ରାଜ୍ୟରେ ବଢ଼ିଛି ତାତି । ଶୁକ୍ରବାର ୩୭ ଡିଗ୍ରୀ ଉପରେ ଥିଲା ୬ ସହର । ଆସନ୍ତା ୧୪ ତାରିଖରୁ ରାଜ୍ୟରେ ଆହୁରି ବଢ଼ିବ ତାତି । ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାରେ ତାତି ୪୦ ଡିଗ୍ରୀ ଛୁଇଁବ ।

ରାଜ୍ୟରେ ବଢ଼ିଛି ତାତି । ଶୁକ୍ରବାର ୩୭ ଡିଗ୍ରୀ ଉପରେ ଥିଲା ୬ ସହର । ଆସନ୍ତା ୧୪ ତାରିଖରୁ ରାଜ୍ୟରେ ଆହୁରି ବଢ଼ିବ ତାତି । ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାରେ ତାତି ୪୦ ଡିଗ୍ରୀ ଛୁଇଁବ ।

Background for a hot summer or heat wave, orange sky with with bright sun and thermometer

ପାଣିପାଗବିତ୍‌ ଏଭଳି ପୂର୍ବାନୁମାନ କରିଛନ୍ତି ।

ଆସନ୍ତା ୧୪ରୁ ୧୭ ତାରିଖ ମଧ୍ୟରେ ରାଜ୍ୟରେ ସାମୁଦ୍ରିକ ପବନ ବିଶେଷ ବହିବାର ସମ୍ଭାବନା ନାହିଁ । ଉତ୍ତର-ପଶ୍ଚିମ ଦିଗରୁ ତତଲା ପବନ ବହିବ । ଫଳରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ୪୦ ଡିଗ୍ରୀ ସେଲସିୟସ୍‌ ଛୁଇଁବା ସହିତ ସାରା ରାଜ୍ୟରେ ମଧ୍ୟ ତାତି ଅନୁଭୂତ ହେବ। ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ମଧ୍ୟ ତାତି ୩୭ ଡିଗ୍ରୀ ଉପରେ ରହିବ ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି । ୧୮ରୁ ପାଗ ବଦଳିବ । ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ କେତେକ ସ୍ଥାନରେ ବର୍ଷା ହୋଇପାରେ ବୋଲି ଡ. ସାହୁ ଆକଳନ କରିଛନ୍ତି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌. ବିଶ୍ୱାସ ପୂର୍ବାନୁମାନ କରିଛନ୍ତି, ରାଜ୍ୟରେ ପାଗ ଶୁଖିଲା ରହିବ । ତାପମାତ୍ରା ବିଶେଷ ବଢ଼ିବନି ବୋଲି ସେ ଆକଳନ କରିଛନ୍ତି ।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *