ଠେକୁଆ ଏବଂ ହାତୀ ମାନଙ୍କ ରାଜା

ଠେକୁଆ ଏବଂ ହାତୀ ମାନଙ୍କ ରାଜା

ଏକଦା ବଡ ହାତୀଟିଏ ନିଜ ହାତୀ ଦଳ ଉପରେ ରାଜତ୍ୱ କରୁଥିଲା I ସେ ଭାରି ବୁଦ୍ଧିଶୀଳ ଓ ନ୍ୟାୟ ପରାୟଣ ରାଜା ଥିଲା I ଥରେ ଜଙ୍ଗଲ ରେ ବହୁତ ବଡ ଵିପତ୍ତି ପଡିଲା I ଜଙ୍ଗଲ ର ସବୁ ପୋଖରୀ ନାଳ ଓ ଝରଣା ଗୁଡିକ ଶୁଖିଗଲା I ସବୁ ହାତୀ ତୃଷାର୍ତ୍ତ ଓ ବଳଶୂନ୍ୟ ହୋଇପଡିଲେ I ରାଜା ହାତୀ ନିଜ ସାଥି ମାନଙ୍କର ଏ ଅବସ୍ଥା ଦେଖି ବହୁତ ଚିନ୍ତିତ ହୋଇପଡିଲେ I ସେ କିଛି ହାତୀ କୁ ଏଣେ ତେଣେ ଅଲଗା ଅଲଗା ଦିଗକୁ ଜଳର ସନ୍ଧାନ ଲାଗି ପଠାଇଥିଲେ I ପରିଶେଷରେ ଗୋଟିଏ ହାତୀ ଶୁଭ ଖବର ନେଇ ଆସିଲା ଯେ ଗୋଟେ ସ୍ୱଚ୍ଛ ପାଣି ପୂର୍ଣ୍ଣ ଗଭୀର ପୋଖରୀ ଯଥେଷ୍ଟ ଦୂରରେ ଅଛି I ରାଜା ନିଷ୍ପତି ନେଲେ ସବୁ ହାତୀ ମାନଙ୍କୁ ସେ ପୋଖରୀ ପାଖକୁ ନେଇଯିବେ I ସବୁ ଛୋଟ ,ବଡ, ଛୁଆ ହାତୀ ଏହି ଅଭିଯାନରେ ବାହାରି ପଡିଲେ I ଏହା ଏକ ସୁଦୀର୍ଘ ଅବିଶ୍ରାନ୍ତ ଯାତ୍ରା ଥିଲା I ଶେଷରେ ଯେତେବେଳେ ସେ ନିଜର ଲକ୍ଷ ସ୍ଥଳ ରେ ପହଁଚିଲେ ସେତେବେଳେ ସବୁ କ୍ଲାନ୍ତ ହୋଇ ଭାଙ୍ଗି ପଡ଼ିଥିଲେ I ସେମାନଙ୍କ ତଣ୍ଟି ଶୁଖିଯାଉଥିଲା I ଶୀତଳ ଜଳ ଟୋପା ପିଇବା  ପାଇଁ ଅଧୀର ହୋଇପଡିଥିଲେ I ସମସ୍ତେ ଶୀଘ୍ରତାର ସହିତ ଜଣଙ୍କ ଉପରେ ଜଣେ ପିଟାପିଟି ହୋଇ ପୋଖରୀ ଆଡକୁ ଧାଇଁଲେ I ପୋଖରୀ ଚାରି କଡରେ ଥିବା ନରମ ଆଉ ସନ୍ତସନ୍ତିଆ ବାଲି ଉପରେ ଅନେକ ସଂଖ୍ୟାରେ ଠେକୁଆ ନିଜର ଘର କରି ରହୁଥିଲେ I ସେଠାରେ ସେମାନେ ଶାନ୍ତିରେ ବହୁତ ଦିନରୁ ରହିଆସୁଥିଲେ I ହାତୀ ମାନେ ଏପରି ଧସ୍ତା ଧସ୍ତୀ ହୋଇ ପଶୁଥିଲେ ଯେ ତାଙ୍କ ପାଦରେ ଠେକୁଆ ମାନଙ୍କର ଗାତ ପୋତି ହୋଇଗଲା ଓ ପାଦତଳେ ଦଳି ହୋଇ ବହୁତ ଠେକୁଆ ମରିଗଲେ I  ଠେକୁଆ ମାନଙ୍କ ମଧ୍ୟରେ ଗୋଟିଏ ଭାଳେଣି ପଡିଗଲା I ହାତୀ ମାନେ ପାଣି ପିଇସାରି ଫେରିବା ପରେ ,ବଂଚିଯାଇ ଥିବା ଠେକୁଆ ମାନେ ଗୋଟେ ସଭା ଡକାଇଲେ I ସାମନେ କହିଲେ ଯଦି ହାତୀ ମାନେ ଏହି ପରି ପାଣି ପିଇବାକୁ ସବୁବେଳେ ଆସିବେ ତେବେ ଆମେ କଣ କରିବା I ଆମ ମାନଙ୍କ ମଧ୍ୟରୁ କେହି ବଂଚିବେ ନାହିଁ I ଠେକୁଆ ମାନଙ୍କ ମୁଖିଆ ଠିକ କଲେ ହାତୀମାନଙ୍କୁ ଦୁରେଇ ରଖିବା ପାଇଁ କିଛି ଗୋଟେ ଉପାୟ କାଢିବାକୁ ପଡିବ I ସମସ୍ତେ ଉପାୟ ଚିନ୍ତାରେ ଲାଗିପଡ଼ିଲେ I ଶେଷରେ ଗୋଟିଏ ଉପାୟ ବାହାର କଲେ ଏବଂ ଏହି କାମ କରିବା ପାଇଁ ମୁଖିଆ ଠେକୁଆ ଚାରି ଆଡକୁ ଦେଖି ଥରକ ମାନଙ୍କ ଭିଡ ଭିତରୁ ଗୋଟିଏ ଛୁଟିଆ ଠେକୁଆକୁ ନିର୍ଦେଶ ଦେଲା I ଏହି ଦୁସାର୍ଦ୍ଧ କାର୍ଯ୍ୟ କରିବାକୁ ଏହି ଠେକୁଆ ଟି ବହୁତ ଚାଲ ଚଂଚଳ ଓ ବିଶ୍ୱାସ ଯୋଗ୍ୟ ଅଟେ I ଉପାୟଟି ଥିଲା ଏହି ପ୍ରକାର I ଆଉ କିଛି ସମୟ ପରେ ସନ୍ଧ୍ୟା ହେବ, ଆକାଶରେ ଚାନ୍ଦ ଉଇବ I ତାର ପ୍ରତିବିମ୍ବ ପାଣିରେ ପଡିବ I ଆମେ ହାତୀ ମାନଙ୍କୁ ଯଦି ବୁଝାଇ ପାରିବ ଏହି ଚାନ୍ଦ ହେଉଛି ପୋଖରୀର ପ୍ରଭୁ I ଏବଂ ସେ କାହାର ପୋଖରିରୁ  ପାଣି ପିଇବା ପାଇଁ ପସନ୍ଦ କରନ୍ତି ନାହିଁ ଏବଂ ତାଙ୍କ କଥା ଅମାନ୍ୟ କଲେ ସେ ଅଭିଶାପ ଦେବେ I ଏହି କାର୍ଯ୍ୟକୁ ତୁଲାଇବା ପାଇଁ ଛୋଟ ଠେକୁଆ ଟି ମୁଖିଆ ଙ୍କ କଥାରେ ରାଜି ହୋଇଗଲା I ପର ଦିନ ସକାଳୁ ଠେକୁଆଟି ହାତୀ ମାନଙ୍କ ରାଜା ପାଖକୁ ଗଲା ଏବଂ କହିଲା ମହାରାଜ ପ୍ରଣାମ I ମତେ ଚନ୍ଦ୍ର ଦେବତା ପଠାଇ ଛନ୍ତି I ମୁ ଆପଣଙ୍କ ପାଇଁ ଗୋଟେ ଖବର ନେଇ ଆସିଛି I ହାତୀ ରାଜା ଖାଦ୍ୟ ଖାଉଥିଲେ, ଠେକୁଆ ତା ଖାଇବା ସମୟରେ କିଛି କହିବା ତା ଭଲ ଲାଗିଲା ନାହିଁ I ସେ ରାଗି କରି କହିଲା, ‘ ଚନ୍ଦ୍ର ଦ୍ବେବତା କିଏ ଏବଂ ସେ ମତେ କାହିଁକି ଖବର ପହଂଚାଇଛନ୍ତି ? ଆପଣ କଣ ଚନ୍ଦ୍ର ଦେବତାଙ୍କ ବିଷୟରେ କିଛି ଶୁଣି ନାହାନ୍ତି’ I ଠେକୁଆ ଦୁଃଖ ଭରା କଣ୍ଠରେ କହିଲା, ସେ ବହୁତ ବଳ ଶାଳୀ ଦେବତା I ସେ ତୁମ ଉପରେ ଖୁସି ନାହାନ୍ତି ବୋଲି ଏହି ଖବର ପଠାଇଛନ୍ତି I ତୁମେ ଓ ତୁମ ସାଥି ମାନେ ତାଙ୍କର ବିନା ନିମନ୍ତ୍ରଣରେ ତାଙ୍କ ରହିବା ସ୍ଥାନକୁ ଚାଲିଗଲ I ତେଣୁ ସେ ରାଗିକରି ଅଭିଶାପ ଦେବାକୁ ଚିନ୍ତା କରିଛନ୍ତି ଯେ ତୁମର ହାତୀ ବଂଶ ଲୋପ ପାଇଯିବ ବୋଲି ରାଜା ପଚାରିଲେ ଏ ଚନ୍ଦ୍ର ଦେବତା କେଉଁଠି ରହୁଛନ୍ତି ? ସେ ପୋଖରୀ ମଝିରେ ଗଭୀର ପାଣିରେ ରହୁଛନ୍ତି I ସେ ତୁମ ଉପରେ ଅତ୍ୟନ୍ତ କ୍ଷୁ କ୍ଷୁବ୍ଧ କାରଣ ତୁମେ ବିନା ଆଦେଶରେ ସେଠାକୁ ତୁମ ସାଥୀମାନଙ୍କୁ ନେଇ ଯାଇଥିଲ I ମୁଁ କିପରି ବିଶ୍ୱାସ କରିବି ଯେ ତୁ ସତ କହୁଛୁ ବୋଲି ? ଯଦି ମୋ ସାଙ୍ଗରେ ଯିବ ତେବେ ସ୍ୱୟଂ ଚନ୍ଦ୍ରଦେବତାଙ୍କୁ ଦେଖିପାରିବ I ତୁମେ ସେଠାକୁ ଯାଇ ଚନ୍ଦ୍ର ଦେବତାଙ୍କୁ ପ୍ରଣାମ ଜଣାଇ ଫେରି ଆସିବ I ହୁଏତ ସେ ତୁମ ବ୍ୟବହାରରେ ସନ୍ତୁଷ୍ଟ ହୋଇ ତୁମକୁ କୌଣସି ଦଣ୍ଡ ନଦେଇ ପାରନ୍ତି I ଠେକୁଆଟି ହାତୀମାନଙ୍କ ରାଜାଙ୍କୁ ପୋଖରୀ ପାଖକୁ ନେଇଗଲା ଏବଂ ହାତୀ ରାଜା ଦେଖିଲେ ସତରେ ପୋଖରୀର ସଫା ପାଣିରେ ଜହ୍ନ ଚିକ ମିକ କରୁଥିଲା I ଠେକୁଆ ଧୀର କଣ୍ଠରେ କହିଲା – ଦେଖ ଜହ୍ନ କିପରି ଚିକମିକ କରୁଛି I ଆପଣ କଣ ଜାଣି ପାରୁନାହାନ୍ତି ଜହ୍ନ ଦେବତାଙ୍କ ଉଜ୍ଜ୍ୱଳତା କେତେ ପ୍ରଭାବଶାଳୀ ? ହାତୀ ମାନଙ୍କ ରାଜା ଭାବିଲା ସତରେ ଚନ୍ଦ୍ର ଦେବତା ଏଠାରେ ରହୁଛନ୍ତି I ସେ ନିଜ ଆଣ୍ଠୁମାଡ଼ି ଚନ୍ଦ୍ରଙ୍କୁ ପ୍ରଣାମ ଜଣାଇଲା I କହିଲା, ଆଜିଠାରୁ ନିଜ ଦଳକୁ ପାଣି ପିଆଇବକୁ ଅନ୍ୟ କୌଣସି ସ୍ଥାନକୁ ନେଇଯିବି I ଠେକୁଆ ମାନେ ତାଙ୍କ ବିଜୟର ଖୁସିରେ ଆତ୍ମହରା ହୋଇ ନାଚି ଉଠିଲେ I

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *