ବିଭିନ୍ନ ସମସ୍ୟା ନେଇ ଦାବିପତ୍ର ପ୍ରଦାନକଲେ ଚାଷୀ

ବିଭିନ୍ନ ସମସ୍ୟା ନେଇ ଦାବିପତ୍ର ପ୍ରଦାନକଲେ ଚାଷୀ

ବୋରିଗୁମ୍ମା ବ୍ଲକ ରେ ତେଲେଙ୍ଗିରି ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି।ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ୱାରା ୪୩୦୦ ହେକ୍ଟର ଚାଷ ଜମି ରେ କେନାଲ ଜଳ ମାଡିଛି।ସମସ୍ତ ଚାଷୀ ଏବେ ନିଜ ଦୁଇ ପଚି ଫସଲ କରିବାର ସୁଯୋଗ ପାଇଛନ୍ତି। ଚଳିତ ରବି ଋତୁ ରେ ଧାନ ଚାଷ କାମ ଆରମ୍ଭ କରିଛନ୍ତି।ହେଲେଏପଯ୍ୟନ୍ତ ଏସବୁ ଚାଷୀ ଙ୍କ ନାମ ରବି ଋତୁ ମଣ୍ଡି ରେ ଧାନ ବିକ୍ରି ପାଇଁ ନାମ ପାଞ୍ଜିକୃତ ହୋଇପାରିନି।ଯାହାକୁ ନେଇ ବୋରିଗୁମ୍ମା ବ୍ଲକ ର ବିସିଂହପୁର,ରଣସପୁର,ସେମାଳା ଗୁଡା,ବେଣାଗାଁ , ଏବଂ ଗୁଜିନିଗୁଡା ଏଭଳି ୫ଖଣ୍ଡ ପଞ୍ଚୟତ ର ଅନେକ ଚାଷୀ ଏକତ୍ରିତ ହୋଇ ତିନି ଦଫା ଦାବି ନେଇ କୋରାପୁଟ ଜିଲ୍ଲାପାଳ, ଆବୁଦୁଲ ଅକତାର ,ଜିଲାଯୋଗଣ ଅଧିକାରୀ ଏବଂ ଉପଜିଲାପାଳ ଜୟପୁର ଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଚଳିତ ରବି ଋତୁ ସମସ୍ତ ଚାଷୀ ଙ୍କ ଧାନ ବିକ୍ରି ପାଇଁ ଅନଲାଇନରେ ନାମ ପଞ୍ଜିକରଣ କେରେଇବା, ଚାଷୀ ଙ୍କ ଧାନ ବିକ୍ରି ପାଇଁ ମିଳୁଥିବା ଟୋକେନ ର ସମୟ ସୀମା ୧ମାସ କରିବା। ମଣ୍ଡି ରେ ଉଚିତ ଭିତ୍ତିଭୂମି ,ବିଦ୍ୟୁତି କରଣ,ଟଇଲେଟ, ଜଳ ଯୋଗାଣ, ୫୦୦୦ କୁଇଣ୍ଟାଲ ପର୍ଯ୍ୟନ୍ତ ଧାନ ଗଛିତ କରିବା ପାଇଁ ବନ୍ଦୋବସ୍ତ,ଚାଷୀ ଙ୍କ ଧାନ ଓଜନ ପାଇଁ ବ୍ରିଜ କଣ୍ଟାର ସୁବିଧା ସାଙ୍ଗକୁ ଧାନ ଗଛିତ ସମୟ ରେ ରାତ୍ରି ଜଗୁଆଳି ର ବନ୍ଦୋବସ୍ତ କରିବା ନେଇ ଚାଷୀ ମାନେ ଦାବି ପତ୍ରରେ ଉଲେଖ କରିଛନ୍ତି। ସେପଟେ ଚାଷୀ ଙ୍କ ଦାବି ଉପରେ ଉଚିତ ପଦକ୍ଷପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜୟପୁର ଉପଜିଲାପାଳ ଦେବବର ପ୍ରଧାନ।ଏହି ଦାବି ପତ୍ର ପ୍ରଦାନ ସମୟ ରେ ଚାଷୀ ଚିତ୍ରସେନ ମିଶ୍ର, ତପନ ପଣ୍ଡା, ସଂଜୀବ ମହାନ୍ତି , ବିଜୟ ମିଶ୍ର, ପ୍ରଶାନ୍ତ ମିଶ୍ର, ସଞ୍ଜୀବ ମହାନ୍ତି,  ଗୋପାଳ କୃଷ୍ଣ ଭଟ ସମେତ ଅନେକ ଚାଷୀ ଉପସ୍ଥିତ ଥଲେ।

Related post

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବେ ଭାରତର ବିଶିଷ୍ଟ ବ୍ୟକ୍ତି ବିଶେଷ, ଜାଣନ୍ତୁ କାହା କାହା ଦିଆଯାଇଛି ନିମନ୍ତ୍ରଣ

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବେ ଭାରତର ବିଶିଷ୍ଟ ବ୍ୟକ୍ତି…

ଉତ୍ତର ପ୍ରଦେଶ: ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ୨୨ ଜାନୁଆରୀରେ ହେବ । ଏଥିପାଇଁ ସମସ୍ତଙ୍କୁ ନିମନ୍ତ୍ରଣ ପଠାଯାଉଛି । ଏହି ଉତ୍ସବର…
ଦୁର୍ଗମ ଅଞ୍ଚଳ ରେ ଫାଇଦା ନେଉଛନ୍ତି ଅଙ୍ଗନୱାଡ଼ି ଦିଦି!!!

ଦୁର୍ଗମ ଅଞ୍ଚଳ ରେ ଫାଇଦା ନେଉଛନ୍ତି ଅଙ୍ଗନୱାଡ଼ି ଦିଦି!!!

ରାୟଗଡ଼ା: ଦୁର୍ଗମ ଅଞ୍ଚଳ ରେ ଫାଇଦା ନେଉଛନ୍ତି ଅଙ୍ଗନୱାଡ଼ି ଦିଦି, ହେଲପର୍ କୁ କିଛି ମିଳିଲା ନାଇଁ ସେଥିପାଇଁ ସିଧା ସିଧା ବଖାଣିଲେ ଦିଦିଙ୍କ ଭିତିରି କଥା ଏ…
ଚାଇନାର ନିମୋନିଆ ଭାରତକୁ ପ୍ରଭାବିତ କରିଛି କି? AIIMS ଦିଲ୍ଲୀରେ 7 ଟି ମାମଲା ମିଳିଲା କି?

ଚାଇନାର ନିମୋନିଆ ଭାରତକୁ ପ୍ରଭାବିତ କରିଛି କି? AIIMS ଦିଲ୍ଲୀରେ 7…

ଭାରତରେ ଚାଇନା ନିମୋନିଆ07/12(ଫୋକସ ପ୍ଲସ); ଚାଇନାରେ ବ୍ୟାପିଥିବା ରହସ୍ୟମୟ ନିମୋନିଆକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢିଛି। ମାଇକୋପ୍ଲାଜମା ନିମୋନିଆରେ ପୀଡିତ ପିଲାମାନଙ୍କ ସହିତ ଚାଇନାର ଡାକ୍ତରଖାନାଗୁଡ଼ିକ ଭରି…

Leave a Reply

Your email address will not be published. Required fields are marked *