ରୁଷ ବାହାର କଲା ସୁରକ୍ଷା କବଚ S -400

ୟୁକ୍ରେନ ଆକ୍ରମଣ ଆଜି ଅଷ୍ଟମ ଦିନ ରେ ପହଞ୍ଚିଲେ ମଧ୍ୟ ଏହାର କୌଣସି ସମାଧାନ ର ମାର୍ଗ ବାହାରିପାରୁନି l ଇତିମଧ୍ୟରେ ରୁଷ ର ଘମାଘୋଟ ଯୁଦ୍ଧ ମିସାଇଲ , ବୋମାମାଡ଼ ରେ ଛାରଖାର ହୋଇଛି ୟୁକ୍ରେନ ଅନେକ ସହର l କିଭ କୁ ଜଗିଛନ୍ତି ୟୁକ୍ରେନ ର ସୈନ୍ୟମାନେ l ରାଜଧାନୀ କିଭ ଏବଂ ଖାରକିଭ ସହ ଅନ୍ୟ ସହରରେ ଲଗାତାର ମିଶାଇଲ ଆଟାକ କରୁଛି ରୁଷ ସେନା lଏହା ପୁର୍ବରୁ ୟୁକ୍ରେନ ର ବାଲାକିଭି ସହର କୁ କବଜା କରି ନେଇଛି ରୁଷ ସେନା ସେପଟେ ଓଡେଶୀ ସହର କୁ ଘେରାବନ୍ଦୀ ରଖିଛି ପାଖାପାଖି 10 ଟି ସହର ପାଲଟିଗଲାଣି ଧ୍ୱଂସସ୍ତୁପ l ଚାରିଆଡେ ଶୂନଶାନ ଜାତିସଂଘ ର ଆକଳନ ଅନୁଯାୟୀ ପାଖାପାଖି 10 ଲକ୍ଷ ଲୋକ ନିଜ ଦେଶ ଛାଡି ଅନ୍ୟତ୍ର ପଳାୟନ କରିଛନ୍ତି l କଥାକଥା ରେ ଧମକ ଦେଉଥିବା ରୁଷ ଏବେ ଦୁନିଆ ରେ ସର୍ବଶ୍ରେଷ୍ଠ ଡିଫେନ୍ସ ସିଷ୍ଟମ ଭାବରେ ଗଣନା କରାଯାଉଥିବା S -400 ର ପ୍ରୟୋଗ ପାଇଁ ପ୍ରସ୍ତୁତି ରହିଛି l 400 କିଲୋମିଟର ରେଞ୍ଚରେ ଆସୁଥିବ ଶତ୍ରୁ କୁ ଦମନ କରିବା ସହ ଆକାଶ ରେ ଡ୍ରେନ ଏୟାରକ୍ରାଫ୍ଟ ନଷ୍ଟ କରିବାରେ ସକ୍ଷମ ହେବ l ବିଶ୍ୱରେ ମହାଶକ୍ତି ଭାବରେ ପରିଚିତ ଏଇ ଯୁଦ୍ଧାସ୍ତ୍ର ହାଇପରସନିକ , ସପରସନିକ ,ସମେତ 4 ଟି ମିସାଇଲ ରହିଛି l ଯାହା ଦ୍ୱାରା ଶତ୍ରୁ ର ଯେକୌଣସି ଯୁଦ୍ଧାସ୍ତ୍ର ନଷ୍ଟ କରିବାରେ ସକ୍ଷମ ହେବ

Related post

ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…
ଗିରଫ ହେଲେ ରସିକିଆ ଶିକ୍ଷକ

ଗିରଫ ହେଲେ ରସିକିଆ ଶିକ୍ଷକ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଜଣେ ପ୍ରଧାନ ଶିକ୍ଷକ ଅଫିସକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗ୍ରାମବାସୀ ସଂପୃକ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଘେରାଉ କରିଛନ୍ତି।ଏନେଇ ଶିକ୍ଷକ…
ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ଫୋକସ ପ୍ଲସ 31/3/23(ହାଟଡିହି): ଭୂତ ଖାଉଛି ପିଡ଼ିଏସ ସାମଗ୍ରୀ।ହିତାଧିକାରୀଙ୍କ ମୃତ୍ୟୁ ପରେ ବି ପରିବାର ଲୋକଙ୍କୁ ଅନ୍ଧାରରେ ରଖି ପିଡ଼ିଏସ ସାମଗ୍ରୀ ଉଠାଣ ହେଇଥିବା ଅଭିଯୋଗ ଆସିଛି।ପଦାରେ ପଡ଼ିଲା…

Leave a Reply

Your email address will not be published. Required fields are marked *