
ଉଦ୍ଧାର ହେଲା ଭଦ୍ରକ ରୁ ଝୁଲନ୍ତା ଅବସ୍ଥାରେ ଶବ I
- Breaking newsଅପରାଧଦେଶ ବିଦେଶରାଜ୍ୟ
- March 12, 2022
- No Comment
- 154
ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ଅନ୍ତର୍ଗତ ପଥରପଦା ନିକଟରେ ଏକ ବବୁରି ଗଛରେ ଅଜଣା ଯୁବକଙ୍କ ର ଝୁଲନ୍ତା ଶବ ଦେଖବାକୁ ମିଳିଥିଲା।ପ୍ରକାଶ ଥାଉକି କ୍ଷେତକୁ କାମକରିବାକୁ ଆସୁଥିବା ଶ୍ରମିକ ଜଣେ ଦେଖି ହତବାକ ହୋଇଯାଥିଲେ,ଅଚାନକ ଅଜଣା ଝୁଲନ୍ତାଶବଟିକୁ ଦେଖି ଭୟଭୀତ ହୋଇ ଗ୍ରାମକୁ ଫେରିଥିଲେ ଗ୍ରାମବାସୀଙ୍କୁ ଏନେଇ ସୂଚନା ଦେବାରୁ ଆଖପାଖ ରୁ ଶହ ଶହ ଲୋକ ଦେଖିବା ପାଇଁ ରୁଣ୍ଡିଭୂତ ହୋଇଥିଲେ । ଖବର ପାଇ ବନ୍ତ ଆଇ.ଆଇ.ସି ଆଦିତ୍ଯ ପ୍ରସାଦ ଜେନାଙ୍କ ସହ ତାଙ୍କ ଟିମ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରିବା ବେଳେ ଯୁବକଟିର ପରିଚୟ ମିଳିଛି।ତାଙ୍କ ଘର କାଉପୁରୁ ହୋଇଥିବାବେଳେ ଉକ୍ତ ଯୁବକଟିର ନାମ କୁନିପୁଅ ଓ ତାଙ୍କ ସ୍ତ୍ରୀ ଜେମା ମୁଣ୍ଡା ,ଗୋଟିଏ ପୁଅ ଗୋଟିଏ ଝିଅ ସହ ବୃନ୍ଦାବନ ପୁରୁ ବେଂଗତିରା ଶଶୁର ଘରକୁ ବୁଲିବାକୁ ଆସିଥିଲେ କିନ୍ତୁ ଆଜି ସକାଳୁ ଝୁଲନ୍ତା ଅବସ୍ଥାରେ ଉକ୍ତ ଯୁବକଟିର ଶବ ଦେଖିବାକୁ ମିଳିଥିଲା ।ପୋଲିସ ଶବଟିର ବ୍ଯବଛେଦ ପାଇଁ ଅଟକ ସୂଚନା ମିଳିଛି।
ବନ୍ତ ରୁ ବାବୁରାମ ବେହେରା ଙ୍କ ରିପୋର୍ଟ
#FOCUSPLUS