ସାନ୍ତାଳୀ ମାନଙ୍କର ନିଆରା ପରମ୍ପରା, ପୂଜା ପାଇଲେ କଳା, ଧଳା ଓ ନାଲି କୁକୁଡ଼ା

ସାନ୍ତାଳୀ ମାନଙ୍କର ନିଆରା ପରମ୍ପରା, ପୂଜା ପାଇଲେ କଳା, ଧଳା ଓ ନାଲି କୁକୁଡ଼ା

 

ଆଦିମ କାଳରୁ ସାନ୍ତାଳୀ ମାନେ ଶାଳ ଗଛକୁ ପୂଜାର୍ଚ୍ଚନା କରି ଆସୁଛନ୍ତି । ବାହା ବଙ୍ଗା ପର୍ବରେ ଶାଖାର ଗଛକୁ ପୂଜା କଲେ ଭଲ ବର୍ଷା ହେବା ସାଙ୍ଗକୁ ବିଭନ୍ନ ରୋଗ ପୀଡା ଆଦିରୁ ମୁକ୍ତି ମିଳେ ବୋଲି ଏମାନଙ୍କର ମଧ୍ୟରେ ରହିଛି ଅଗାଢ ବିଶ୍ଵାସ। ସେଥିପାଇଁ ଏହି ପର୍ବରେ ସାନ୍ତାଳମାନେ 108 ପ୍ରକାରର ଫୁଲ, ପତ୍ର ଏବଂ ଡାଳ ଇତ୍ୟାଦିକୁ ଭୋଗ ଲଗାଇଥାନ୍ତି। ଏହି ସହିତ କଳା, ଧଳା ଏବଂ ନାଲି ରଙ୍ଗର କୁକୁଡ଼ା ମଧ୍ୟ ଗଛ ନିକଟରେ ପୂଜା କରନ୍ତି। ତେବେ ଏହି ପର୍ବରେ ଏକ ଅଜବ ନିୟମ ମଧ୍ୟ ରହିଛି। ପୂଜାରେ ଥିବା ଏହି ଫୁଲ ପତ୍ର ଡାଳ କିମ୍ବା କୁକୁଡାକୁ ଯଦି ଗାଁ ର କୌଣସି ବ୍ୟକ୍ତି ସ୍ପର୍ଶ କରନ୍ତି, ତେବେ ଗାଁ ମୁଖିଆ ମିଟିଂ ଡାକି ତାକୁ ଦଣ୍ଡ ଦେଇଥାନ୍ତି। ଏଠାକାର ଆଦିବାସୀମାନେ ବିଶ୍ବାସ କରନ୍ତି ଯେ, ଗଛ ଆମକୁ ପାଣି ପବନ ଯୋଗାଇ ଥାଏ । ତେଣୁ ଗଛର ପୁଲ ଫଳ କିନ୍ତୁ ଡାଳକୁ ନଷ୍ଟ କରିବା ଉଚିତ ନୁହେଁ। ଏହି ପୂଜାରେ ଆମ୍ବ ,ସାଳ, ସାଲମା ଫୁଲ ସହିତ ଚିଙ୍ଗଲି, ମହୁଲ ଏବଂ ନିମଫୁଲ ଭଳି ପ୍ରାୟ 108 ପ୍ରକାରର ଫୁଲ ପୂଜା କରା ଯାଇଥାଏ। ଏହି ପର୍ବ ତିନି ଦିନ ଧରି ନାଚ ଗୀତ ସହ ଧୁମଧାମରେ ପାଳନ କରିଥାନ୍ତି ଏଠାକାର ବାସିନ୍ଦା। ପ୍ରଥମ ଦିନକୁ ଜାହେର ଦାଲବ, ଦ୍ଵିତୀୟକୁ ବାହା ବଙ୍ଗା ଏବଂ ତୃତୀୟ ଦିନକୁ ଆ ରାଳା ଭାବେ ସାନ୍ତାଳମାନେ ପୂଜା କରିଥାନ୍ତି।

Related post

ବୌଦ୍ଧରେ ଗଡିଲା ଲକ୍ଷ୍ମୀ ବସ, ଆଭାସୀ ଜରିଆରେ ଶୁଭାରମ୍ଭକଲେ ମୁଖ୍ୟମନ୍ତ୍ରୀ l

ବୌଦ୍ଧରେ ଗଡିଲା ଲକ୍ଷ୍ମୀ ବସ, ଆଭାସୀ ଜରିଆରେ ଶୁଭାରମ୍ଭକଲେ ମୁଖ୍ୟମନ୍ତ୍ରୀ l

ବୌଦ୍ଧ୨୧/୦୨/୨୦୨୪: ବୌଦ୍ଧ ଜିଲ୍ଲାରେ ଆଜି ଆରମ୍ଭ ହେଲା ଲକ୍ଷ୍ମୀ ବସ ଯୋଜନା। ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଷ୍ଟାଡିୟମ୍ ପଡିଆ ଠାରେ ଏହି ଯୋଜନା ଉଦଘାଟନ ଆୟୋଜନ କରାଯାଇଥିବା…
ବିଦ୍ୟୁତ ଜାମୱାଲ ଦେଲେ ନିଜ ଭାଇରାଲ ନଗ୍ନ ଫଟୋ ଉପରେ ପ୍ରତିକ୍ରିୟା:’ବହୁତ ଅଧିକ ଆରାମ ଦାୟକ”

ବିଦ୍ୟୁତ ଜାମୱାଲ ଦେଲେ ନିଜ ଭାଇରାଲ ନଗ୍ନ ଫଟୋ ଉପରେ ପ୍ରତିକ୍ରିୟା:’ବହୁତ…

ବାଲିବୁଡ଼ ୨୧/୦୨/୨୦୨୪: ଗତ ବର୍ଷ ଡିସେମ୍ବର 10 ରେ ଯେତେବେଳେ ସେ ତାଙ୍କ ନଗ୍ନ ଚିତ୍ର ପୋଷ୍ଟ କରିଥିଲେ ସେତେବେଳେ ବିଦ୍ୟୁତ ଜାମୱାଲ ହେଡଲାଇନ ସୃଷ୍ଟି କରିଥିଲେ। ତାଙ୍କ…
ଆଇକନ୍ ରେଡିଓ ଉପସ୍ଥାପକ ତଥା ‘ଗୀତାମା’ର ସୁବର୍ଣ୍ଣ ସ୍ୱର ଆମିନ ସାୟାନୀଙ୍କର 91 ବର୍ଷ ବୟସରେ ଦେହାନ୍ତ ହୋଇଛି |

ଆଇକନ୍ ରେଡିଓ ଉପସ୍ଥାପକ ତଥା ‘ଗୀତାମା’ର ସୁବର୍ଣ୍ଣ ସ୍ୱର ଆମିନ ସାୟାନୀଙ୍କର…

ଆଇକନିକ୍ ରେଡିଓ ହୋଷ୍ଟ ଆମିନ ସାୟାନୀଙ୍କ ହୃଦଘାତରେ 91 ବର୍ଷ ବୟସରେ ଦେହାନ୍ତ ହୋଇଛି ବୋଲି ତାଙ୍କ ପୁଅ ରଜିଲ ସାୟାନି ବୁଧବାର କହିଛନ୍ତି। ରାଜିଲ ସାୟାନି କହିଛନ୍ତି…

Leave a Reply

Your email address will not be published. Required fields are marked *