ମହା ମହିମ ରାଜ୍ୟପାଳ ଙ୍କ ପ୍ରୋଟୋକଲରେ ତ୍ରୁଟି କୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ

ମହା ମହିମ ରାଜ୍ୟପାଳ ଙ୍କ ପ୍ରୋଟୋକଲରେ ତ୍ରୁଟି କୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ

 

ଓଡ଼ିଶା ର ପ୍ରଥମ ନାଗରିକ ଭାବେ ନୁହେଁ ବରଂ ଜଣେ ଜଗନ୍ନାଥ ଭକ୍ତ ଭାବରେ ମୁଁ ଅଧିକ ଗର୍ବ ଅନୁଭବ କରେ। ଭାବବିହୁଳ କଣ୍ଠ ରେ କହିଲେ ମହାମହିମ ରାଜ୍ୟପାଳ ଗଣେସି ଲାଲ୍ ଜି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଏଡତାଳ ଗ୍ରାମର ପାବନ କ୍ଷେତ୍ର କୁ ଆଜି ମହାମହିମ ରାଜ୍ୟପାଳ ଶ୍ରୀ ଗଣେଶି ଲାଲ୍ ଜୀ ଆସି ପହଁଚି ଆନୁଷ୍ଠାନିକ ଭାବରେ ଶ୍ରୀ ଜଗନ୍ନଥ ମହୋତ୍ସବ ଓ ସଙ୍କୀର୍ତ୍ତନ ଉତ୍ସବର ଶୁଭ ଉଦ୍ଘାଟନ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ପ୍ରଭୁ ଜଗନ୍ନାଥଙ୍କ ର ପ୍ରତିଷ୍ଠା ଉତ୍ସବ ଅବସରର ଏହି ପାବନ କ୍ଷେତ୍ର ରେ ପ୍ରତିବର୍ଷ ଜଗନ୍ନାଥ ମହୋତ୍ସବ ପାଳିତ ହୋଇଥାଏ।

ଚଳିତ ବର୍ଷ ଜଣେ ଜଗନ୍ନାଥ ଙ୍କର ପରମ ଭକ୍ତ ଭାବେ ବାଗ୍ମୀ ତଥା ପ୍ରଜ୍ଞା ପୁରୁଷ ଓଡ଼ିଶା ର ମହାମହିମ ରାଜ୍ୟପାଳ ଏଠାକୁ ଆସିବାର ସଦୟ ସିକୃତି ଦେବା ପରେ ଚଳଚଞ୍ଚଳ ହୋଇଉଠୀଥିଲା ଏଡତାଳ ଗ୍ରାମର ଏହି ପାବନ କ୍ଷେତ୍ର। ସଡ଼କ ପଥ ଦେଇ ଭଦ୍ରକ ସର୍କିଟ ହାଉସ ରୁ 11.30 ମିନିଟ ସମୟରେ ବାହାରି 12.30 ମିନିଟ୍ ସମୟରେ ପହଞ୍ଚିବା ପରେ ଭଦ୍ରକ ଜିଲ୍ଲାପାଳ ଓ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତାଙ୍କୁ ମଞ୍ଚ ନିକଟକୁ ପାଛୋଟି ନେଇଥିଲେ। ରାଜ୍ୟପାଳ ଙ୍କ ଉପସ୍ଥିତିରେ ଜୟ ଜଗନ୍ନାଥ ଧୋନିରେ ପ୍ରକମ୍ପିତ ହୋଇଉଠୀଥିଲା ସମଗ୍ର ମନ୍ଦୀର ପରିସର। ମନ୍ଦୀର ପରିସର ରେ ପ୍ରଭୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିବା ପରେ ଜନସାଧାରଣ ଙ୍କ ଉଦେଶ୍ୱରେ ଜଗନ୍ନାଥ ମହାତ୍ମ୍ୟ ସୁନ୍ଦର ଓ ସାବଳୀଳ ଭାଷାରେ ବୁଝାଇ ଲୋକ ମାନଙ୍କୁ ଜାଗୃତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତାଙ୍କ ସହ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ। ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜଗନ୍ନାଥ ସଂସ୍କୃତି ର ଉପାସକ ସଂଗ୍ରାମ ଆଚାର୍ଯ୍ୟ ଓ ପଣ୍ଡିତ ଦୟାନିଧି ଦାସ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତି ର ବାର୍ତା ବାଣ୍ଟିଲେ ମହା ମହିମ ରାଜ୍ୟପାଳ । ସେପଟେ ପାବନ କ୍ଷେତ୍ରରେ ମହା ମହିମ ରାଜ୍ୟପାଳଙ୍କ ପ୍ରୋଟୋକଲରେ ତ୍ରୁଟିକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଦେଖି ବାକୁ ମିଳିଥିଲା ।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *