ଜିଲ୍ଲା ଅବକରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ; ବିପୁଳ ପରିମାଣର ଦେଶୀ ମଦ ଜବତ , ୬ ଗିରଫ ସମେତ ଗୋଟିଏ ମାରୋତି 800 କାର୍ ଜବତ ।

ଜିଲ୍ଲା ଅବକରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ; ବିପୁଳ ପରିମାଣର ଦେଶୀ ମଦ ଜବତ , ୬ ଗିରଫ ସମେତ ଗୋଟିଏ ମାରୋତି 800 କାର୍ ଜବତ ।

ଆଜି ଜିଲ୍ଲା ଅବକରୀ ବିଭାଗ ର ସଦର ରେଞ୍ଜ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି । ଘଟଣାରୁ ପ୍ରକାଶ ଯେ ଆଜି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା , ଏହି ଚଢ଼ାଉ ବେଳେ ଗୋଟିଏ ମାରୋତି କାର୍ ସମେତ ଅବକରୀ ପୋଲିସ ୫ ଟି ମାମଲା ରୁଜୁ କରି ୬ ଜଣଙ୍କୁ ଗିରଫ କରିଛି । ତେବେ ଏହି ମାମଲାରେ ଅନୁଗୋଳ ସଦର ଥାନା ଅଞ୍ଚଳ ର ରମାକାନ୍ତ ଗୋଛାୟତ , ପୂର୍ଣ୍ଣ ଗୋଛାୟତ , ଜରପଡା ଥାନା ଅଞ୍ଚଳର ଅଜୟ ସେଠି , ବନ୍ତଳା ଥାନା ଅଞ୍ଚଳର କୁଳମଣି ବେହେରା , ଜରପଡା ଥାନା ଅଞ୍ଚଳର ରମେଶ ଚନ୍ଦ୍ର ବେହେରା ଓ ବିଚିତ୍ର ମାହାର ଙ୍କ ଠାରୁ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଅନୁଗୁଳ ରୁ ସତ୍ୟଶମ୍ଭୁ ନାଏକଙ୍କ ରିପୋର୍ଟ ଫୋକସ ପ୍ଲସ ।

Related post

ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଆଶାରାମ ବାପୁ

ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଆଶାରାମ ବାପୁ

ଫୋକସ ପ୍ଲସ ୩୧/୧/୨୩(ବ୍ୟୁରୋ):ଆତ୍ମଘୋଷିତ ବାବା ଆଶାରାମ ବାପୁ ୧୦ ବର୍ଷ ପୁରୁଣା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁଜରାଟର ଗୋଟିଏ କୋର୍ଟ ଆଶାରାମକୁ ଦୋଷୀ ସାବ୍ୟସ୍ତ…
ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ପ୍ରିୟଙ୍କାଙ୍କ ଝିଅ ମାଳତୀର ଫଟୋ

ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ପ୍ରିୟଙ୍କାଙ୍କ ଝିଅ ମାଳତୀର ଫଟୋ

ଫୋକସ ପ୍ଲସ ୩୧/୧/୨୩(ବ୍ୟୁରୋ):ଅଭିନେତ୍ରୀ ପ୍ରିୟଙ୍କାଙ୍କ ଝିଅ ଅବିକଳ ନିକ ଜୋନାସଙ୍କ ଭଳି ଦେଖାଯାଉଛନ୍ତି | ପ୍ରିୟଙ୍କା ସୋସିଆଲ ମିଡିଆରେ ଝିଅ ମାଳତୀର ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି।…
ପ୍ରଶ୍ନପତ୍ର ଲିକ ଘଟଣାରେ ଶିକ୍ଷକ ଗିରଫ

ପ୍ରଶ୍ନପତ୍ର ଲିକ ଘଟଣାରେ ଶିକ୍ଷକ ଗିରଫ

ଫୋକସ ପ୍ଲସ ୩୧/୧/୨୩(ମାଲକାନଗିରି):ପ୍ରଶ୍ନ ପତ୍ର ଲିକ ଘଟଣାରେ ଗିରଫ ହେଲେ ମାଲକାନଗିରି ଶିକ୍ଷକ l ଗୁଜରାଟରୁ ମାଲକାନଗିରି ଲମ୍ବିଛି ବଡ ଧରଣର ପ୍ରଶ୍ନପତ୍ର ସ୍କାମ। ଗୁଜରାଟ ପଞ୍ଚାୟତ ସର୍ଭିସ…

Leave a Reply

Your email address will not be published.