ବିଜେଡି ନୀତିଆଦର୍ଶକୁ ଆପଣାଇବ ନା ବଳି ପକାଇବ ମୋରଡ଼ା ବ୍ଲକ ଚେୟାରମ୍ୟାନ ପ୍ରାର୍ଥୀ ଚୟନରୁ ସ୍ପଷ୍ଟ ହେବବୋଲି ଚର୍ଚ୍ଚା

ବିଜେଡି ନୀତିଆଦର୍ଶକୁ ଆପଣାଇବ ନା ବଳି ପକାଇବ ମୋରଡ଼ା ବ୍ଲକ ଚେୟାରମ୍ୟାନ ପ୍ରାର୍ଥୀ ଚୟନରୁ ସ୍ପଷ୍ଟ ହେବବୋଲି ଚର୍ଚ୍ଚା

ବାରିପଦା: ରାତି ପାହିଲେ ବ୍ଲକ ଚେୟାରମ୍ୟାନ ନିର୍ବାଚନ। ପ୍ରାର୍ଥୀ ଚୟନକୁନେଇ ଏବେବି ଲାଗିରହିଛି ଛକାପଞ୍ଝା। ତେବେ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକର ଗଡ଼ିଗାଁ ପଞ୍ଚାୟତର ଭୋଟର ତଥା ବିଜେଡିର କର୍ମୀମାନେ ସୃଷ୍ଟି କରିଛନ୍ତି ଏକ ଇତିହାସ। ପଞ୍ଚାୟତ ସମିତି ସଭ୍ୟ ପାଇଁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିବା ପ୍ରାର୍ଥୀନୀଙ୍କ ମଧ୍ୟରୁ ଜଣେ ଆଦିମ ଜନଜାତି ଲୋଧା ସମ୍ପ୍ରଦାୟର ମହିଳାଙ୍କୁ ବିପୁଳ ଭୋଟରେ ବିଜୟୀ କରାଇଛନ୍ତି। ଏଠାରେ ବଡ଼କଥା ହେଉଛି ବିଜେଡି ସୁପ୍ରିମୋ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀତିଆଦର୍ଶ ଏବଂ ସ୍ୱଚ୍ଛତାକୁ ମୁଖ୍ୟଆୟୁଧ କରି ଲୋକଙ୍କୁ ନିର୍ବିବାଦୀୟ ସେବା ଯୋଗାଇ ଓଡ଼ିଶାବାସୀଙ୍କ ବିଶ୍ବାସଭାଜନ ହୋଇ ଦୀର୍ଘବର୍ଷ କ୍ଷମତାରେ ରହିଛନ୍ତି। ତାଙ୍କ ଶାଶନ କାଳରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ବାଦଦେଲେ ଗଞ୍ଜାମ ସାଂସଦ ପ୍ରାର୍ଥୀଭାବେ ଜଣେ ବୃଦ୍ଧାମହିଳା ପ୍ରମିଳା ବିଶୋଇଙ୍କୁ ପ୍ରାର୍ଥୀକରି ଐତିହାସିକ ନିଷ୍ପତ୍ତି ନେବା ବିଜେଡି ସୁପ୍ରିମୋଙ୍କ ପାଇଁ ବଡ଼ ଉପଲବ୍ଧି ଥିଲା । ତେବେ ଭୋଟରମାନେ ତାଙ୍କ ମନୋନୀତ ପ୍ରାର୍ଥୀନୀଙ୍କୁ ଭୋଟ ଦେଇ ତାଙ୍କର ନୀତିଆଦର୍ଶକୁ ନିରଙ୍କୁଶ ସମର୍ଥନ ଜଣାଇଥିଲେ। ଏଭଳି ସ୍ଥିତିରେ ବିଜୁଜନତା ଦଳ ପୁଣି ଏକ ଐତିହାସିକ ନିଷ୍ପତ୍ତି ଅପେକ୍ଷାରେ ମୋରଡ଼ା ବ୍ଲକ। ଏଠାରେ ଆଦିମ ଜନଜାତି ବର୍ଗର ଲୋଧା ମହିଳା ଅବିତା ଭକ୍ତା ନବନିର୍ବାଚିତ ସମିତି ସଭ୍ୟା। ବିଜୁଜନତା ଦଳର ସମର୍ଥିତ ପ୍ରାର୍ଥୀଭାବେ ଅବିତା ଭକ୍ତା ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ନିର୍ବାଚିତ ହେବାପରେ ବିଜେଡି ସୁପ୍ରିମୋଙ୍କ ନୀତିଆଦର୍ଶ ତଥା ନିର୍ବିବାଦୀୟ ସ୍ୱଚ୍ଛ ନେତୃତ୍ୱରେ ଗଞ୍ଜାମର ପ୍ରମିଳା ବିଶୋଇଙ୍କ ପରେ ମୋରଡ଼ା ବ୍ଲକରେ ଅବିତା ଭକ୍ତାଙ୍କୁ ବିଜେଡି ଦଳୀୟ ଚେୟାରମ୍ୟାନ ପ୍ରାର୍ଥୀ ଘୋଷଣା କରି ପୁଣି ଆଉଏକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିବ ବୋଲି ସମସ୍ତଙ୍କ ମନରେ ବିଶ୍ବାସ ସୃଷ୍ଟି କରିଛି। ସୂଚନାଯୋଗ୍ୟ ମୋରଡ଼ା ବ୍ଲକରେ ୨୦ଟି ପଞ୍ଚାୟତରୁ ନିର୍ବାଚିତ ସମିତି ସଭ୍ୟ/ସଭ୍ୟାଙ୍କ ମଧ୍ୟରୁ ବିଜେଡି ସପକ୍ଷରେ ୧୪ ସମର୍ଥନ ରହିଥିବା ବେଳେ କଂଗ୍ରେସ ଓ ବିଜେପିର ୬ଜଣ ରହିଛନ୍ତି। ଅନ୍ୟପଟେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବରେ ଅଭୂତପୂର୍ବ ସଫଳତା ହାସଲ କରିଛି। ନିର୍ବାଚନ ପ୍ରଚାରରେ ସେ ମଧ୍ୟ ବିଜେଡି ସୁପ୍ରିମୋଙ୍କ ନୀତିଆଦର୍ଶକୁ ଆୟୁଧକରି ନିର୍ବାଚନ ମଇଦାନକୁ ଆହ୍ଲାଇଥିଲେ ଆଉ ସଫଳତା ମଧ୍ୟ ପାଇଥିଲେ। *ତେବେ ଆଜି ବିଜେଡି ପାଇଁ ମୋରଡ଼ା ବ୍ଲକ ଚେୟାରମ୍ୟାନ ପ୍ରାର୍ଥୀ ଚୟନକୁନେଇ ବାଜି ଲାଗିଛି ସେଇ ନୀତିଆଦର୍ଶ ଓ ସ୍ୱଚ୍ଛତା। କେତେକ ସୂତ୍ରରୁ ଶୁଣିବାକୁ ମିଳେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦ୍ଦେଶରେ ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ ଉପରେ ପ୍ରାର୍ଥୀ ଚୟନର ଗୁରୁଦାୟିତ୍ବ ନ୍ୟସ୍ତ କରାଯାଇଛି। ଏଭଳି ସମୟରେ ବିଧାୟକ ମହାଶୟ ବିଜେଡି ସୁପ୍ରିମୋ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତିଆଦର୍ଶକୁ ସମ୍ମାନ ପ୍ରଦର୍ଶନ କରି ଅଧିକ ଉଜ୍ଜ୍ୱଳ କରିବାକୁ ଗୁରୁତ୍ୱ ପ୍ରଦାନ କରୁଛନ୍ତି ନା ନିଜର ନେତୃତ୍ୱ ଜାହିର କରି ଅଣଦେଖା କରୁଛନ୍ତି, ବିଧାୟକଙ୍କ ପଦକ୍ଷେପ ଉପରେ ସମସ୍ତଙ୍କ ନଜର। ତେବେ ରାତି ପାହିଲେ ସ୍ପଷ୍ଟ ହୋଇଯିବ ବିଧାୟକଙ୍କ ନିଷ୍ପତ୍ତି ।

Related post

ଏ ଯୁଗର ସାବିତ୍ରୀ ।

ଏ ଯୁଗର ସାବିତ୍ରୀ ।

କଳାହାଣ୍ଡି୨୩/୦୨/୨୦୨୪: ଯମଦେବଙ୍କ ପାଖରୁ ମୢତ ସ୍ବାମୀଙ୍କୁ ଫେରି ପାଇ ଥିଲେ ସାବିତ୍ରୀ । ଏ ପୁରାଣର କଥା । କିନ୍ତୁ ମୢତ୍ୟ ମୁଖରେ ପଡି ଥିବା ସ୍ବାମୀଙ୍କୁ ନିଜ…

ଆମର କୋରାପୁଟ ଜିଲ୍ଲା ଆମର ଚାକିରୀ ଆମକୁ ଦିଅ ନାରାରେ କମ୍ପିଲା…

ଜିଲ୍ଲା ଭିଷିକ ନିଯୁକ୍ତି ଦାବିରେ କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ବେକାର ଯୁବା ଯୁବତୀ କୋରାପୁଟ୨୩/୦୨/୨୦୨୪: ଜିଲ୍ଲାରେ ଜୋରଧରିଲା ଜିଲ୍ଲା ଭିଭିକ ନିଯୁକ୍ତି ଦାବି । ଜିଲ୍ଲା ଭିରିକ…
କୋରାପୁଟରେ ଜଳରଙ୍ଗ ଚିତ୍ରଶିଳ୍ପୀ ଶିବିର ଓ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ।

କୋରାପୁଟରେ ଜଳରଙ୍ଗ ଚିତ୍ରଶିଳ୍ପୀ ଶିବିର ଓ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ।

କୋରାପୁଟ୨୩/୦୨/୨୦୨୪: କୋରାପୁଟର ଦେଓମାଳୀ ଠାରେ ଓଡିଶା ଲଳିତ କଳା ଏକାଡେମୀ,ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଏବଂ କୋରାପୁଟ ଜିଲ୍ଲା ପ୍ରଶାସନ ସହଯୋଗରେ ଏକ ରାଜ୍ୟ…

Leave a Reply

Your email address will not be published. Required fields are marked *