
ନଦୀ ରୁ ମହିଳା ଙ୍କ ଶବ ଉଦ୍ଧାର, ଥାନା ରେ ଏତଲା।
- Breaking newsଅପରାଧମୁଖ୍ୟ ଖବରରାଜ୍ୟ
- March 10, 2022
- No Comment
- 151
ଦଶମନ୍ତପୁର : ଜାଲେଣୀ କାଠ ଧରି ଆଜି ପୂର୍ବାହ୍ନ ରେ ନଦୀ ପାରି ହେଲା ବେଳେ ପଥର ରେ ଗଡ଼ ଖସି ଜଣେ ମହିଳା ଙ୍କ ମୃତ୍ୟୁ ହୋଇଥିବା ଥାନା ରେ ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଉପର ଗଦଳା ଗାଁ ରେ। ମୃତ ମହିଳା ଜଣକ ହେଲେ ଦୈମତି ଜାନୀ (୫୮) ମୃତ ମହିଳା ଙ୍କ ସ୍ବାମୀ ଶ୍ରୀ ବଦ ଜାନୀ ଘଟଣା କୁ ନେଇ ଦଶମନ୍ତପୁର ଥାନା ରେ ଲିଖିତ ଏତଲା ଦେଇଛନ୍ତି। ଏଥିରେ ଏତଲା କୁ ଭିତ୍ତି କରି ଥାନା ଅଧିକାରୀ ଶ୍ରୀ ବିଜୟ ରାଜ୍ ମାଝୀ ଙ୍କ ନିର୍ଦ୍ଦେଶ କ୍ରମେ ଅତି ରିକ୍ତ ଥାନା ଅଧିକାରୀ ଶ୍ରୀ ମତୀ ନିର୍ମଳା ଲିମା , ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ନଦୀ ରୁ ମହିଳା ଙ୍କ ଶୋବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡିଛି। ଏଥିରେ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ପୋଲିସ କହିଛି। ସୂଚନା ମୁତାବକ ଆଜି ପୂର୍ବାହ୍ନ ରେ ବଦ ଜାନୀ ଙ୍କ ସ୍ତ୍ରୀ ତଥା ମୃତ ମହିଳା ଦୈମତି ଜାନୀ ଗାଁ ନିକଟସ୍ଥ ପାହାଡ଼ କୁ ଜାଲିଣୀ କାଠ ସଂଗ୍ରହ କରିବା ଲାଗି ଯାଇ ଥିଲା। ଏବଂ ଜାଲେଣୀ କାଠ ଧରି ପାହାଡ଼ ରୁ ଗାଁ ଅଭିମୁଖେ ଫେରୁଥିବା ବେଳେ ଗାଁ ନିକଟସ୍ଥ ତ୍ରିବେଣୀ ନଦୀ ଘାଟ ରେ ନଦୀ ପାରି ହେଲା ବେଳେ ପଥର ରେ ଗଡ଼ ଖସି ନଦୀ ରେ ପଡି ଯାଇ ଥିଲେ ଏବଂ ମହିଳା ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିବା ଗ୍ରାମ ବାସୀ ପକ୍ଷରୁ କୁହାଯାଇଛି। ଅନ୍ୟ ପକ୍ଷରେ ମହିଳା ଙ୍କ ମୃତ୍ୟୁ କୁ ନେଇ ଗାଁ ରେ ଶୋକର ଛାୟା ଖେଳି ଯାଇ ଥିବା ଦେଖିବାକୁ ମିଳିଛି। ଗ୍ରାମବାସୀ କହିବା ଅନୁସାରେ ବୃଦ୍ଧ ଦମ୍ପତି ଓ ଦୁଇ ନାତି ନାତୁଣୀ କୁ ପାଖରେ ରଖି ପର ଘରେ କୁଲି ଭୁତି କାମ କରି ପେଟ ପୋଷି ଆସୁଥିଲେ । ଆଜି ହଠାତ୍ ଏଭଳି ସ୍ତ୍ରୀ ଙ୍କ ମୃତ୍ୟୁ କୁ ନେଇ ବଦ ଦୁଃଖ ରେ ଭାଙ୍ଗି ପଡିଥିବା କୁହାଯାଇଛି। ତେବେ ଏହି ପରିବାର ଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବାକୁ, ଗ୍ରାମବାସୀ ନିବେଦନ କରିଛନ୍ତି।