ନର୍ଲାରୋଡ ଓ ରୁପ୍ରାରୋଡ ଷ୍ଟେସନରେ ଟ୍ରେନ ରହଣି କେବେ  ?

ନର୍ଲାରୋଡ ଓ ରୁପ୍ରାରୋଡ ଷ୍ଟେସନରେ ଟ୍ରେନ ରହଣି କେବେ ?

ନର୍ଲା:- (ରଞ୍ଜନ କୁମାର ମହାନ୍ତି)ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ସ୍ବାଧିନତାର ପରେ ପରେ କଳାହାଣ୍ଡି ଜିଲ୍ଲାର ରୁପ୍ରାରୋଡ ଓ ନର୍ଲା ଠାରେ ଭାରତୀୟ ରେଳ ପକ୍ଷରୁ ଟ୍ରେନ ରହଣୀର ସୁବିଧା ସହ ରେଳୱେ ଷ୍ଟେସନ ସ୍ଥାପନ କରାଯାଇଥିଲା । ଅତିତରେ ସୁରେଶ କାଲମାଡି ପରି ରେଳ ମନ୍ତ୍ରୀଙ୍କ ପାଦ ମଧ୍ୟ ପଡିଥିଲା ଏ ଦୁଇ ଷ୍ଟେସନରେ । ଆଗରୁ ସବୁ ଠିକଠାକ ଚାଲିଥିଲା । ହେଲେ କରୋନା ସଂକଟ ଠାରୁ ନର୍ଲାରୋଡ ଓ ରୁପ୍ରାରୋଡ ଷ୍ଟେସନରେ ଆଉ ଟ୍ରେନ ରହୁନାହିଁ । ଏନେଇ ମାନ୍ୟବର କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡାଙ୍କ ଜରିଆରେ ଡି.ଆର୍.ଏମ୍. ତଥା ମାନ୍ୟବର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସୁଫଳ ମିଳିପାରିନାହିଁ । ନିକଟରେ ସାଂସଦ ବସନ୍ତ ପଣ୍ଡା ଚଳିତ ପଞ୍ଚ୍ୟାୟତ ନିର୍ବାଚନ ପାଇଁ ରୁପ୍ରାରୋଡ ଗ୍ରସ୍ତ କରିଥିଲେ । ଏହି ଅବସରରେ ରୁପ୍ରାରୋଡ ର ବରିଷ୍ଠ ଆଇନଜୀବି ସୁବାସ କୁମାର ଅଗ୍ରୱାଲ ସମେତ ରୁପ୍ରାରୋଡ ରେଳ ସୁରକ୍ଷା ବାହିନୀର ସଦସ୍ୟ ମାନେ ତଥା ଅଞ୍ଚଳର ବ୍ୟବସାୟୀମାନେ ଶ୍ରୀ ପଣ୍ଡାକୁ ଏକ ଦାବି ପତ୍ର ଦେବା ସଙ୍ଗେ ସଙ୍ଗେ ବନ୍ଦ ରହିଥିବା ଏକ୍ସପ୍ରେସମାନେ ଚଳା ଚଳ ନ ହେବା ଫଳରେ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ସେବା ନିମନ୍ତେ ବିଶାଖାପାଟଣା ଓ ଛୋଟ ମୋଟ ବ୍ୟବସାୟୀମାନଙ୍କ ପାଇଁ ରାୟପୁର ଯିବା ଆସିବା ପାଇଁ କିଭଳି ସମସ୍ୟା ସୃଷ୍ଟି ହେଉଛି ଏ ସମ୍ପର୍କରେ ଚର୍ଚ୍ଚା କରିଥିଲେ । ବିଗତ ଦୁଇ ବର୍ଷ ମଧ୍ୟରେ ଅନେକ ଦାବି ପତ୍ର ଦେବା ସହ କଳାହାଣ୍ଡିକୁ ଆସିଥିବା ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ମଧ୍ୟ ଦେଖା କରି ଏକ ଦାବି ପତ୍ର ଦେଇ ଅଞ୍ଚଳର ସମସ୍ୟା କୁ ନେଇ ଚର୍ଚ୍ଚା କରିଥିଲେ । ନିକଟରେ ଥିବା ରେଳ ଷ୍ଟେସନ କେସିଙ୍ଗାରେ ସମସ୍ତ ଏକ୍ସପ୍ରେସ ସହ ସୁପର ଫାଷ୍ଟ୍ ଏକ୍ସପ୍ରେସ ଟ୍ରେନ ମାନେ ରହୁଥିବା ବେଳେ ଏହି ରେଳ ଷ୍ଟେସନ ଉପରେ ନିର୍ଭର କରି ରହୁଛନ୍ତି । ଉକ୍ତ ଷ୍ଟେସନକୁ ଯିବାକୁ ହେଲେ ଅନେକ ଖର୍ଚ୍ଚାନ୍ତ ହେବାକୁ ପଡୁଛି । ଗାଡ଼ି ଭଡ଼ା ୧୫୦୦ ରୁ ୨୦୦୦ ଟଙ୍କା ଦେବା କୁ ପଡୁଛି । ବର୍ଷ ବର୍ଷ ଧରି ଏହି ସମସ୍ୟାର ସମାଧାନ ହେଇ ନ ପାରିବାରୁ ଅଞ୍ଚଳ ବାସି ସାଂସଦ ଶ୍ରୀ ପଣ୍ଡାଙ୍କ ପ୍ରତି ଘୋର ଆସୋନ୍ତୋଷ ବ୍ୟକ୍ତ କରିବା ସହ ଆଗାମୀ ଦିନରେ ଯଦି ଉକ୍ତ ସମସ୍ୟାର ସମାଧାନ ଯଦି ନ ହୁଏ ତାହେଲେ ସାଂସଦ ଶ୍ରୀ ପଣ୍ଡାଙ୍କୁ କଡ଼ା ବିରୋଧ ର ସାମ୍ନା କରିବା କୁ ପଡ଼ିବ ବୋଲି ମତ ପ୍ରକାଶ କରିଛନ୍ତି ।

Related post

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବେ ଭାରତର ବିଶିଷ୍ଟ ବ୍ୟକ୍ତି ବିଶେଷ, ଜାଣନ୍ତୁ କାହା କାହା ଦିଆଯାଇଛି ନିମନ୍ତ୍ରଣ

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବେ ଭାରତର ବିଶିଷ୍ଟ ବ୍ୟକ୍ତି…

ଉତ୍ତର ପ୍ରଦେଶ: ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ୨୨ ଜାନୁଆରୀରେ ହେବ । ଏଥିପାଇଁ ସମସ୍ତଙ୍କୁ ନିମନ୍ତ୍ରଣ ପଠାଯାଉଛି । ଏହି ଉତ୍ସବର…
ଦୁର୍ଗମ ଅଞ୍ଚଳ ରେ ଫାଇଦା ନେଉଛନ୍ତି ଅଙ୍ଗନୱାଡ଼ି ଦିଦି!!!

ଦୁର୍ଗମ ଅଞ୍ଚଳ ରେ ଫାଇଦା ନେଉଛନ୍ତି ଅଙ୍ଗନୱାଡ଼ି ଦିଦି!!!

ରାୟଗଡ଼ା: ଦୁର୍ଗମ ଅଞ୍ଚଳ ରେ ଫାଇଦା ନେଉଛନ୍ତି ଅଙ୍ଗନୱାଡ଼ି ଦିଦି, ହେଲପର୍ କୁ କିଛି ମିଳିଲା ନାଇଁ ସେଥିପାଇଁ ସିଧା ସିଧା ବଖାଣିଲେ ଦିଦିଙ୍କ ଭିତିରି କଥା ଏ…
ଚାଇନାର ନିମୋନିଆ ଭାରତକୁ ପ୍ରଭାବିତ କରିଛି କି? AIIMS ଦିଲ୍ଲୀରେ 7 ଟି ମାମଲା ମିଳିଲା କି?

ଚାଇନାର ନିମୋନିଆ ଭାରତକୁ ପ୍ରଭାବିତ କରିଛି କି? AIIMS ଦିଲ୍ଲୀରେ 7…

ଭାରତରେ ଚାଇନା ନିମୋନିଆ07/12(ଫୋକସ ପ୍ଲସ); ଚାଇନାରେ ବ୍ୟାପିଥିବା ରହସ୍ୟମୟ ନିମୋନିଆକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢିଛି। ମାଇକୋପ୍ଲାଜମା ନିମୋନିଆରେ ପୀଡିତ ପିଲାମାନଙ୍କ ସହିତ ଚାଇନାର ଡାକ୍ତରଖାନାଗୁଡ଼ିକ ଭରି…

Leave a Reply

Your email address will not be published. Required fields are marked *