନାଗରୀଙ୍କ ମଧ୍ୟରେ କିଛି ଓଡ଼ିଆ ଛାତ୍ରଛାତ୍ରୀ ରହିଥିଲେ ଓ ସେମାନେ ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ଆସି ପହଞ୍ଚିଛନ୍ତି ଏବଂ ସେଠାରେ ଫସିରହିଥିବା ନିଜ ବନ୍ଧୁମାନଙ୍କ ପାଇଁ ବହୁତ ଚିନ୍ତାରେ ଥିବା କହିଛନ୍ତି I

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *