ସୁନ୍ଦରଗଡ଼ ଜିଲ୍ଲାରେ ବାତ ଜ୍ୱର ନିୟନ୍ତ୍ରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ, ଜିଲ୍ଲାପାଳ କଲେ ଶୁଭାରମ୍ଭ

ସୁନ୍ଦରଗଡ଼ ଜିଲ୍ଲାରେ ବାତ ଜ୍ୱର ନିୟନ୍ତ୍ରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ, ଜିଲ୍ଲାପାଳ କଲେ ଶୁଭାରମ୍ଭ

ସୁନ୍ଦରଗଡ଼, ୭ ମାର୍ଚ୍ଚ ୨୦୨୨: ସୁନ୍ଦରଗଡ଼ ଜିଲ୍ଲାରେ ଫାଇଲେରିଆ ବା ବାତଜ୍ୱର ନିୟନ୍ତ୍ରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସୋମବାର ଦିନ ବଡ଼ଗାଁ ବ୍ଲକର ଜରଙ୍ଗଲୋଇ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଠାରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ନିଜେ ଡିଇସି ଏବଂ କୃମିନାଶକ ଆଲବୋଣ୍ଡାଜୋଲ୍ ବଟିକା ଖାଇଥିଲେ।
ଏହି କାର୍ଯ୍ୟକ୍ରମରେ ୭ ହଜାର ୮୫୭ ଜଣ ଆଶା, ଅଙ୍ଗନବାଡ଼ି କର୍ମୀଙ୍କ ସହିତ ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଇଛି। ସେମାନେ ଘରକୁ ଘର ବୁଲି ହିତାଧିକାରୀମାନଙ୍କୁ ମାଗଣାରେ ଡିଇସି ଏବଂ ଆଲବୋଣ୍ଡାଜୋଲ୍ ବଟିକା ଖୁଆଉଛନ୍ତି।  ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଉପସ୍ଥିତିରେ ହିତାଧିକାରୀମାନେ ଏହି ଔଷଧ ସେବନ କରୁଛନ୍ତି। ଜିଲ୍ଲାରେ ୨୧ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଏଥିରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି।
‘‘ସୁନ୍ଦରଗଡ଼ ଜିଲ୍ଲାକୁ ବାତଜ୍ୱରମୁକ୍ତ କରିବା ଲକ୍ଷ୍ୟରେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହାକୁ ସଫଳ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ର ଜନସାଧାରଣଙ୍କ ସହଯୋଗ ରହିଲେ ଆମ ଜିଲ୍ଲା ବାତଜ୍ୱରମୁକ୍ତ ହୋଇପାରିବ। ସେହିପରି କୃମି ଯୋଗୁଁ ଶରୀରରେ ଅନେକ ସମସ୍ୟା ଦେଖାଦେଉଛି। ଏହାକୁ ନିୟନ୍ତ୍ରଣ କରିବା ଲାଗି କୃମିନାଶକ ଆଲବୋଣ୍ଡାଜୋଲ୍ ବଟିକା ଦିଆଯାଉଛି’’, ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଭେକ୍ଟର ବାହିତ ରୋଗର ପରାମର୍ଶଦାତା ଡାକ୍ତର ମନୋଜ ମହାପାତ୍ର କହିଥିଲେ ଯେ, ଫାଇଲେରିଆ ଭଳି ଏକ ମାରାତ୍ମକ ରୋଗକୁ ସମୂଳେ ନାଶ କରିବା ପାଇଁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ସାମୂହିକ ଔଷଧ ସେବନ ଅଭିଯାନ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ସଠିକ୍ ଭାବେ ପରିଚାଳନା କରିବା ପାଇଁ ୭୦୦ରୁ ଅଧିକ ସୁପରଭାଇଜରଙ୍କୁ ନିୟୋଜିତ କରାଯାଇଛି।
ଏହି ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମରୁ ଜନ୍ମରୁ ୨ ବର୍ଷ ପର୍ଯ୍ୟନ୍ତ ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ରୋଗୀମାନଙ୍କୁ ବାଦ୍ ଦିଆଯାଇଛି। ଏହି ଔଷଧ ସେବନ କରୁଥିବା ବ୍ୟକ୍ତିଙ୍କଠାରେ କିଛି ପାର୍ଶ୍ୱପ୍ରତିକ୍ରିୟା ଦେଖାଦିଏ ତାହାଲେ ସେମାନଙ୍କୁ ତୁରନ୍ତ ଡାକ୍ତରଖାନା ଆଣିବା ପାଇଁ ୭୬ଟି ରାପିଡ୍ ରେସପନ୍ସ ଟିମ୍ ପ୍ରସ୍ତୁତ ରହିଛନ୍ତି। ସେମାନଙ୍କ ଚିକିତ୍ସା ଯୋଗାଇଦେବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ରାଉରକେଲାର ଆଇଜିଏଚ୍ ଏବଂ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ସ୍ୱତନ୍ତ୍ର ବେଡ ମହଜୁଦ୍ ରହିଛି।
ଜରଙ୍ଗଲୋଇ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ବେଳେ ଏଡିପିଏଚଓ(ଭିବିଡି) ଡାକ୍ତର ଭକ୍ତ ମୋହନ ସ୍ୱାଇଁ, ରାଜ୍ୟ ଏଣ୍ଟମୋଲୋଜିଷ୍ଟ ଦୀପ୍ତିରଂଜନ ମହାପାତ୍ର, ରାଜ୍ୟ ପିସିଆଇ ସଂଯୋଜକ ପ୍ରୀତିଶ ନନ୍ଦ, ବଡ଼ଗାଁ ସିଏଚସିର ପିଏଚଓ ତିରମଣି ପ୍ରଧାନ, ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଅରୁଣ ପ୍ରଧାନ, ସୁପରିଣ୍ଟେଣ୍ଡେଣ୍ଟ ସାରଦା ପ୍ରସନ୍ନ ଜେନା, ଜରଙ୍ଗଲୋଇ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର କଲ୍ୟାଣୀ ଦଣ୍ଡସେନା ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ  ଜନସାଧାରଣଙ୍କୁ  ଡିଇସି ଏବଂ ଆଲବୋଣ୍ଡାଜୋଲ୍ ବଟିକା ଖାଇବାକୁ ଦିଆଯାଇଥିଲା।
ସୁନ୍ଦରଗଡ଼ ରୁ ପପୁ ପ୍ରସାଦ ସିଂ,ଫୋକସ ପ୍ଲସ

Related post

ଭାରତ ସମୁଦ୍ରର ସମ୍ରାଟ ହେଲା, ପୁଣିଥରେ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ ପରିଷଦରେ ଦେଶର ପତାକା ଉତ୍ତୋଳନ କଲା |

ଭାରତ ସମୁଦ୍ରର ସମ୍ରାଟ ହେଲା, ପୁଣିଥରେ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ ପରିଷଦରେ…

ଭାରତ02/12/2023; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ କ୍ରମାଗତ ଭାବେ ଅନ୍ତର୍ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରୁଛି | ଭାରତ ପ୍ରତି ବିଶ୍ୱର ଅନ୍ୟ ଦେଶର ବିଶ୍…
ପ୍ରିୟଙ୍କାକୁ ଜଣା ନାହିଁ ଇଂଲିଶ ଗ୍ରାମାର

ପ୍ରିୟଙ୍କାକୁ ଜଣା ନାହିଁ ଇଂଲିଶ ଗ୍ରାମାର

ମୁମ୍ବାଇ: ଅଭିନେତା ତଥା ଷ୍ଟାଣ୍ଡଅପ କମେଡିଆନ ବୀର ଦାସ ନିକଟରେ ନେଟଫ୍ଲିକ୍ସ ଷ୍ଟାଣ୍ଡଅପ ସ୍ପେଶାଲିଷ୍ଟ ଏମି ପୁରସ୍କାର ଜିତିଥିଲେ। ତାଙ୍କର ଏହି ସଫଳତା ପାଇଁ ସମସ୍ତେ ତାଙ୍କୁ ଅଭିନନ୍ଦନ…
ଚଳିତ ମାସରେ ଆକାଶରୁ ହେବ ତାରା ବର୍ଷା, ପ୍ରତି ଘଣ୍ଟାରେ ପଡ଼ିବ ୧୦୦-୧୫୦ ତାରା

ଚଳିତ ମାସରେ ଆକାଶରୁ ହେବ ତାରା ବର୍ଷା, ପ୍ରତି ଘଣ୍ଟାରେ ପଡ଼ିବ…

ନୂଆଦିଲ୍ଲୀ: ଆପଣ ନିଶ୍ଚୟ ଦେଖିଥିବେ, ଶୁଣିଥିବେ ଆକାଶରେ ପଡୁଥିବା ତାରା ବିଷୟରେ। ଯଦି ଶହ ଶହ ତାରକା ଏକାଠି ପଡ଼ିବା ଆରମ୍ଭ କରିବେ ତେବେ କ’ଣ ହେବ ଅନୁମାନ…

Leave a Reply

Your email address will not be published. Required fields are marked *