
ବିଜେଡିରୁ ପୀଥନାଥ ମୋରଡ଼ା ବ୍ଲକ ଅଧ୍ୟକ୍ଷ ନିର୍ବାଚିତ
- Breaking newsରାଜନୀତିରାଜ୍ୟ
- March 12, 2022
- No Comment
- 349
ଶେଷ ହୋଇଛି ବ୍ଲକ ଅଧ୍ୟକ୍ଷ ନିର୍ବାଚନ। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଅଧ୍ୟକ୍ଷ ଭାବେ ଚଢ଼େଇଗାଁ ସମିତି ସଭ୍ୟ ପିଥନାଥ ନିର୍ବାଚିତ ହୋଇଛନ୍ତି। ତେବେ ବିଜେପି, କଂଗ୍ରେସକୁ ନେଇ ଲାଗିରହିଥିବା ସବୁ କଳ୍ପନାଜଳ୍ପନାର ଅନ୍ତଘଟାଇ ଶକ୍ତି ପ୍ରଦର୍ଶନ କରିଛି ବିଜେଡି। ଅପ୍ରତିଦ୍ବନ୍ଦି ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଛନ୍ତି ପିଥନାଥ। ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଚଢ଼େଇଗାଁ ପଞ୍ଚାୟତରୁ ସମିତି ସଭ୍ୟ ଭାବେ ବିଜେଡି ନେତା ସଂଜୀବ କୁମାର ଦେଙ୍କ ନେତୃତ୍ବରେ ନିର୍ବାଚିତ ହୋଇଥିଲେ। ତେବେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ଘୋଷଣା ହେବାପରେ ବିଜେଡି ସଙ୍ଗଠନରେ ଆନନ୍ଦଉଲ୍ଲାସ ଦେଖାଦେଇଛି। ସୂଚନାଯୋଗ୍ୟ, ମୋରଡ଼ା ବ୍ଲକର ୨୦ଟି ପଞ୍ଚାୟତରୁ ୨୦ଜଣ ସମିତି ସଭ୍ୟ ଓ ସଭ୍ୟା ନିର୍ବାଚିତ ହେବାପରେ ସେମାନଙ୍କ ମଧ୍ୟରୁ ନିର୍ବାଚନ ପରେ ନିର୍ବାଚିତ ସମିତି ସଭ୍ୟ/ସଭ୍ୟାଙ୍କୁ ଏକଜୁଟ କରିବାରେ ବିଜେଡିନେତା ସମୀର ରାଜ, ପୂର୍ବତନ ଅଧ୍ୟକ୍ଷା ସାଲତି ମୁର୍ମୁଙ୍କ ପ୍ରମୁଖ ଭୂମିକା ରହିଥିଲା ବୋଲି କୁହାଯାଏ। ଏହି ଦୁଇ ଗୋଷ୍ଠୀରେ ୧୨ଜଣ ସମିତି ସଭ୍ୟ ଓ ସଭ୍ୟା ରହିଥିଲେ ବୋଲି ଶୁଣାଯାଏ। ସେହିପରି ବିଜେଡିର ଅନ୍ୟଏକ ଗୋଷ୍ଠୀରେ ୩ଜଣ ନିର୍ବାଚିତ ସମିତି ସଭ୍ୟ ରହିଥିଲା ବେଳେ ସଂଖ୍ୟା ଦୃଷ୍ଟିରୁ ଶେଷରେ ସେମାନେ ମୁଣ୍ଡ ନୁଆଇଁ ବଡ଼ ଗୋଷ୍ଠୀରେ ସାମିଲ ହୋଇଥିଲେ। ତେଣୁ ବିଜେଡିର ସଂଖ୍ୟା ୧୨ ରୁ ୧୫ ହୋଇଥିଲା। ଏହାବ୍ୟତୀତ କଂଗ୍ରେସର ୨ଜଣ ରହିଥିଲା ବେଳେ ଅନ୍ୟ ୩ଜଣ ବିଜେଡିରେ ନିଜକୁ ସାମିଲ କରାଇଥିଲେ। ନିର୍ବାଚନ ବେଳକୁ ବିଜେଡି ସପକ୍ଷରେ ମୋଟ ସଂଖ୍ୟା ୧୮ ରହିଥିଲା।ଅନ୍ୟପଟେ ବିଶେଷ ଭୂମିକାନଥାଇ ମଧ୍ୟ କିଛି ନେତା ମୋତେ ଗଣ ନ୍ୟାୟରେ ବେକରେ ଫୁଲମାଳ ପକାଇ ବାହାବା ନେବାକୁ ଉଦ୍ୟମ କରିବା ଭଳି ଘଟଣା ଏକ ହାସ୍ୟାତ୍ମକ ପରିସ୍ଥିତି ସୃଷ୍ଟି କରିଥିବା ଲକ୍ଷ୍ୟ କରାଯାଇଥିଲା। ତେବେ ଉଭୟ ବିଜେଡି ନେତା ସମୀର ରାଜ ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷା ସାଲତି ମୁର୍ମୁ ଏକଜୁଟ କରିଥିବା ସମିତି ସଭ୍ୟ ଏବଂ ସଭ୍ୟାଙ୍କୁ ନେଇ ବିଧାୟକ ରାଜକିଶୋର ଦାସଙ୍କ ନିକଟରେ ପହଞ୍ଚାଇଥିଲେ। ବିଧାୟକଙ୍କ ନେତୃତ୍ବରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଅଧ୍ୟକ୍ଷ ପଦବୀ ପାଇଁ ପୀଥନାଥଙ୍କ ନାମ ଘୋଷଣା ହୋଇଥିବା ଉପସ୍ଥିତ ସମସ୍ତ ସଭ୍ୟ, ସଭ୍ୟା ସମର୍ଥନ ଜଣାଇଥିଲେ ଏବଂ ଆଜି ନିର୍ବାଚନରେ ବିଜେଡି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ବିନା ପ୍ରତିଦ୍ବନ୍ଦିତାରେ ବିଜୟୀ ହୋଇଛି। ତେବେ ସବୁଠାରୁ ବଡ଼କଥା ନିକଟରେ ବିଜେପିରୁ ଆସି ବିଜେଡିରେ ଯୋଗଦାନ କରିଥିବା ନେତା କମଳେନ୍ଦୁଲାଲ ମହାନ୍ତ ଏସମସ୍ତ ନିଷ୍ପତ୍ତି ପଛରେ ରହି ଗୋଟି ଚାଳନାରେ ସଫଳ ହୋଇଥିବା ଆଲୋଚନା ହେଉଛି। ଆନ୍ୟପଟେ ଆଗକୁ ବ୍ଲକଉପାଧ୍ୟକ୍ଷା ପଦବୀ ପାଇଁ ନିର୍ବାଚନ ହେବାକୁଥିବା ବେଳେ ଆଜିର ଅଙ୍କ ବିଚାରକୁ ନେଲେ ଚିତ୍ରଡା ସମିତି ସଭ୍ୟା ଉପାଧ୍ୟକ୍ଷା ନିର୍ବାଚିତ ହେବାର ସମ୍ଭାବନା ରହିଥିବା ବେଳେ ମୋରଡ଼ା ସମିତି ସଭ୍ୟା ଶାନ୍ତିଲତା ପରିଡ଼ା ମଧ୍ୟ ଉପାଧ୍ୟକ୍ଷା ଆସନ ହାତେଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।