ଖାଇବା ତେଲ ଉପରେ ନିଆଁ ବାଣ

ଖାଇବା ତେଲ ଉପରେ ନିଆଁ ବାଣ

ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦିନ କୁ ଦିନ ଉଗ୍ରରୂପ ଧାରଣ କରିଛି ଥମିବାର  କୋୖଣସି ନା ଧରୁନି l ମିସାଇଲ ମାଡ଼ରେ ଆକାଶ ରେ କେବଳ ଧୁଆଁ ହିଁ ଧୁଆଁ ଦେଖିବାକୁ ମିଳିଛି l ୟୁକ୍ରେନ ର ଦାଖଲ ଅଭିଯାନ ଆରମ୍ଭ କରିଦେଇଛି ତତକ୍ଷଣାତ ଜଳ , ସ୍ଥଳ ,ଆକାଶ ସବୁଆଡୁ ରୁଷ ସୈନ୍ୟମାନେ ୟୁକ୍ରେନ ଦଖଲ କରିଚାଲିଛି l ଯୁଦ୍ଧ ର ଫଳ ସ୍ୱରୂପ ଭାରତ ବାଣିଜ୍ୟ ବ୍ୟବସାୟ ଉପରେ ସିଧାସଳଖ ପକାଇଛି l ଏହି ଦେଶ ରୁ ସୂର୍ଯ୍ୟମୁଖି ଓ ପାମୋଲିନ ତେଲ ଆମଦାନୀ ବାଧାପ୍ରାପ୍ତ ହୋଇଛି l ରିପୋର୍ଟ ଆଧାରିତ ଅନୁଯାଇ ଭାରତ ବର୍ଷ କୁ 25 ଲକ୍ଷ ଲିଟର ସୂର୍ଯ୍ୟମୁଖି ତେଲ ଆମଦାନୀ କରିଥାଏl ସେଥିମଧ୍ୟରୁ 70 ପ୍ରତିଶତ ତେଲ ୟୁକ୍ରେନ ରୁ ଆସିଥିବା ବେଳେ 20 ପ୍ରତିଶତ ରୁଷ ଓ ଅବଶିଷ୍ଟ 10 ପ୍ରତିଶତ ଆର୍ଜେଟିନା ରୁ ଆସିଥାଏ l ୟୁକ୍ରେନ ଆଉ ରୁଷ ମଧ୍ୟରେ ଯୁଦ୍ଧର ତିକ୍ତତା ପାଇଁ 3 ଲକ୍ଷ 50 ହଜାର ଟନ ଖାଇବା ତେଲ ଅଟକି ଯାଇଛି l ଫଳରେ ଏହାର ପ୍ରଭାବ ସିଧାସଳଖ ଓଡିଶା ବଜାର ଉପରେ ପଡିଛି l କେତେକ ବ୍ୟବସାୟ କୃତିମ ଅଭାବ ସୃଷ୍ଟି କରୁଥିବାର ଅଭିଯୋଗ ହୋଇଛି l ତେଲ ଲୁଣ ସଂସାର ପାଇଁ ତେଲ ଦରର ପ୍ରଭାବ ମୁଣ୍ଡ ରେ ଚଡକ ପଡିଲା ପରି ମନେ ହଉଚି l 2 ବର୍ଷ ଧରି କରୋନା ର ପ୍ରଭାବ ଯୋଗୁ ଲୋକମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବାରୁ ଏପଟେ ଦର ବୁଦ୍ଧି ଯୋଗୁ ସେମାନଙ୍କ ଦୈନିକ ଜୀବନ ଯାପନ ଉପରେ ସିଧାସଳଖ ପ୍ରଭାବ ପକାଇଛି l ଓଡିଶା ର ବ୍ୟବହାର ସଂଘ ଙ୍କ ମତରେ ରାଜ୍ୟ ରେ ପ୍ରତେକ ଦିନ 2 ହଜାର ଟନ ତେଲ ର ଚାହିଦା ରହିଛି l ଆଉ ବାର୍ଷିକ 5 ଲକ୍ଷ ରୁ 6 ଲକ୍ଷ ଟନ ତେଲ କାରବାର ହୋଇଥାଏ ସେଥିମଧ୍ୟରୁ ପାଖାପାଖି 25 ପ୍ରତିଶତ ସୂର୍ଯ୍ୟମୁଖୀ ଏବଂ 15-20 ପ୍ରତିଶତ ପାମୋଲିନ ତେଲ l ବର୍ତମାନ ପାଇଁ ଏହା ସାଧାରଣ ଲୋକଙ୍କ ପାଇଁ ମୁଣ୍ଡ ବ୍ୟଥା ର କାରଣ ସାଜିଥିବା ବେଳେ ଯୋଗାଣ ମନ୍ତ୍ରୀ ସମ୍ପୂର୍ଣ ଭାବେ ଚୁପ ରହିଛନ୍ତି l

Related post

ବାରମ୍ବାର ଛିଙ୍କିବା ଟେନସନ ବଢିଥାଏ କି? ଏହି ଘରୋଇ ଉପଚାରରୁ ଆପଣ ଆରାମ ପାଇପରିବେ |

ବାରମ୍ବାର ଛିଙ୍କିବା ଟେନସନ ବଢିଥାଏ କି? ଏହି ଘରୋଇ ଉପଚାରରୁ ଆପଣ…

ସ୍ୱାସ୍ଥ୍ୟ10/12(ଫୋକସ ପ୍ଲସ)ବାରମ୍ବାର ଛିଙ୍କରୁ କିପରି ମୁକ୍ତି ପାଇବେ: ଛିଙ୍କିବା ଅତି ସାଧାରଣ, କିନ୍ତୁ ଶୀତଦିନେ କିମ୍ବା ପାଗ ପରିବର୍ତ୍ତନ ହେଲେ ଏହାର ଆବୃତ୍ତି ଯଥେଷ୍ଟ ବୃଦ୍ଧି ପାଇଥାଏ |…
ସୋମବାର ‘ବିକାଶ ଭାରତ @ 2047: ଭଏସ୍ ଅଫ୍ ୟୁଥ୍’ ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ ମୋଦୀ |

ସୋମବାର ‘ବିକାଶ ଭାରତ @ 2047: ଭଏସ୍ ଅଫ୍ ୟୁଥ୍’ ଲଞ୍ଚ…

ନୂଆଦିଲ୍ଲୀ10/12(ଫୋକସ ପ୍ଲସ); ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ବିକାଶ ଭାରତ @ 2047: ଭଏସ୍ ଅଫ୍ ୟୁଥ୍’ ଲଞ୍ଚ କରିବେ ।ଏହି କାର୍ଯ୍ୟକ୍ରମରେ ମୋଦି…
ମାୟାବତୀଙ୍କ ବଡ ନିଷ୍ପତ୍ତି,ପୁତୁରା ଆକାଶ ଆନନ୍ଦ ଉତ୍ତରାଧିକାରୀ ଭାବରେ ମନୋନୀତ କଲେ |

ମାୟାବତୀଙ୍କ ବଡ ନିଷ୍ପତ୍ତି,ପୁତୁରା ଆକାଶ ଆନନ୍ଦ ଉତ୍ତରାଧିକାରୀ ଭାବରେ ମନୋନୀତ କଲେ…

ଉତ୍ତରପ୍ରଦେଶ10/12(ଫୋକସ ପ୍ଲସ); ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ବାହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀ ରବିବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ଦଳ ବୈଠକରେ ତାଙ୍କ ପୁତୁରା…

Leave a Reply

Your email address will not be published. Required fields are marked *