ଜାତିସଂଘ ରେ ରୁଷ -ବିରୋଧୀ ପ୍ରସ୍ତାବ ଉପରେ  ଭାରତ ବିରତ ରହିଲା

ଜାତିସଂଘ ରେ ରୁଷ -ବିରୋଧୀ ପ୍ରସ୍ତାବ ଉପରେ ଭାରତ ବିରତ ରହିଲା

ରୁଷ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଜି କୁ 8 ଦିନ ବିତିଗଲାଣି ମଧ୍ୟ ରହର ଏହାର କୌଣସି ନିଷ୍କର୍ଷ ବାହାରି ପାରିନି l ରୁଷ ର ସୈନ୍ୟମାନେ ନିଜର ଯୁଦ୍ଧାସ୍ତ୍ର ଦ୍ୱାରା ୟୁକ୍ରେନ ର ପ୍ରାୟ ସ୍ଥାନ କୁ ଅକ୍ତିଆର କରିଛନ୍ତି l ରୁଷ ର ଆକ୍ରମଣ ଯେଉଁଭଳି ପ୍ରଚଣ୍ଡ ହେବାର ଲାଗିଛି ତାହା ସ୍ଥିତି କୁ ବିଗାଡି ଦେଇଛି l ୟୁକ୍ରେନ କୁ ୟୁରୋପୀୟ ରାଷ୍ଟ୍ର ଓ ନାଟୋ ର ସଦସ୍ୟ ରାଷ୍ଟ୍ର ସହଯୋଗ କରୁଥିବାରୁ ରୁଷ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜୋରଦାର ଚାଲିଛି l ଏହାକୁ ଦେଖି ୟୁକ୍ରେନ ର ରାଷ୍ଟ୍ରପତି ପୁଟିନ ପରମାଣୁ ଆକ୍ରମଣ ର ଧମକ ଦେଇଥିବା ବେଳେ ଆଜି ବିଦେଶୀ ମନ୍ତ୍ରୀ ଲାଭରଭ ମଧ୍ୟ ଅନୁରୂପ ଚେତାବନୀ ଦେଇଛନ୍ତି l ଆଜି ଜାତିସଂଘ ରେ ରୁଷ ର ଆକ୍ରମଣ ବିରୋଧରେ ଏକ ନିନ୍ଦା ପ୍ରସ୍ତାବ ଆଗତ କରାଯାଇଥଲା l ରୁଷ ଯେପରି ତାର ସୈନିକ ମାନଙ୍କୁ ପ୍ରତ୍ୟାହାର କରୁ ବୋଲି ଦାବି କରାଯାଇ ଥିଲା I କିନ୍ତୁ ଭାରତ ନିନ୍ଦା ପ୍ରସ୍ତାବ ର ଭୋଟ ଦାନରୁ ବିରତ ରହିଥିଲା I ଏପରିକି ୟୁକ୍ରେନ ରେ ହେଉଥିବା ମାନବାଧିକାର ଉଲଂଘନ ବିଷୟରେ ଆଲୋଚନା ନିମନ୍ତେ ଜାତିସଂଘ ମାନବାଧିକାର ପରିଷଦ ଜରୁରୀ ବୈଠକ ଡାକିବା ପ୍ରସ୍ତାବ ଉପରେ ହୋଇଥିବା ଭୋଟ ଦାନରୁ ଦୂରେଇଦେଇଥିଲା I ଗତକାଲି ଗୃହୀତ ହୋଇଥିବା ପ୍ରସ୍ତାବ ସପକ୍ଷରେ 141 ଟି ଭୋଟ ପଡିଥିବା ବେଳେ 5 ଟି ଭୋଟ ବିରୋଧ ରେ ପଡିଥିଲା ,କେବଳ ଭାରତ ନୁହଁ ଆହୁରି ମଧ୍ୟ 35 ଟି ଦେଶ ଭୋଟ ଦାନରୁ ବିରତ ରହିଥିଲେ I ଏହି ପ୍ରସ୍ତାବ କୁ କେହି ମାନିବା କୁ ବାଧ୍ୟତା ମୂଳକ ନୁହେ ଯଦିଓ କିନ୍ତୁ ରାଜନୈତିକ ଦୃଷ୍ଟି କୋଣରୁ ଅଧିକ ଗୁରୁତ୍ୱ ରହିଛି I

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *