ନୀଳଗିରି ତହସିଲ ଅଧୀନ ବିଭିନ୍ନ ସ୍ଥାନ ରେ ଏବେ ମାଟି  ଏବଂ ଇଟା ଭାଟି ମାଫିଆ ସକ୍ରିୟ ହୋଇଛନ୍ତି ।

ନୀଳଗିରି ତହସିଲ ଅଧୀନ ବିଭିନ୍ନ ସ୍ଥାନ ରେ ଏବେ ମାଟି  ଏବଂ ଇଟା ଭାଟି ମାଫିଆ ସକ୍ରିୟ ହୋଇଛନ୍ତି ।

ନୀଳଗିରି ତହସିଲ ଅଧୀନ ବିଭିନ୍ନ ସ୍ଥାନ ରେ ଏବେ ମାଟି  ଏବଂ ଇଟା ଭାଟି ମାଫିଆ ସକ୍ରିୟ ହୋଇଛନ୍ତି । ବେସରକାରୀ ଜମି ସହିତ ଗୋଚର, ଅନାବାଦୀ ରୁ ମାଟି  ଇଟା ଭାଟି ମାଫିଆ ମାନେ ଦିନ ରାତି ଏକ କରି ଲୁଟି ଚାଲିଛନ୍ତି । ନୀଳଗିରି ତହସିଲ ଅନ୍ତର୍ଗତ ଅଯୋଧ୍ୟା, ବରହମପୁର, ତେନ୍ତୁଳି ଆ , ଯାଇଦା ,ସନ୍ତରଗଡ଼ିଆ, ଶ୍ୟାସୁନ୍ଦରପୁର, ଈଶ୍ୱର ପୂର , ଅଞ୍ଚଳ ରେ ଛତୁ ଫୁଟିଲା ପରି ବେଆଇନ ଇଟା ଭାଟି ଚାଲୁ ଥିବା ନଜର କୁ ଆସିଛି । ହଜାର ହଜାର ଟ୍ରୀ ପ୍ ମାଟି ଇଟା ପାଇଁ ଆବଶ୍ୟକ ଥିବାବେଳେ ଏବେ ଇଟା ଭାଟି ମାଫିଆ ମାନେ ଅଧିକ ସକ୍ରିୟ ହୋଇଛନ୍ତି । ଏହି ଥିରୁ ସ୍ପଷ୍ଟ ଯେ ଆର୍.ଆଇ ଏବଂ ତହସିଲ୍ ଦାର ଙ୍କ ସହ ଭାଟି ମାଲିକ ଏବଂ ମାଟି ମାଫିଆ ଙ୍କ ମଧୁଚନ୍ଦ୍ରିକା  ପିରତି ଚାଲି ଅଛି । ଏହି କିଛି ଦିନ ଭିତରେ ନୀଳଗିରି ନିର୍ବାଚନ ମଣ୍ଡଳୀ ରେ ବେଆଇନ ଇଟା ଭାଟି ଛତୁ ଫୁଟିଲା ପରି ଗଢି ଉଠିଛି । ନା ଅଛି ପାଲ୍ୟୁସନ୍ ବୋର୍ଡ ର ଅନୁମତି ,ନା ଅଛି କାହାକୁ ଖାତିର । ରାଜସ୍ବ ବିଭାଗ ବେ ଆଇନ ଇଟାଭାଟି ଉପରେ ଅଙ୍କୁଶ ଲଗାଇବା ସହ ଏଭଳି ବେ ଆଇନି କାର୍ଯ୍ୟ ବନ୍ଦ କରିବା କୁ ସାଧାରଣ ଦାବି ହୋଇଛି ।

ନୀଳଗିରି ରୁ ଲେଲିନ କୁମାର ଦେ

 

Related post

କାଳ ବୈଶାଖୀ ରେ ଭାଙ୍ଗିଲା ବାସଗୃହ

କାଳ ବୈଶାଖୀ ରେ ଭାଙ୍ଗିଲା ବାସଗୃହ

ଫୋକସ ପ୍ଲସ 25/5/22(ପାତ୍ରପୁର): ଗତ କାଲି ର ପ୍ରଚଣ୍ଡ କାଳବୈଶାଖୀ ରେ ପାତ୍ରପୁର ବ୍ଲକ ଜରଡ଼ା ପଞ୍ଚାୟତ ଅନ୍ତର୍ଗତ ବଂଶୀ ଗାଁ ରାଧା ଶବର ଙ୍କ ଘର ସମ୍ପୂର୍ଣ୍ଣ…
ଅସହାୟ ବିକୃତ ମାନସିକ ଯୁବକ ର ଯତ୍ନ କଲେ ମାତୃଭୂମି ଫାଉଣ୍ଡେସନ

ଅସହାୟ ବିକୃତ ମାନସିକ ଯୁବକ ର ଯତ୍ନ କଲେ ମାତୃଭୂମି ଫାଉଣ୍ଡେସନ

ଫୋକସ ପ୍ଲସ 25/5/22(ଡେରା): ତାଳଚେର ହାଣ୍ଡିଧୂଆଁ ଗ୍ରାମର ଅସହାୟ ବିକୃତ ମାନସିକ ଯୁବକ ଟୁକୁନା ବେହେରାର ଯତ୍ନ ନେଲା ମାତୃଭୂମି ଫାଉଣ୍ଡେସନ।ସୂଚନା ଥାଉକି ଦୀର୍ଘ ପାଞ୍ଚ ବର୍ଷ ହେବ…
ବଢୁଛି ଡ୍ରପ ଆଉଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା, ଚିନ୍ତାରେ ଶିକ୍ଷା ବିଭାଗ

ବଢୁଛି ଡ୍ରପ ଆଉଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା, ଚିନ୍ତାରେ ଶିକ୍ଷା ବିଭାଗ

ଫୋକସ ପ୍ଲସ 25/5/22(ଅନଗୁଳ):ଚଳିତ ବର୍ଷ ଅନୁଗୋଳ ଜିଲ୍ଲାରେ ୮୮୪ ଜଣ ଛାତ୍ରଛାତ୍ରୀ ୧୦ମ ପରୀକ୍ଷା ଦେଇନାହାନ୍ତି । ସେହିପରି ପ୍ରାୟ ୨ହଜାରରୁୁ ଅଧିକ ୯ମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲକୁ…

Leave a Reply

Your email address will not be published.