ଜରାଜୀର୍ଣ୍ଣ ଅବସ୍ଥାରେ ଥୁଆମୂଳ ରାମପୁର ଶୀତଳ ଭଣ୍ଡାର ପ୍ରଶାସନ ଦୃଷ୍ଟି ଦେବାକୁ ଦାବି I

କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବଣପାହାଣ ଘେରା ଦୁର୍ଗମ ପଛୁଆ ଥୁଆମୂଳରାମପୁର ବ୍ଲକ ଏହି ବ୍ଳକ ରେ ନିରିହ ଆଦିବାସୀ , ହରିଜନ ଲୋକଙ୍କ ଆର୍ଥ୍ୱକ ସ୍ଥିତ କୁ ସୁଦୃଢ କରିବା ପାଇଁ ସରକାର ବହୁ ଯୋଜନା ପ୍ରଣୟନ କରି ଥିଲେ ମଧ୍ୟ ତାର କୌଣସି ସୁଫଳ ଲୋକଙ୍କୁ ମିଳୁନଥିବା ଅଭିଯୋଗ ହେଉଛି । ଏହି ଅଞ୍ଚଳ ର ନିରିହ ଚାଷୀ ମାନଙ୍କ ଆର୍ଥ୍ୱକ ସ୍ଥିତକୁ ମଜବୁତ କରିବା ପାଇଁ ନିର୍ମିତ ହୋଇଥିବା ଶୀତଳ ଭଣ୍ଡାର ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି । ଯାହାଫଳରେ ଚାଷୀ ତାର ପନିପରିବା କୁ ସଂଗୃହିତ କରି ନପାରି କମ୍ ଦର ରେ ଜିନିଷ କୁ ବିକ୍ରି କରୁଥିବା ଚାଷୀ ଙ୍କ ମହଳ ରୁ ଅଭିଯୋଗ ହେଉଛି। ଭିଣ୍ଡି, କଞ୍ଚାଲଙ୍କା, କଳରା, ଟମାଟୋ, ବନ୍ଦା କୋବି, ଫୁଲ କବି, ଭଳି ଅନେକ ପନିପରିବା ବିକ୍ରି ନହେଲେ ସେସବୁ ଗୁଡିକ ନଷ୍ଟହୋଇ ଯାଇଛି । ଚାଷୀ ମାନେ ଦୁଇ ପୋଇସା ରୋଜଗାର କରି ନିଜର ପରିବାର ପ୍ରତିପୋଷଣ କରିବା ପାଇଁ ଆଶା ରଖିଥିବା ବେଳେ ଜୋନ୍ ପ୍ରତିନିଧି ଓ ପ୍ରଶାସନ ଙ୍କ ବୈମାତୃକ ମନୋଭାବ ଯୋଗୁଁ ଚାଷୀ ଙ୍କ ବିକାଶ ଆଦିବାସୀ ଅଞ୍ଚଳ ରେ ଅଗ୍ରଗତି ହୋଇ ପାରୁନାହିଁ । ଏଣୁ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦିଆ ଯାଇ ଶୀତଳ ଭଣ୍ଡାର ଟି କାର୍ଯ୍ୟ କ୍ଷମ କରିବାକୁ ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ମାନଙ୍କ ଆର୍ଥିକ ସ୍ଥିତି କୁ ମଜବୁତ କରିବା ପାଇଁ ଅନେକ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଏସବୁ ଯୋଜନା ଆଦିବାସୀ ଅଞ୍ଚଳ ରେ ପଥଭ୍ରଷ୍ଠ ହୋଇପଡିଛି ସରକାର ଙ୍କ ମିଠା ମିଠା କଥା କୁହା ଯୋଜନା ରୁ ବଞ୍ଚିତ ହେଉଛନ୍ତି ପ୍ରକୃତ ହିତାଧିକାରୀ ଆଦିବାସୀ ଅଞ୍ଚଳ ରେ ବିକାଶ ବଦଳରେ ଚାଳିଛି ବିନାଶ। ନାଁ ଏଥିପ୍ରତି ପ୍ରଶାସନ ନାଁ ଜନପ୍ରତିନିଧି କେହି ମଧ୍ୟ ଏଥି ପ୍ରତି ଦୃଷ୍ଟି ଦେଉନଥିବା ଯୋଗୁଁ ନିରିହ ଚାଷୀ ମାନେ ଦୃଦ୍ଧଶା ଭୋଗି ବାକୁ ବାଧ୍ୟ ହେଉଛନ୍ତି । ୨୦୧୩/ ୨୦୧୪ ମସିହାରେ ୧୪,୩୨୦୦୦ ଟଙ୍କା ବ୍ୟୟ ରେ ଏକ ଶୀତଳ ଭଣ୍ଡାର ଥୁଆମୂଳ ରାମପୁର ବ୍ଲକ ସଦରମହକୁମା ଠାରୁ ନିର୍ମାଣ କରାଯାଇଥିଲା । ସ୍ଥାନୀୟ ଚାଷୀ ମାନଙ୍କ ବିଭିନ୍ନ ପନିପରିବା ଚାଷ ଉତ୍ପାଦନ କରି ଶୀତଳ ଭଣ୍ଡାର ରେ ରଖି ପରବର୍ତ୍ତୀ ସମୟରେ ଉଚ୍ଚ ଦରରେ ବିକ୍ରୀ କରି ଚାଷୀ ଙ୍କ ପରିବାର ପ୍ରତିପୋଷଣ କରିବାରେ ସୋହାୟକ ହେବ ବୋଲି ଲକ୍ଷ ରଖା ଯାଇଥିଲା ।

କିନ୍ତୁ ଦୁର୍ଭାଗ୍ୟର ବିଷୟ ବିଭାଗୀୟ ଅଧିକାରୀ ଙ୍କ ଅବହେଳା ଯୋଗୁଁ ଏହି ଶୀତଳ ଭଣ୍ଡାର ଟି ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି । ଫଲରେ ଏଠାକାର ଜନସାଧାରଣ ସଂପୂର୍ଣ୍ଣ ରୂପେ ଶୀତଳ ଭଣ୍ଡାର ର ସୁବିଧା ପାଇଁ ପାରୁ ବଞ୍ଚିତ ହୋଇଛନ୍ତି । ବହୁକଷ୍ଠରେ ଚାଷୀ ମାନେ ଖରା , ବର୍ଷା, ଶୀତ, କାକରରେ ଦିନ ରାତି ହାଡ଼ଭଙ୍ଗା ଅକ୍କାନ୍ତ ପରିଶ୍ରମ କରି ଅନେକ ପ୍ରକାରର ପନିପରିବା ଚାଷ ଉତ୍ପାଦନ କରିଥାନ୍ତି କିନ୍ତୁ ସ୍ଥାନୀୟ ବଜାରରେ ଉପଯୁକ୍ତ ମୂଲ୍ୟ ନପାଇ କମ୍ ଦର ରେ ବିକ୍ରି କରିବା କଷ୍ଟକର ହୋଇପଡିଛି। ଏହି ଶୀତଳ ଭଣ୍ଡାର ଟି ମୁଖ୍ୟ ରାସ୍ତା କଡ଼ରେ ଥିଲେ ମଧ୍ୟ ନେତା ମନ୍ତ୍ରୀ ଙ୍କର ଦୃଷ୍ଟି ଶକ୍ତି ପଡେ ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏସଂପର୍କରେ ବାରମ୍ବାର ଅଞ୍ଚଳ ବାସୀ ଅଭିଯୋଗ କରି ଆସୁଥିଲେ ସୁଦ୍ଧା କୈାଣସି ସୁଫଳ ମିଳୁନାହିଁ ପ୍ରଶାସନ ଓ ଜୋନ ପ୍ରତି ଙ୍କ ର କୁମ୍ଭକର୍ଣ୍ଣ ନିନ୍ଦ୍ରା ଭାଙ୍ଗି ପଡୁନାହିଁ ନାଭିରେ ତେଲ ଦେଇ ଶୋଇ ପଡିଛନ୍ତି । ଶାସକ ଓ ପ୍ରଶାସକ ମିଶି ଚାଷୀ ଙ୍କୁ ଏଭଳି ଅଣ ଦେଖା କରୁଥିବା ଯୋଗୁଁ ବାରମ୍ବାର ଚାଷୀ କୁଳ ଅନେକ ଅସୁବିଧାର ସମ୍ମୁଖୀନ ଭୋଗିବାକୁ ପଡୁଛି । ଆଜି କୁ ପ୍ରାୟ ୮/୯ ବର୍ଷ ବିତିଗଲାଣି ଶୀତଳ ଭଣ୍ଡାର ଟି କାର୍ଯ୍ୟ କାରି ନହୋଇ ବର୍ଷ ବର୍ଷ ଧରି ତାଲା ଝୁଲି ପଡ଼ିରହିଛି । ଏଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳ ବାସୀ ଙ୍କ ଦାବି ହେଉଛି ।

ବିରବଜଙ୍ଗ ଚାରୁ ମଜୁମଦାର ନାଏକ ଙ୍କ ରିପୋର୍ଟ

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *