ଦାବ୍ରିଗୁଡା ଗ୍ରାମରେ ପାନୀୟଜଳର ସମସ୍ୟା। କାମରେ ଆସୁନି ୫୩ ଲକ୍ଷ ଟଙ୍କାର ପାନୀୟଜଳ ପ୍ରକଳ୍ପ।

ଦାବ୍ରିଗୁଡା ଗ୍ରାମରେ ପାନୀୟଜଳର ସମସ୍ୟା। କାମରେ ଆସୁନି ୫୩ ଲକ୍ଷ ଟଙ୍କାର ପାନୀୟଜଳ ପ୍ରକଳ୍ପ।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବଡଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ଅଧିନ ଦାବ୍ରିଗୁଡା ଗ୍ରାମରେ ଅଚଳ ହୋଇ ପଡିରହିଛି ପାନୀୟଜଳ ଯୋଗାଣ ପ୍ରକଳ୍ପ।ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ଏସବୁ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । କିନ୍ତୁ ଅନେକ ଯୋଜନା ଏବଂ ପ୍ରକଳ୍ପ ଗୁଡିକର ସଫଳ ରୂପାୟନ ହୋଇପାରୁନି। ଜନସାଧାରଣ ଉପକୃତ ହେବା ବଦଳରେ ଆଶା ଓ ଅନିଶ୍ଚିତତା ମଧ୍ୟରେ ରହିଯାଉଛନ୍ତି। ଉପଯୁକ୍ତ ଭିତ୍ତିଭୂମି ନିର୍ଣ୍ଣୟରେ ରହିଯାଉଛି ପ୍ରଶାସନିକ ଅଧିକାରୀଙ୍କ ତୃଟି। ଯେଉଁଥିପାଇଁ ଯୋଜନା ଗୁଡିକ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହୁଛି । ଏଭଳି ଅନେକ ଉଦାହରଣ ଦୃଷ୍ଟିରେ ରହିଛି। ତେବେ ଦାବ୍ରିଗୁଡା ଗ୍ରାମରେ ଦେଖାଦେଇଥିବା ପାନୀୟଜଳ ସମସ୍ୟା ଏକ ଉଦାହରଣ। ପ୍ରାୟ ୨୩୦ ପରିବାର ବସବାସ କରୁଥିବା ଏହି ଗ୍ରାମରେ ଗତ କିଛି ବର୍ଷ ହେଲା ପାନୀୟଜଳ ସମସ୍ୟା ଦେଖାଦେଇଛି। ପୁରୁଣା ନଳକୂପ ଗୁଡିକ ମଧ୍ୟରୁ କେଉଁଟି କାର୍ଯ୍ୟକ୍ଷମ ହେଉଛି ତ ପୁଣି କେଉଁଟି ଅଚଳ ଅବସ୍ଥାରେ ପଡିରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ଗାଁ ପାଇଁ ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ପାନୀୟଜଳ ଯୋଗାଣ ପାଇଁ ୫୩ ଲକ୍ଷ ଟଙ୍କାର ଏକ ପ୍ରକଳ୍ପ ନିର୍ମାଣ କରିଛନ୍ତି। ଯେଉଁଥିରେ ଦେଢ଼ ଲକ୍ଷ ଲିଟର ବିଶିଷ୍ଟ ଏକ ପାଣିଟାଙ୍କି ନିର୍ମାଣ ସହିତ ଘରକୁ ଘର ପାଇପ୍ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। କିନ୍ତୁ ପ୍ରକଳ୍ପ ଆରମ୍ଭରୁ ହିଁ ଅଚଳ ଅବସ୍ଥାରେ ପଡିରହିଛି। ମାସେ ମଧ୍ୟ ଭଲ ଭାବରେ ଜଳ ଯୋଗାଣ ହୋଇନଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ଏବେଠୁ ଦିନକୁ ଦିନ ଖରାର ପ୍ରକୋପ ବଢିବାରେ ଲାଗିଛି। ଆଗକୁ ଗ୍ରୀଷ୍ମ ଋତୁ ଆସୁଛି କିନ୍ତୁ ଏବେଠୁ ଜଳ ସମସ୍ୟା ଗ୍ରାମବାସୀଙ୍କୁ ଅତିଷ୍ଠ କରିଛି। ଗ୍ରାମର ହରିଜନ ପଡା,ମଶାନ୍ ପଡା, ଗୁଡି ପଡା ଏବଂ ନୁଆପଡାରେ ଜଳ ଯୋଗାଣ ପାଇଁ ପାଇପ୍ ଲାଇନର ବ୍ୟବସ୍ଥା ହୋଇଛି  ମାତ୍ର କିଛିଦିନ ପାଇପ୍ ରେ ପାଣି ପାଇ ପାରିଥିଲେ। ପାଣି ପାଇଁ ହନ୍ତସନ୍ତ ହେଉଥିବା ଦାବ୍ରିଗୁଡା ଗ୍ରାମବାସୀ ପାନୀୟ ଜଳ ସମସ୍ୟାର ତୁରନ୍ତ ସମାଧାନ ନେଇ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ନିରାଶ ହେବାକୁ ପଡିଥିବା ଅଭିଯୋଗ ହେଉଛି। ଯଦି ଏହି ଜଳ ଯୋଗାଣ ବ୍ୟବସ୍ଥା କାର୍ଯ୍ୟକ୍ଷମ ନହୁଏ ତେବେ ଲକ୍ଷ ଲକ୍ଷ ଟଙ୍କାର ଏହି ପ୍ରକଳ୍ପ ବର୍ବାଦ ହୋଇଯିବାର ଆଶଙ୍କା କରାଯାଉଛି। ଏଭଳି ଅଭିଯୋଗକୁ ନେଇ ବିଭାଗୀୟ ଯନ୍ତ୍ରୀ କହିଛନ୍ତି କି ସେହି ଗ୍ରାମରେ ଭୂତଳ ଜଳର କୌଣସି ସନ୍ଧାନ ମିଳି ପାରୁନାହିଁ। ଏନେଇ ଗ୍ରାମର ଅନେକ ସ୍ଥାନରେ ଖୋଳାଯାଇଥିଲେ ମଧ୍ୟ ବିଫଳ ହେବାକୁ ପଡିଛି। ପୁଣି ଥରେ ଚେଷ୍ଟା କରାଯିବ ଏବଂ ଜଳ ଯୋଗାଣ ବ୍ୟବସ୍ଥାକୁ ପୁନଶ୍ଚ କାର୍ଯ୍ୟକ୍ଷମ କରିବା ସହିତ ତ୍ବରାନ୍ବିତ କରାଯିବ ବୋଲି ବିଭାଗୀୟ ଯନ୍ତ୍ରୀ ମନ୍ମଥ ମୁର୍ମୁ କହିଛନ୍ତି।

Related post

ମାଧ୍ୟାନ ଭୋଜନ ଖାଇ ଅସୁସ୍ଥ ହେଲେ ୭ ଛାତ୍ରଛାତ୍ରୀ

ମାଧ୍ୟାନ ଭୋଜନ ଖାଇ ଅସୁସ୍ଥ ହେଲେ ୭ ଛାତ୍ରଛାତ୍ରୀ

ଫୋକସ ପ୍ଲସ(ନୂଆଗାଁ): କୁନିକୁନି ଛାତ୍ର ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ |ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇଛନ୍ତି ୭ ଛାତ୍ରଛାତ୍ରୀ |ନିମ୍ନମାନର ଖାଦ୍ୟ ରନ୍ଧା ଯାଉଥିବା ଅଭିଯୋଗ ଆଣିଲେ…
ରାସ୍ତାନିର୍ମାଣ କାର୍ଯ୍ୟରେ ଚୋରାରେ ଆସୁଛି ମୋରମ

ରାସ୍ତାନିର୍ମାଣ କାର୍ଯ୍ୟରେ ଚୋରାରେ ଆସୁଛି ମୋରମ

ଫୋକସ ପ୍ଲସ(ଉଦଳା): ବିନା ସୂଚନା ଫଳକରେ ଚାଲୁଛି, ରାସ୍ତାନିର୍ମାଣ କାର୍ଯ୍ୟ |ଚୋରାରେ ମୁହୁରୁମ ଟଣା ଯାଇ ହେଉଛି ହରିଲୁଟ |ରାଜସ୍ବ ବିଭାଗର ଆଢୁଆଳରେ ରାଜସ୍ବ ଫାଙ୍କି ଠିକାଦାର କରୁଥିଲେ…
କୋଦଳାରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ଜଣାଇଲେ ଅଧ୍ୟକ୍ଷଙ୍କ ସମେତ ଏନଏସି ବାସୀ

କୋଦଳାରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ଜଣାଇଲେ ଅଧ୍ୟକ୍ଷଙ୍କ ସମେତ ଏନଏସି…

ଫୋକସ ପ୍ଲସ(କୋଦଳା): ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଓ ବେଗୁନିଆପଡ଼ା ବ୍ଳକରେ ମଙ୍ଗଳବାର ଅହିଂସା ରଥ ପହଞ୍ଚିବା ପରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। କୋଦଳା ଏନଏସିରେ ଆଜି ଅହିଂସା…

Leave a Reply

Your email address will not be published.