ଖାଉଟି ଙ୍କ ଉପରେ ବଡ ଝଟକା :ଖାଇବା ତେଲ ଦର ଉପରେ ଲାଗୁନି ବ୍ରେକ

ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ର ପ୍ରଭାବ ଏବେ ସାରା ବିଶ୍ୱ ଉପରେ ପଢୁଛି l ହୁ ହୁ ହୋଇ ବଢିବା ରେ ଲାଗିଛି ଦର ଦାମ l ଯାହା ଦ୍ୱାରା ଖାଉଟି ମାନଙ୍କ ଉପରେ ଏହା ସିଧାସଳଖ ପ୍ରଭାବ ପକାଉଛି l ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଯୋଗୁ ଭାରତ ର ବାଣିଜ୍ୟ କାରବାର ଉପରେ ବାଧାପ୍ରାପ୍ତ ହୋଇଛି l ଏଇ ଦେଶ ରୁ ଆମଦାନୀ ହେଉଥିବା ସୂର୍ଯ୍ୟମୁଖି ଓ ପାମୋଲିନ ଉପରେ ରୋକ ଲାଗିଛି l ରିପୋର୍ଟ ଆଧାରିତ ଅନୁଯାୟୀ ଭାରତ ବର୍ଷ କୁ 25 ଲକ୍ଷ ଲିଟର ସୂର୍ଯ୍ୟମୁଖୀ ତେଲ ଆମଦାନୀ କରିଥାଏ l ସେଥିମଧ୍ୟରୁ 70 ପ୍ରତିଶତ ତେଲ ୟୁକ୍ରେନ ରୁ ଆସୁଥିବା ବେଳେ 20 ପ୍ରତିଶତ ରୁଷ ଓ ଅବଶିଷ୍ଟ 10 ପ୍ରତିଶତ ଆର୍ଜେଟିନା ରୁ ଆସିଥାଏ l ୟୁକ୍ରେନ ରୁଷ ମଧ୍ୟରେ ଯୁଦ୍ଧ ଯୋଗୁ 3 ଲକ୍ଷ 50 ହଜାର ଟନ ଖାଇବା ତେଲ ଅଟକି ଯାଇଛି l ତେବେ ଗତ 20 ଦିନର ଦରଦାମ ରିପୋର୍ଟ ଦେଖିବାକୁ ଗଲେ ଫେବୃଆରୀ 15 ତାରିଖ ରୁ ମାର୍ଚ୍ଚ 6 ତାରିଖ ଯାଏ ତେଲ କମ୍ପାନୀ ଗୁଡିକ 10 ରୁ 36 ଟଙ୍କା ଯାଏ ବୁଦ୍ଧି ଘଟାଇଛନ୍ତି l ଏପରିକି ରାଜଧାନୀ ଦିଲ୍ଲୀ ରେ ମଧ୍ୟ ପାମ ଅଏଲ ଏବେ 160 ଟଙ୍କା ହୋଇଛି ଓଡ଼ିଶାରେ 23 ଟଙ୍କା ମୁମ୍ବାଇ ରେ 13 ଟଙ୍କା ,ଚେନ୍ନାଇ ରେ ପାମ ଅଏଲ 25 ଟଙ୍କା ବୁଦ୍ଧି ହୋଇଛି l ସୋୟା ତେଲ ଉପରେ ଦର ମଧ୍ୟ ସମାନ ବୁଦ୍ଧି ହୋଇଛି l ଦିଲ୍ଲୀ ରେ ପୂର୍ବରୁ 157 ଟଙ୍କା ଥିଲା ବେଳେ ବର୍ତମାନ 22 ଟଙ୍କା ବୁଦ୍ଧି କରାଯାଇ 179 ରେ ପହଂଚିଛି l ବନସ୍ପତି ତେଲ ଦର ର ମଧ୍ୟ ବୁଦ୍ଧି ପାଇଛି ଉତ୍ତରାଖଣ୍ଡ ରେ ସର୍ବଧିକ 59 ଟଙ୍କା ବୁଦ୍ଧି ପାଇଁ ବନସ୍ପତି ତେଲ ଲିଟର ପିଛା 195 ଟଙ୍କା ହୋଇଛି l
ତେଲ ଦର କୁ ଆୟତ୍ତ ରେ ରଖିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି କେନ୍ଦ୍ରସରକାର ଏ ନେଇ ଦୁଇ ଥର ବୈଠକ ବସିଥିଲା l ସୂଚନା ଥାଉକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଦରଦାମ ବୁଦ୍ଧି କୁ ନେଇ ସମୀକ୍ଷା କରିବେ l

 

 

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *